www.samajalive.in
Friday, December 5, 2025
26.1 C
Bhubaneswar

ଜଳନ୍ତା ଟ୍ରକ୍‌ରେ ନିଆଁ: ଜଳିଗଲା ୩୦ ଟନ୍ ଡାଲି

ଭୁବନେଶ୍ଵର: ଚାହୁଁ ଚାହୁଁ ଜଳିଗଲା ଡାଲି ବୋଝେଇ ଟ୍ରକ୍। ଭୁବନେଶ୍ଵର ଉପକଣ୍ଠ ବାଲିପାଟଣା ଥାନା ଅମଣାକୁଦ ଛକ ନିକଟରେ ଅଘଟଣ ଘଟିଛି। ରାୟପୁରରୁ ଡାଲି ନେଇ କୋଣାର୍କ ଯାଉଥିବା ସମୟରେ ସୋମବାର ବିଳମ୍ବିତ ରାତିରେ ହୁତ୍ ହୁତ୍ ହୋଇ ଡାଲି ବୋଝେଇ ଟ୍ରକ୍ ଜଳିଯାଇଛି। ଗାଡିର ପଛ ପଟୁ ନିଆଁ ଲାଗିଥିବା ଜାଣିବାକୁ ପାଇ ଡ୍ରାଇଭର ଜଣକ ଗାଡିଟିକୁ ରାସ୍ତାକଡରେ ରଖିଦେଇଥିଲେ। ଗାଡିରେ ଥିବା ଲକ୍ଷାଧିକ ଟଙ୍କାର ଡାଲି ସହ ଗାଡିଟି ଜଳିଯାଇଛି। ପରେ ଅଡଶପୁର-ନିଆଳି ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ରାସ୍ତାକଡରେ ଅଗ୍ନିକାଣ୍ଡ ଘଟିଥିବାରୁ ଯାଆ ଆସ କିଛି ସମୟ ପାଇଁ ବାଧାପ୍ରାପ୍ତ ହୋଇଥିଲା। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ଯାନ୍ତ୍ରିକ ତ୍ରୁଟି ପାଇଁ ଏପରି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି।

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories