www.samajalive.in
Friday, December 5, 2025
26.1 C
Bhubaneswar

ନୂଆ ଶିକ୍ଷା ନୀତି: ସ୍ଵାବଲମ୍ବୀ ଓ ସମୃଦ୍ଧିର ମୂଳଦୁଆ

ଭୁବନେଶ୍ଵର:  ‘ସା ବିଦ୍ୟା ଯା ବିମୁକ୍ତୟେ’। ଶିକ୍ଷା ବ୍ୟକ୍ତିକୁ ଅନ୍ଧକାରରୁ ଆଲୋକାନୁବର୍ତ୍ତୀ କରାଏ। ମୁକ୍ତିର ମାର୍ଗକୁ ପ୍ରଶସ୍ତ କରେ। ପୃଥିବୀର ଶ୍ରେଷ୍ଠ ଜୀବ ମଣିଷକୁ ଶିକ୍ଷା ହିଁ ଦିଏ ଅସୀମିତ ସୁଯୋଗ ଓ ସମ୍ଭାବନା। ଶିକ୍ଷା ଏକ ନିରନ୍ତର ଗ୍ରହଣୀୟ ପ୍ରକ୍ରିୟା। ଏହାର ଆରମ୍ଭ ତ’ ରହିଛି; ମାତ୍ର ସୀମା ସରହଦ ନାହିଁ। ମହାଭାରତର ଅଭିମନ୍ୟୁ ଭଳି ଜନନୀ ଜଠରରେ ରହି ଚକ୍ରବ୍ୟୂହ ଭେଦିବା କୌଶଳ ଶିଖିବା ଭଳି ମଣିଷ ମା’ କୋଳରୁ ହିଁ ଆରମ୍ଭ କରେ ତା’ର ପ୍ରାରମ୍ଭିକ ଶିକ୍ଷା ଗ୍ରହଣ। ଭୂମିରୁ ଭୂମା ଓ ମାଟିରୁ ମହାକାଶ, ଜୀବଜନ୍ତୁ, ପ୍ରକୃତିର ପ୍ରତିଟି ସତ୍ତାରୁ ମଣିଷ ଶିଖେ ଅନେକ କଥା। ଶିଖିବା ଓ ଭଲ କଥା ଗ୍ରହଣ କରିବାର କ୍ଷମତା ଈଶ୍ବର ଆମ ସଭିଙ୍କୁ ଦେଇଛନ୍ତି। ବିଚାର, ଚିନ୍ତନ ଓ ବି​​​​‌େ​‌ଶ୍ଳଷଣ ଭଳି କ୍ଷମତାଯୁକ୍ତ ଆମ ମନ ଓ ମସ୍ତିଷ୍କ ଗଢାଯାଇଛି। ଭାରତୀୟ ଶିକ୍ଷା ଥିଲା ସଂସ୍କାର ଭିତ୍ତିକ। ଧନ୍ଦାମୂଳକ(ଭୋକେସନାଲ) ଏବଂ ପ୍ରୟୋଗାତ୍ମକ ଜ୍ଞାନ(ଆପ୍ଲାଏଡ୍‌ ନଲେଜ୍‌) ପ୍ରାଚୀନ ଭାରତୀୟ ଶିକ୍ଷା ତଥା ଗୁରୁକୁଳ ପଦ୍ଧତିକୁ ମହୀୟାନ୍ କରିଥିଲା। ନାଳନ୍ଦା ଓ ତକ୍ଷଶିଳା ଭଳି ଉତ୍ତୁଙ୍ଗ ପ୍ରତିଷ୍ଠାନ ଭାରତୀୟ ଶିକ୍ଷାର ପ୍ରୟୋଗଶାଳା ଥିଲା। ମାତ୍ର ଇତିହାସର କାଳଖଣ୍ଡରେ ଏହି ଗୌରବମୟ ପଦ୍ଧତିକୁ ଅଷ୍ଟାଦଶ ଶତାବ୍ଦୀର ମଧ୍ୟଭାଗରେ ଧ୍ବଂସ କରିଦିଆଗଲା। ସ୍ବାଧୀନତା ପରେ ଭାରତୀୟ ଶିକ୍ଷା ବ୍ୟବସ୍ଥାରେ ଭିନ୍ନ ଭିନ୍ନ ସମୟରେ ପରିବର୍ତ୍ତନ କରାଯାଇ ଧୀରେ ଧୀରେ ଶିକ୍ଷା ବ୍ୟବସ୍ଥାର ରୂପାନ୍ତରଣ ହୋଇଛି। ତେବେ ଦୀର୍ଘ ୩୪ ବର୍ଷ ପରେ ନୂତନ ଶିକ୍ଷା ନୀତି-୨୦୨୦ ଆସିଛି। ଭାରତରେ ଶିକ୍ଷା କ୍ଷେତ୍ରରେ ଦୀର୍ଘଦିନରୁ ପ୍ରତୀକ୍ଷିତ ଏକ ଅଭିନବ ପଦକ୍ଷେପ ହେଉଛି ନୂଆ ଶିକ୍ଷା ନୀତି(ଏନଇପି)-୨୦୨୦। ୫ ବର୍ଷ ତଳେ ଆଜି ଦିନରେ ଏହା ଲାଗୁ କରାଯାଇଥିଲା। ଏହାଦ୍ୱାରା ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ଆସୁଛି। ଏହା କେବଳ ଏକ ନୀତି ନୁହେଁ; ବରଂ ଗେମ୍ ଚେଞ୍ଜର୍। ନୂଆ ଭବିଷ୍ୟତ ଗଠନରେ ଏକ ଦିଗ୍‌ଦର୍ଶନ। ନୂତନ ଶିକ୍ଷା ନୀତି ୨୦୨୦ର ମୁଖ୍ୟ ଉଦ୍ଦେଶ୍ୟ ଓ ଲକ୍ଷ୍ୟକୁ ଗୋଟିଏ ଧାଡ଼ିରେ କହିଲେ- ‘ଶିକ୍ଷା ଜୀବିକା ନୁହେଁ; ହେଉ ଜୀବନ, ବ୍ୟକ୍ତିତ୍ୱ ଓ ମୂଲ୍ୟବୋଧ ଗଠନର ମାଧ୍ୟମ।’ ଶିକ୍ଷାକୁ ସମାନ ଅଧିକାର ରୂପେ ଦେଖିବା, ବିଚାର ଓ ସ୍ୱତନ୍ତ୍ର ଚିନ୍ତନକୁ ଉତ୍ସାହିତ କରିବା, ଭାରତୀୟ ସଂସ୍କୃତି, ମୂଲ୍ୟବୋଧ ଓ ଇତିହାସକୁ ଗଭୀର ଅନୁଭବ କରିବା ଓ ବୈଶ୍ବିକ ସ୍ତରରେ ଯୋଗ୍ୟ ଓ ଦକ୍ଷ ମାନବ ସମ୍ବଳ ପ୍ରସ୍ତୁତ କରିବା ହିଁ ନୂତନ ଶିକ୍ଷା ନୀତିର ଗୋଟିଏ ଗୋଟିଏ ମାନକ। ପୂର୍ବ ନିର୍ଦ୍ଧାରିତ ପ୍ରଣାଳୀ ୧୦+୨କୁ ପରିବର୍ତ୍ତନ କରି ୫+୩+୩+୪ ଢାଞ୍ଚାକୁ କ୍ରିୟାନ୍ବିତ କରାଯାଇଛି। ଏଥିପାଇଁ ପାଠ୍ୟଖସଡ଼ା ପ୍ରସ୍ତୁତ ହୋଇଛି। ପ୍ରଥମତଃ ପ୍ରଥମ ୫ ବର୍ଷ ଫାଉଣ୍ଡେସନ୍‌ ଷ୍ଟେଜ୍ ବା ମୂଳଭିତ୍ତି ସ୍ତର ଭାବେ ନର୍ସରୀ, ଏଲକେଜି, ୟୁକେଜି, ପ୍ରଥମ ଶ୍ରେଣୀ ଓ ଦ୍ବିତୀୟ ଶ୍ରେଣୀକୁ ନିଆଯାଇଛି। ନୂତନ ଶିକ୍ଷା ନୀତିରେ ବସ୍ତାନି ବୋଝ ହ୍ରାସ କରି ଖେଳ ଖେଳରେ ଶିକ୍ଷା ପ୍ରଦାନ ବ୍ୟବସ୍ଥା କରାଯାଇଛି। ପ୍ରଥମ ଦୁଇବର୍ଷ ସଂଖ୍ୟା ଓ ଅକ୍ଷର ପରିଚୟ, ପରବର୍ତ୍ତୀ ୩ ବର୍ଷ ଅର୍ଥାତ୍ ତୃତୀୟରୁ ୫ମ ଶ୍ରେଣୀ ଯାଏ ଭାଷା ଓ ସାଧାରଣ ଅଭିଜ୍ଞତା ଆଧାରିତ ଶିକ୍ଷାଦାନ ବ୍ୟବସ୍ଥା ଜରିଆରେ କୋମଳମତି ପିଲାଙ୍କୁ ପ୍ରିପାରେଟୋରୀ ଷ୍ଟେଜ୍ ବା ପ୍ରସ୍ତୁତି ସ୍ତରକୁ ଆଣିବା ପ୍ରୟାସ କରାଯାଇଛି। ଦ୍ବିତୀୟ ଦଫାର ୩ ବର୍ଷ, ଯାହାକି ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଯାଏ ରହିଛି ବିଜ୍ଞାନ, ଗଣିତ ଓ କୌଶଳ ଶିକ୍ଷା। ଯାହାକି ମଧ୍ୟମ ସ୍ତର ବୋଲି କହିପାରିବା। ତେବେ ଶେଷ ୪ ବର୍ଷ ଯାହାକି, ମାଧ୍ୟମିକ ସ୍ତର ରୂପେ ନବମରୁ ଦ୍ବାଦଶ ଶ୍ରେଣୀରେ ଗଭୀର ଜ୍ଞାନ ଓ ବିକଳ୍ପ ବିଷୟକୁ ଗୁରୁତ୍ବ ଦିଆଯାଇଛି। ଯାହାକି ପିଲାଙ୍କୁ ଶିକ୍ଷା କ୍ଷେତ୍ରର ‌ବୋଧଗମ୍ୟତା ତଥା ବିଷୟ ମନୋନୟନ ସୁଯୋଗ ମିଳିଛି। ଗୁରୁତ୍ବପୂର୍ଣ୍ଣ ଦିଗ ହେଉଛି, ପିଲାଙ୍କୁ ସେମାନଙ୍କ ନିଜ ମାତୃଭାଷାରେ ଶିକ୍ଷା ଗ୍ରହଣର ସୁଯୋଗ ଦେବା। ଏହି ନୀତି ଅନୁଯାୟୀ, ପ୍ରଥମ ୫ ବର୍ଷ ପର୍ଯ୍ୟନ୍ତ ଶିକ୍ଷା ମାତୃଭାଷା/ସ୍ଥାନୀୟ ଭାଷାରେ ଦେବାକୁ ପ୍ରାଥମିକତା ଦିଆଯାଉଛି। ଫଳରେ ଶିଶୁ ନିଜ ଭାଷାରେ ଭଲ ଭାବେ ପାଠ ବୁଝିପାରିବେ।
ନୂତନ ଶିକ୍ଷା ନୀତିରେ ଧନ୍ଦାମୂଳକ (କୌଶଳ) ଶିକ୍ଷା ଓ ଇଣ୍ଟର୍ଣ୍ଣସିପ୍ ୬ଷ୍ଠ ଶ୍ରେଣୀରୁ ଆରମ୍ଭ କରାଯିବା ବ୍ୟବସ୍ଥା ରହିଛି। ଧନ୍ଦାମୂଳକ ଶିକ୍ଷା ଦ୍ବାରା ପିଲାମାନେ ଅଭିଜ୍ଞତା ସହ ମାନସିକ ଭାବେ ଜୀବିକାର୍ଜନ ପାଇଁ ସଶକ୍ତ ହୋଇପାରିବେ। ଫଳରେ ଛାତ୍ରଛାତ୍ରୀ ଯଥେଷ୍ଟ କୌଶଳ ଓ ବ୍ୟାବହାରିକ ଜ୍ଞାନ ଆହରଣ କରିପାରିବେ। ଏଆଇସିଟିଇ, ୟୁଜିସି ଓ ଏନସିଟିଇ ଭଳି ସଂସ୍ଥା ଗୁଡିକୁ ଏକତ୍ର କରି ଭାରତ ଉଚ୍ଚଶିକ୍ଷା ଆୟୋଗ(ଏଚଇସିଆଇ) ପ୍ରତିଷ୍ଠା ବ୍ୟବସ୍ଥା ହୋଇଛି। ଯାହାକି ପ୍ରବେଶ ପରୀକ୍ଷା ସହ ଏକୀକୃତ ପାଠ୍ୟକ୍ରମ ତଥା ବୃତ୍ତିଗତ ଶିକ୍ଷାକୁ ଆଗକୁ ବଢାଇପାରିବ। ଏହି ଆୟୋଗ ଉଚ୍ଚଶିକ୍ଷାର ଗୁଣବତ୍ତା ଓ ନିୟମିତତା ବୃଦ୍ଧି କରିବ। ଛାତ୍ରଛାତ୍ରୀ ଶ୍ରେଣୀ ଶିକ୍ଷା ଗ୍ରହଣରେ ଯେଉଁ ଅମନଶୀଳ ରହୁଛନ୍ତି, ତାହା ବ୍ୟାବହାରିକ ଶିକ୍ଷା ତଥା ଅଧ୍ୟୟନ ଦ୍ବାରା ଦୂର ହୋଇପାରିବ। ବିଭିନ୍ନ ବିଷୟଗତ (ମଲ୍‌ଟି ଡିସିପ୍ଲିନାରୀ) ଜ୍ଞାନ ଆହରଣ ଦ୍ବାରା ଏ କ୍ଷେତ୍ରରେ ଅନେକ ସୁଯୋଗ ମଧ୍ୟ ସୃଷ୍ଟି ହୋଇପାରିବ। ଛାତ୍ରଛାତ୍ରୀ କେଉଁ କ୍ଷେତ୍ରରେ ଯିବାକୁ ଚାହିଁବେ, ନିଜ ଭବିଷ୍ୟତ ନିଜେ ଗଢିବାର ସୁଯୋଗ ମିଳିବ। ଇଞ୍ଜିନିୟରିଂ ପଢୁଥିବା ଛାତ୍ରଛାତ୍ରୀ ମଧ୍ୟ ଏଥିଯୋଗୁଁ କଳା, ଭାଷା-ସାହିତ୍ୟ, ଅର୍ଥନୀତି ଭଳି ବହୁ ବିଷୟରେ ଶିକ୍ଷା ଗ୍ରହଣ କରିବାର ସୁଯୋଗ ଉପଲବ୍ଧ ହୋଇଛି।
ଶିକ୍ଷା ହେଉ ମୁକ୍ତିର ପଥ, ଏହା କେବଳ ନିଯୁକ୍ତିର ଉପାୟ ନ ହେଉ। ନୂଆ ଶିକ୍ଷା ନୀତି ହେଉଛି ଜ୍ଞାନ ଓ କୌଶଳର ଏକ ଶକ୍ତିଶାଳୀ ବିଭାଗ। ଜୀବନ କୁସୁମ ପ୍ରସ୍ଫୁଟିତ ହୋଇ ବାସ ବିସ୍ତାର ପାଇଁ ଶିକ୍ଷା ହେଉ ଗ୍ରହଣଯୋଗ୍ୟ ଓ ସରଳ। ମାତୃଭାଷାରେ ଶିକ୍ଷା ଦ୍ବାରା ଛାତ୍ରଛାତ୍ରୀ ଅଧିକ ଆତ୍ମିକ ହେବା ସହ ଏହା ମାନସିକ ବିକାଶର ମୂଳ ଆଧାର ହୋଇପାରିବ। ଶିକ୍ଷା ସୂଚୀତ ହେଲେ, ଜନତା ଅଧିକ ସଚେତନ ହୋଇଥାଏ। ସମାଜରେ ଜାଗରଣ ଆସେ। ବସୁଧୈବ କୁଟୁମ୍ବକମ୍‌ର ବିଚାରବାଦୀ ଭାରତ ଚାହେଁ ଏଭଳି ଶିକ୍ଷା; ଯାହା ସମଗ୍ର ମାନବ ବିକାଶ ଲାଗି ସମର୍ପିତ ତଥା ସେବାଯୁକ୍ତ ହେବା ଉଚିତ ବୋଲି ବିଶ୍ବାସ ରଖିଆସିଛି। ସେଥିପାଇଁ ନୂତନ ଶିକ୍ଷା ନୀତି-୨୦୨୦ରେ ଏହାକୁ ବାସ୍ତବ କ୍ରିୟାନ୍ବୟନ ଲାଗି ପ୍ରସ୍ତୁତ କରାଯାଇଛି। ନୂତନ ଶିକ୍ଷା ନୀତି କେବଳ ଏକ ଶିକ୍ଷା ସଂସ୍କାର ନୁହେଁ। ଏହା ନୂତନ ରାଷ୍ଟ୍ର ଗଠନର ଏକ ନୂଆ ପ୍ରୟାସ। ଶିକ୍ଷା ମାନବ ସମ୍ବଳକୁ ମୂଲ୍ୟବାନ ରତ୍ନ ଭଳି ଗଢିଥାଏ। ଏହି ନୂଆ ନୀତି ଭାରତକୁ ଜ୍ଞାନଶକ୍ତି ରାଷ୍ଟ୍ର ଓ ବିଶ୍ବଗୁରୁରେ ପରିଣତ କରିବାର ସଙ୍କଳ୍ପ ଓ ପ୍ରତିଶ୍ରୁତିକୁ ଦୋହରାଏ। ଭାରତର ଶିକ୍ଷାସୌଧର ହୃତଗୌରବକୁ ଫେରାଇବା, ପ୍ରାଚୀନ ଶିକ୍ଷା ପଦ୍ଧତିକୁ ଆଧୁନିକତାର ପୁଟ ଦେଇ ନୂତନ ଜ୍ଞାନକୌଶଳ ଆଧାରିତ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟକାଳରେ ଏଥିପାଇଁ ଦୀର୍ଘ ୩୪ ବର୍ଷର ପ୍ରତୀକ୍ଷା ପରେ ପ୍ରୟାସ ଆରମ୍ଭ ହୋଇଥିଲା। ଇସ୍ରୋର ପୂର୍ବତନ ମୁଖ୍ୟ ତଥା ବିଶିଷ୍ଟ ଶିକ୍ଷାବିତ୍‌ କେ. କସ୍ତୁରୀରଙ୍ଗନ୍‌ଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ପକ୍ଷରୁ ବ୍ୟାପକ ମାନସ ମନ୍ଥନ ଓ ବିଚାର ବିମର୍ଶ ପରେ ନୂତନ ଶିକ୍ଷା ନୀତିର ଦସ୍ତାବିଜ୍‌କୁ ଆଗତ କରାଯାଇଥିଲା। ୨୦୨୦ ମସିହା କରୋନା ମହାମାରୀ କାଳରେ କେନ୍ଦ୍ର ସରକାର ଏହାକୁ ଲାଗୁ କଲେ। ମାତ୍ର କରୋନା ପ୍ରଭାବରୁ ନୂଆ ଶିକ୍ଷା ନୀତିକୁ ଧରାତଳେ ଲାଗୁ କରିବାରେ ସମସ୍ୟା ରହିଥିଲା। ମାତ୍ର ନିଷ୍ଠା ଓ ନିୟତିର ସ୍ବଚ୍ଛତା ତଥା ସ୍ପଷ୍ଟତା କାରଣରୁ ଏହାକୁ ବିଭିନ୍ନ ରାଜ୍ୟ କାର୍ଯ୍ୟକାରୀ କରିବା ଆରମ୍ଭ କରିଛନ୍ତି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦୂରଦୃଷ୍ଟି ବିଚାର ଓ ନିରନ୍ତର ପ୍ରୟାସ ଯୋଗୁଁ ଏହାକୁ ସଫଳତାର ସହ କ୍ଷେତ୍ରୀୟ ରୂପାୟନ କରାଯାଇଛି।
ଶିକ୍ଷା ଭଳି ଏକ ଜନ୍ମସିଦ୍ଧ ଅଧିକାରକୁ ସାର୍ଥକ କରିବା ନିମନ୍ତେ ୨୦୨୦ ମସିହାରେ ଭାରତ ସରକାର ଯେଉଁ ନୂଆ ଶିକ୍ଷା ନୀତି ପ୍ରକାଶ କଲେ, ତାହା ଏବେ ୫ ବର୍ଷର ଶିଶୁ ଅବସ୍ଥାରେ ରହିଛି। ଏହି ଅବଧିରେ ହେଉଥିବା ପରିବର୍ତ୍ତନ ଓ ସଫଳତା ଦେଶର ଶିକ୍ଷା ବ୍ୟବସ୍ଥାକୁ ଏକ ନୂଆ ଦିଗ ଦେଇଛି। ଅନ୍ତର୍ଭାବୀ ବଦଳ କ୍ରମେ ପିଲାମାନଙ୍କର ଶିଶୁ ସ୍ତରରୁ ମାନସିକ, ଭାଷାଗତ ଓ ସାମାଜିକ ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି। କୌଶଳ ଶିକ୍ଷା ଓ ଇଣ୍ଟର୍ଣ୍ଣସିପ୍‌ ବ୍ୟବସ୍ଥା ଆରମ୍ଭ ପିଲାଙ୍କୁ ନିଯୁକ୍ତି ପାଇଁ ବିବ୍ରତ ନହୋଇ ନିଜେ ନିଯୁକ୍ତିଦାତା ତଥା ସ୍ବାବଲମ୍ବୀ ହେବା ଦିଗକୁ ପ୍ରୋତ୍ସାହିତ କରିବ। କେବଳ ପିଲାଙ୍କ ଲାଗି ପାଠ୍ୟକ୍ରମ ପ୍ରସ୍ତୁତି, ନିଜ ନିଜ ଭାଷାରେ ପୁସ୍ତକ ଉପଲବ୍ଧ ନୁହେଁ; ଏହାର କ୍ରିୟାନ୍ବୟନ ଲାଗି ଗୁଣାତ୍ମକ ଶିକ୍ଷକ, ବୃତ୍ତିଗତ ପ୍ରଶିକ୍ଷଣ, ଶିକ୍ଷଣ ସାମଗ୍ରୀ, ଡିଜିଟାଲ ଉପଯୋଗକୁ ମଧ୍ୟ ଶିକ୍ଷା ମନ୍ତ୍ରଣାଳୟ ତରଫରୁ ଉପଲବ୍ଧ କରାଯାଉଛି। ଓଡ଼ିଶା ସରକାର ନୂତନ ଶିକ୍ଷା ନୀତିକୁ ୨୦୨୫-୨୬ ଶିକ୍ଷାବର୍ଷରୁ ଲାଗୁ କରିଛନ୍ତି। ଏଥିପାଇଁ ଭିତ୍ତିଭୂମିକୁ ମଧ୍ୟ ରାଜ୍ୟ ସରକାର ସୁଦୃଢ କରୁଛନ୍ତି।
ନୂଆ ଶିକ୍ଷା ନୀତି ହେଉଛି ଭବିଷ୍ୟତ ଭାରତର ରୂପରେଖ। ଶିକ୍ଷା ଅର୍ଥ କେବଳ ଡିଗ୍ରୀ ନୁହେଁ, ଏହା ହେଉଛି ଜୀବନ ଶୈଳୀ ଓ ଦୃଷ୍ଟିଭଙ୍ଗୀ। ଯେଉଁ ଦେଶର ଶିକ୍ଷା ଯେତେ ଶକ୍ତିଶାଳୀ, ସେଇ ଦେଶ ଭବିଷ୍ୟତ ସେତେ ସୁଦୃଢ ଓ ବିଶ୍ବକୁ ନେତୃତ୍ୱ ଦେବାର କ୍ଷମତା ରଖେ। ଶିକ୍ଷା ଗ୍ରହଣକୁ ଏକ ବୋଝ ନ ଭାବି କିଭଳି ଉତ୍ସାହ ଓ ଅନ୍ତଃପ୍ରେରଣାର ଏକ ସ୍ରୋତସ୍ବିନୀ କରାଯାଇପାରିବ ସେଥିପାଇଁ ନୂତନ ଶିକ୍ଷାନୀତିରେ ରହିଛି ଅସଲ ଚାବିକାଠି। ଏନ୍‌ଇପି ନବ ପିଢିର ଛାତ୍ରଛାତ୍ରୀଙ୍କୁ ପଢିବା, ବୁଝିବା ଓ ପ୍ରୟୋଗ କରିବାର ସ୍ୱାଧୀନତା ଦେଇଛି। ଏକ ସଫଳ ଶିକ୍ଷା ନୀତି ଦେଶର ମଜଭୁତ ମୂଳଦୁଆ। ଯେଉଁ ଶିକ୍ଷା ପିଲାଙ୍କୁ ସ୍ବତନ୍ତ୍ର ଚିନ୍ତା କରିବାକୁ ଶିଖାଏ, ତାହା ବାସ୍ତବ ଶିକ୍ଷା।
ନୂଆ ଶିକ୍ଷା ନୀତି ନବଚେତନାର ଅନେକ ଅଦୃଶ୍ୟ ଦ୍ୱାର ଖୋଲିଛି। ନୂତନ ଶିକ୍ଷା ନୀତି ପିଲା ଓ ଯୁବବର୍ଗଙ୍କୁ ସଂସ୍କୃତି, ଜ୍ଞାନ-ବିଜ୍ଞାନ ଓ ଆଧୁନିକତା ମଧ୍ୟରେ ସନ୍ତୁଳନ ରଖି ଜିତିବାର ପ୍ରେରଣା ଯୋଗାଉଛି। ଭାରତକୁ ସ୍ବାଭିମାନ, ସ୍ବାବଲମ୍ବୀ ତଥା ସମୃଦ୍ଧିର ଶିଖର ଛୁଇଁବାରେ ବିଶେଷ ସହାୟକ ହୋଇପାରିବ ଏଥିରେ ସନ୍ଦେହ ନାହିଁ।
ଡିନ୍‌ ଅଫ୍ କଲେଜେସ୍‌, ଦିଲ୍ଲୀ ବିଶ୍ବବିଦ୍ୟାଳୟ

 

- Advertisement -

 

‘ସା ବିଦ୍ୟା ଯା ବିମୁକ୍ତୟେ’। ଶିକ୍ଷା ବ୍ୟକ୍ତିକୁ ଅନ୍ଧକାରରୁ ଆଲୋକାନୁବର୍ତ୍ତୀ କରାଏ। ମୁକ୍ତିର ମାର୍ଗକୁ ପ୍ରଶସ୍ତ କରେ। ପୃଥିବୀର ଶ୍ରେଷ୍ଠ ଜୀବ ମଣିଷକୁ ଶିକ୍ଷା ହିଁ ଦିଏ ଅସୀମିତ ସୁଯୋଗ ଓ ସମ୍ଭାବନା। ଶିକ୍ଷା ଏକ ନିରନ୍ତର ଗ୍ରହଣୀୟ ପ୍ରକ୍ରିୟା। ଏହାର ଆରମ୍ଭ ତ’ ରହିଛି; ମାତ୍ର ସୀମା ସରହଦ ନାହିଁ। ମହାଭାରତର ଅଭିମନ୍ୟୁ ଭଳି ଜନନୀ ଜଠରରେ ରହି ଚକ୍ରବ୍ୟୂହ ଭେଦିବା କୌଶଳ ଶିଖିବା ଭଳି ମଣିଷ ମା’ କୋଳରୁ ହିଁ ଆରମ୍ଭ କରେ ତା’ର ପ୍ରାରମ୍ଭିକ ଶିକ୍ଷା ଗ୍ରହଣ। ଭୂମିରୁ ଭୂମା ଓ ମାଟିରୁ ମହାକାଶ, ଜୀବଜନ୍ତୁ, ପ୍ରକୃତିର ପ୍ରତିଟି ସତ୍ତାରୁ ମଣିଷ ଶିଖେ ଅନେକ କଥା। ଶିଖିବା ଓ ଭଲ କଥା ଗ୍ରହଣ କରିବାର କ୍ଷମତା ଈଶ୍ବର ଆମ ସଭିଙ୍କୁ ଦେଇଛନ୍ତି। ବିଚାର, ଚିନ୍ତନ ଓ ବି​​​​‌େ​‌ଶ୍ଳଷଣ ଭଳି କ୍ଷମତାଯୁକ୍ତ ଆମ ମନ ଓ ମସ୍ତିଷ୍କ ଗଢାଯାଇଛି। ଭାରତୀୟ ଶିକ୍ଷା ଥିଲା ସଂସ୍କାର ଭିତ୍ତିକ। ଧନ୍ଦାମୂଳକ(ଭୋକେସନାଲ) ଏବଂ ପ୍ରୟୋଗାତ୍ମକ ଜ୍ଞାନ(ଆପ୍ଲାଏଡ୍‌ ନଲେଜ୍‌) ପ୍ରାଚୀନ ଭାରତୀୟ ଶିକ୍ଷା ତଥା ଗୁରୁକୁଳ ପଦ୍ଧତିକୁ ମହୀୟାନ୍ କରିଥିଲା। ନାଳନ୍ଦା ଓ ତକ୍ଷଶିଳା ଭଳି ଉତ୍ତୁଙ୍ଗ ପ୍ରତିଷ୍ଠାନ ଭାରତୀୟ ଶିକ୍ଷାର ପ୍ରୟୋଗଶାଳା ଥିଲା। ମାତ୍ର ଇତିହାସର କାଳଖଣ୍ଡରେ ଏହି ଗୌରବମୟ ପଦ୍ଧତିକୁ ଅଷ୍ଟାଦଶ ଶତାବ୍ଦୀର ମଧ୍ୟଭାଗରେ ଧ୍ବଂସ କରିଦିଆଗଲା। ସ୍ବାଧୀନତା ପରେ ଭାରତୀୟ ଶିକ୍ଷା ବ୍ୟବସ୍ଥାରେ ଭିନ୍ନ ଭିନ୍ନ ସମୟରେ ପରିବର୍ତ୍ତନ କରାଯାଇ ଧୀରେ ଧୀରେ ଶିକ୍ଷା ବ୍ୟବସ୍ଥାର ରୂପାନ୍ତରଣ ହୋଇଛି। ତେବେ ଦୀର୍ଘ ୩୪ ବର୍ଷ ପରେ ନୂତନ ଶିକ୍ଷା ନୀତି-୨୦୨୦ ଆସିଛି। ଭାରତରେ ଶିକ୍ଷା କ୍ଷେତ୍ରରେ ଦୀର୍ଘଦିନରୁ ପ୍ରତୀକ୍ଷିତ ଏକ ଅଭିନବ ପଦକ୍ଷେପ ହେଉଛି ନୂଆ ଶିକ୍ଷା ନୀତି(ଏନଇପି)-୨୦୨୦। ୫ ବର୍ଷ ତଳେ ଆଜି ଦିନରେ ଏହା ଲାଗୁ କରାଯାଇଥିଲା। ଏହାଦ୍ୱାରା ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ଆସୁଛି। ଏହା କେବଳ ଏକ ନୀତି ନୁହେଁ; ବରଂ ଗେମ୍ ଚେଞ୍ଜର୍। ନୂଆ ଭବିଷ୍ୟତ ଗଠନରେ ଏକ ଦିଗ୍‌ଦର୍ଶନ। ନୂତନ ଶିକ୍ଷା ନୀତି ୨୦୨୦ର ମୁଖ୍ୟ ଉଦ୍ଦେଶ୍ୟ ଓ ଲକ୍ଷ୍ୟକୁ ଗୋଟିଏ ଧାଡ଼ିରେ କହିଲେ- ‘ଶିକ୍ଷା ଜୀବିକା ନୁହେଁ; ହେଉ ଜୀବନ, ବ୍ୟକ୍ତିତ୍ୱ ଓ ମୂଲ୍ୟବୋଧ ଗଠନର ମାଧ୍ୟମ।’ ଶିକ୍ଷାକୁ ସମାନ ଅଧିକାର ରୂପେ ଦେଖିବା, ବିଚାର ଓ ସ୍ୱତନ୍ତ୍ର ଚିନ୍ତନକୁ ଉତ୍ସାହିତ କରିବା, ଭାରତୀୟ ସଂସ୍କୃତି, ମୂଲ୍ୟବୋଧ ଓ ଇତିହାସକୁ ଗଭୀର ଅନୁଭବ କରିବା ଓ ବୈଶ୍ବିକ ସ୍ତରରେ ଯୋଗ୍ୟ ଓ ଦକ୍ଷ ମାନବ ସମ୍ବଳ ପ୍ରସ୍ତୁତ କରିବା ହିଁ ନୂତନ ଶିକ୍ଷା ନୀତିର ଗୋଟିଏ ଗୋଟିଏ ମାନକ। ପୂର୍ବ ନିର୍ଦ୍ଧାରିତ ପ୍ରଣାଳୀ ୧୦+୨କୁ ପରିବର୍ତ୍ତନ କରି ୫+୩+୩+୪ ଢାଞ୍ଚାକୁ କ୍ରିୟାନ୍ବିତ କରାଯାଇଛି। ଏଥିପାଇଁ ପାଠ୍ୟଖସଡ଼ା ପ୍ରସ୍ତୁତ ହୋଇଛି। ପ୍ରଥମତଃ ପ୍ରଥମ ୫ ବର୍ଷ ଫାଉଣ୍ଡେସନ୍‌ ଷ୍ଟେଜ୍ ବା ମୂଳଭିତ୍ତି ସ୍ତର ଭାବେ ନର୍ସରୀ, ଏଲକେଜି, ୟୁକେଜି, ପ୍ରଥମ ଶ୍ରେଣୀ ଓ ଦ୍ବିତୀୟ ଶ୍ରେଣୀକୁ ନିଆଯାଇଛି। ନୂତନ ଶିକ୍ଷା ନୀତିରେ ବସ୍ତାନି ବୋଝ ହ୍ରାସ କରି ଖେଳ ଖେଳରେ ଶିକ୍ଷା ପ୍ରଦାନ ବ୍ୟବସ୍ଥା କରାଯାଇଛି। ପ୍ରଥମ ଦୁଇବର୍ଷ ସଂଖ୍ୟା ଓ ଅକ୍ଷର ପରିଚୟ, ପରବର୍ତ୍ତୀ ୩ ବର୍ଷ ଅର୍ଥାତ୍ ତୃତୀୟରୁ ୫ମ ଶ୍ରେଣୀ ଯାଏ ଭାଷା ଓ ସାଧାରଣ ଅଭିଜ୍ଞତା ଆଧାରିତ ଶିକ୍ଷାଦାନ ବ୍ୟବସ୍ଥା ଜରିଆରେ କୋମଳମତି ପିଲାଙ୍କୁ ପ୍ରିପାରେଟୋରୀ ଷ୍ଟେଜ୍ ବା ପ୍ରସ୍ତୁତି ସ୍ତରକୁ ଆଣିବା ପ୍ରୟାସ କରାଯାଇଛି। ଦ୍ବିତୀୟ ଦଫାର ୩ ବର୍ଷ, ଯାହାକି ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଯାଏ ରହିଛି ବିଜ୍ଞାନ, ଗଣିତ ଓ କୌଶଳ ଶିକ୍ଷା। ଯାହାକି ମଧ୍ୟମ ସ୍ତର ବୋଲି କହିପାରିବା। ତେବେ ଶେଷ ୪ ବର୍ଷ ଯାହାକି, ମାଧ୍ୟମିକ ସ୍ତର ରୂପେ ନବମରୁ ଦ୍ବାଦଶ ଶ୍ରେଣୀରେ ଗଭୀର ଜ୍ଞାନ ଓ ବିକଳ୍ପ ବିଷୟକୁ ଗୁରୁତ୍ବ ଦିଆଯାଇଛି। ଯାହାକି ପିଲାଙ୍କୁ ଶିକ୍ଷା କ୍ଷେତ୍ରର ‌ବୋଧଗମ୍ୟତା ତଥା ବିଷୟ ମନୋନୟନ ସୁଯୋଗ ମିଳିଛି। ଗୁରୁତ୍ବପୂର୍ଣ୍ଣ ଦିଗ ହେଉଛି, ପିଲାଙ୍କୁ ସେମାନଙ୍କ ନିଜ ମାତୃଭାଷାରେ ଶିକ୍ଷା ଗ୍ରହଣର ସୁଯୋଗ ଦେବା। ଏହି ନୀତି ଅନୁଯାୟୀ, ପ୍ରଥମ ୫ ବର୍ଷ ପର୍ଯ୍ୟନ୍ତ ଶିକ୍ଷା ମାତୃଭାଷା/ସ୍ଥାନୀୟ ଭାଷାରେ ଦେବାକୁ ପ୍ରାଥମିକତା ଦିଆଯାଉଛି। ଫଳରେ ଶିଶୁ ନିଜ ଭାଷାରେ ଭଲ ଭାବେ ପାଠ ବୁଝିପାରିବେ।
ନୂତନ ଶିକ୍ଷା ନୀତିରେ ଧନ୍ଦାମୂଳକ (କୌଶଳ) ଶିକ୍ଷା ଓ ଇଣ୍ଟର୍ଣ୍ଣସିପ୍ ୬ଷ୍ଠ ଶ୍ରେଣୀରୁ ଆରମ୍ଭ କରାଯିବା ବ୍ୟବସ୍ଥା ରହିଛି। ଧନ୍ଦାମୂଳକ ଶିକ୍ଷା ଦ୍ବାରା ପିଲାମାନେ ଅଭିଜ୍ଞତା ସହ ମାନସିକ ଭାବେ ଜୀବିକାର୍ଜନ ପାଇଁ ସଶକ୍ତ ହୋଇପାରିବେ। ଫଳରେ ଛାତ୍ରଛାତ୍ରୀ ଯଥେଷ୍ଟ କୌଶଳ ଓ ବ୍ୟାବହାରିକ ଜ୍ଞାନ ଆହରଣ କରିପାରିବେ। ଏଆଇସିଟିଇ, ୟୁଜିସି ଓ ଏନସିଟିଇ ଭଳି ସଂସ୍ଥା ଗୁଡିକୁ ଏକତ୍ର କରି ଭାରତ ଉଚ୍ଚଶିକ୍ଷା ଆୟୋଗ(ଏଚଇସିଆଇ) ପ୍ରତିଷ୍ଠା ବ୍ୟବସ୍ଥା ହୋଇଛି। ଯାହାକି ପ୍ରବେଶ ପରୀକ୍ଷା ସହ ଏକୀକୃତ ପାଠ୍ୟକ୍ରମ ତଥା ବୃତ୍ତିଗତ ଶିକ୍ଷାକୁ ଆଗକୁ ବଢାଇପାରିବ। ଏହି ଆୟୋଗ ଉଚ୍ଚଶିକ୍ଷାର ଗୁଣବତ୍ତା ଓ ନିୟମିତତା ବୃଦ୍ଧି କରିବ। ଛାତ୍ରଛାତ୍ରୀ ଶ୍ରେଣୀ ଶିକ୍ଷା ଗ୍ରହଣରେ ଯେଉଁ ଅମନଶୀଳ ରହୁଛନ୍ତି, ତାହା ବ୍ୟାବହାରିକ ଶିକ୍ଷା ତଥା ଅଧ୍ୟୟନ ଦ୍ବାରା ଦୂର ହୋଇପାରିବ। ବିଭିନ୍ନ ବିଷୟଗତ (ମଲ୍‌ଟି ଡିସିପ୍ଲିନାରୀ) ଜ୍ଞାନ ଆହରଣ ଦ୍ବାରା ଏ କ୍ଷେତ୍ରରେ ଅନେକ ସୁଯୋଗ ମଧ୍ୟ ସୃଷ୍ଟି ହୋଇପାରିବ। ଛାତ୍ରଛାତ୍ରୀ କେଉଁ କ୍ଷେତ୍ରରେ ଯିବାକୁ ଚାହିଁବେ, ନିଜ ଭବିଷ୍ୟତ ନିଜେ ଗଢିବାର ସୁଯୋଗ ମିଳିବ। ଇଞ୍ଜିନିୟରିଂ ପଢୁଥିବା ଛାତ୍ରଛାତ୍ରୀ ମଧ୍ୟ ଏଥିଯୋଗୁଁ କଳା, ଭାଷା-ସାହିତ୍ୟ, ଅର୍ଥନୀତି ଭଳି ବହୁ ବିଷୟରେ ଶିକ୍ଷା ଗ୍ରହଣ କରିବାର ସୁଯୋଗ ଉପଲବ୍ଧ ହୋଇଛି।
ଶିକ୍ଷା ହେଉ ମୁକ୍ତିର ପଥ, ଏହା କେବଳ ନିଯୁକ୍ତିର ଉପାୟ ନ ହେଉ। ନୂଆ ଶିକ୍ଷା ନୀତି ହେଉଛି ଜ୍ଞାନ ଓ କୌଶଳର ଏକ ଶକ୍ତିଶାଳୀ ବିଭାଗ। ଜୀବନ କୁସୁମ ପ୍ରସ୍ଫୁଟିତ ହୋଇ ବାସ ବିସ୍ତାର ପାଇଁ ଶିକ୍ଷା ହେଉ ଗ୍ରହଣଯୋଗ୍ୟ ଓ ସରଳ। ମାତୃଭାଷାରେ ଶିକ୍ଷା ଦ୍ବାରା ଛାତ୍ରଛାତ୍ରୀ ଅଧିକ ଆତ୍ମିକ ହେବା ସହ ଏହା ମାନସିକ ବିକାଶର ମୂଳ ଆଧାର ହୋଇପାରିବ। ଶିକ୍ଷା ସୂଚୀତ ହେଲେ, ଜନତା ଅଧିକ ସଚେତନ ହୋଇଥାଏ। ସମାଜରେ ଜାଗରଣ ଆସେ। ବସୁଧୈବ କୁଟୁମ୍ବକମ୍‌ର ବିଚାରବାଦୀ ଭାରତ ଚାହେଁ ଏଭଳି ଶିକ୍ଷା; ଯାହା ସମଗ୍ର ମାନବ ବିକାଶ ଲାଗି ସମର୍ପିତ ତଥା ସେବାଯୁକ୍ତ ହେବା ଉଚିତ ବୋଲି ବିଶ୍ବାସ ରଖିଆସିଛି। ସେଥିପାଇଁ ନୂତନ ଶିକ୍ଷା ନୀତି-୨୦୨୦ରେ ଏହାକୁ ବାସ୍ତବ କ୍ରିୟାନ୍ବୟନ ଲାଗି ପ୍ରସ୍ତୁତ କରାଯାଇଛି। ନୂତନ ଶିକ୍ଷା ନୀତି କେବଳ ଏକ ଶିକ୍ଷା ସଂସ୍କାର ନୁହେଁ। ଏହା ନୂତନ ରାଷ୍ଟ୍ର ଗଠନର ଏକ ନୂଆ ପ୍ରୟାସ। ଶିକ୍ଷା ମାନବ ସମ୍ବଳକୁ ମୂଲ୍ୟବାନ ରତ୍ନ ଭଳି ଗଢିଥାଏ। ଏହି ନୂଆ ନୀତି ଭାରତକୁ ଜ୍ଞାନଶକ୍ତି ରାଷ୍ଟ୍ର ଓ ବିଶ୍ବଗୁରୁରେ ପରିଣତ କରିବାର ସଙ୍କଳ୍ପ ଓ ପ୍ରତିଶ୍ରୁତିକୁ ଦୋହରାଏ। ଭାରତର ଶିକ୍ଷାସୌଧର ହୃତଗୌରବକୁ ଫେରାଇବା, ପ୍ରାଚୀନ ଶିକ୍ଷା ପଦ୍ଧତିକୁ ଆଧୁନିକତାର ପୁଟ ଦେଇ ନୂତନ ଜ୍ଞାନକୌଶଳ ଆଧାରିତ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟକାଳରେ ଏଥିପାଇଁ ଦୀର୍ଘ ୩୪ ବର୍ଷର ପ୍ରତୀକ୍ଷା ପରେ ପ୍ରୟାସ ଆରମ୍ଭ ହୋଇଥିଲା। ଇସ୍ରୋର ପୂର୍ବତନ ମୁଖ୍ୟ ତଥା ବିଶିଷ୍ଟ ଶିକ୍ଷାବିତ୍‌ କେ. କସ୍ତୁରୀରଙ୍ଗନ୍‌ଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ପକ୍ଷରୁ ବ୍ୟାପକ ମାନସ ମନ୍ଥନ ଓ ବିଚାର ବିମର୍ଶ ପରେ ନୂତନ ଶିକ୍ଷା ନୀତିର ଦସ୍ତାବିଜ୍‌କୁ ଆଗତ କରାଯାଇଥିଲା। ୨୦୨୦ ମସିହା କରୋନା ମହାମାରୀ କାଳରେ କେନ୍ଦ୍ର ସରକାର ଏହାକୁ ଲାଗୁ କଲେ। ମାତ୍ର କରୋନା ପ୍ରଭାବରୁ ନୂଆ ଶିକ୍ଷା ନୀତିକୁ ଧରାତଳେ ଲାଗୁ କରିବାରେ ସମସ୍ୟା ରହିଥିଲା। ମାତ୍ର ନିଷ୍ଠା ଓ ନିୟତିର ସ୍ବଚ୍ଛତା ତଥା ସ୍ପଷ୍ଟତା କାରଣରୁ ଏହାକୁ ବିଭିନ୍ନ ରାଜ୍ୟ କାର୍ଯ୍ୟକାରୀ କରିବା ଆରମ୍ଭ କରିଛନ୍ତି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦୂରଦୃଷ୍ଟି ବିଚାର ଓ ନିରନ୍ତର ପ୍ରୟାସ ଯୋଗୁଁ ଏହାକୁ ସଫଳତାର ସହ କ୍ଷେତ୍ରୀୟ ରୂପାୟନ କରାଯାଇଛି।
ଶିକ୍ଷା ଭଳି ଏକ ଜନ୍ମସିଦ୍ଧ ଅଧିକାରକୁ ସାର୍ଥକ କରିବା ନିମନ୍ତେ ୨୦୨୦ ମସିହାରେ ଭାରତ ସରକାର ଯେଉଁ ନୂଆ ଶିକ୍ଷା ନୀତି ପ୍ରକାଶ କଲେ, ତାହା ଏବେ ୫ ବର୍ଷର ଶିଶୁ ଅବସ୍ଥାରେ ରହିଛି। ଏହି ଅବଧିରେ ହେଉଥିବା ପରିବର୍ତ୍ତନ ଓ ସଫଳତା ଦେଶର ଶିକ୍ଷା ବ୍ୟବସ୍ଥାକୁ ଏକ ନୂଆ ଦିଗ ଦେଇଛି। ଅନ୍ତର୍ଭାବୀ ବଦଳ କ୍ରମେ ପିଲାମାନଙ୍କର ଶିଶୁ ସ୍ତରରୁ ମାନସିକ, ଭାଷାଗତ ଓ ସାମାଜିକ ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି। କୌଶଳ ଶିକ୍ଷା ଓ ଇଣ୍ଟର୍ଣ୍ଣସିପ୍‌ ବ୍ୟବସ୍ଥା ଆରମ୍ଭ ପିଲାଙ୍କୁ ନିଯୁକ୍ତି ପାଇଁ ବିବ୍ରତ ନହୋଇ ନିଜେ ନିଯୁକ୍ତିଦାତା ତଥା ସ୍ବାବଲମ୍ବୀ ହେବା ଦିଗକୁ ପ୍ରୋତ୍ସାହିତ କରିବ। କେବଳ ପିଲାଙ୍କ ଲାଗି ପାଠ୍ୟକ୍ରମ ପ୍ରସ୍ତୁତି, ନିଜ ନିଜ ଭାଷାରେ ପୁସ୍ତକ ଉପଲବ୍ଧ ନୁହେଁ; ଏହାର କ୍ରିୟାନ୍ବୟନ ଲାଗି ଗୁଣାତ୍ମକ ଶିକ୍ଷକ, ବୃତ୍ତିଗତ ପ୍ରଶିକ୍ଷଣ, ଶିକ୍ଷଣ ସାମଗ୍ରୀ, ଡିଜିଟାଲ ଉପଯୋଗକୁ ମଧ୍ୟ ଶିକ୍ଷା ମନ୍ତ୍ରଣାଳୟ ତରଫରୁ ଉପଲବ୍ଧ କରାଯାଉଛି। ଓଡ଼ିଶା ସରକାର ନୂତନ ଶିକ୍ଷା ନୀତିକୁ ୨୦୨୫-୨୬ ଶିକ୍ଷାବର୍ଷରୁ ଲାଗୁ କରିଛନ୍ତି। ଏଥିପାଇଁ ଭିତ୍ତିଭୂମିକୁ ମଧ୍ୟ ରାଜ୍ୟ ସରକାର ସୁଦୃଢ କରୁଛନ୍ତି।
ନୂଆ ଶିକ୍ଷା ନୀତି ହେଉଛି ଭବିଷ୍ୟତ ଭାରତର ରୂପରେଖ। ଶିକ୍ଷା ଅର୍ଥ କେବଳ ଡିଗ୍ରୀ ନୁହେଁ, ଏହା ହେଉଛି ଜୀବନ ଶୈଳୀ ଓ ଦୃଷ୍ଟିଭଙ୍ଗୀ। ଯେଉଁ ଦେଶର ଶିକ୍ଷା ଯେତେ ଶକ୍ତିଶାଳୀ, ସେଇ ଦେଶ ଭବିଷ୍ୟତ ସେତେ ସୁଦୃଢ ଓ ବିଶ୍ବକୁ ନେତୃତ୍ୱ ଦେବାର କ୍ଷମତା ରଖେ। ଶିକ୍ଷା ଗ୍ରହଣକୁ ଏକ ବୋଝ ନ ଭାବି କିଭଳି ଉତ୍ସାହ ଓ ଅନ୍ତଃପ୍ରେରଣାର ଏକ ସ୍ରୋତସ୍ବିନୀ କରାଯାଇପାରିବ ସେଥିପାଇଁ ନୂତନ ଶିକ୍ଷାନୀତିରେ ରହିଛି ଅସଲ ଚାବିକାଠି। ଏନ୍‌ଇପି ନବ ପିଢିର ଛାତ୍ରଛାତ୍ରୀଙ୍କୁ ପଢିବା, ବୁଝିବା ଓ ପ୍ରୟୋଗ କରିବାର ସ୍ୱାଧୀନତା ଦେଇଛି। ଏକ ସଫଳ ଶିକ୍ଷା ନୀତି ଦେଶର ମଜଭୁତ ମୂଳଦୁଆ। ଯେଉଁ ଶିକ୍ଷା ପିଲାଙ୍କୁ ସ୍ବତନ୍ତ୍ର ଚିନ୍ତା କରିବାକୁ ଶିଖାଏ, ତାହା ବାସ୍ତବ ଶିକ୍ଷା।
ନୂଆ ଶିକ୍ଷା ନୀତି ନବଚେତନାର ଅନେକ ଅଦୃଶ୍ୟ ଦ୍ୱାର ଖୋଲିଛି। ନୂତନ ଶିକ୍ଷା ନୀତି ପିଲା ଓ ଯୁବବର୍ଗଙ୍କୁ ସଂସ୍କୃତି, ଜ୍ଞାନ-ବିଜ୍ଞାନ ଓ ଆଧୁନିକତା ମଧ୍ୟରେ ସନ୍ତୁଳନ ରଖି ଜିତିବାର ପ୍ରେରଣା ଯୋଗାଉଛି। ଭାରତକୁ ସ୍ବାଭିମାନ, ସ୍ବାବଲମ୍ବୀ ତଥା ସମୃଦ୍ଧିର ଶିଖର ଛୁଇଁବାରେ ବିଶେଷ ସହାୟକ ହୋଇପାରିବ ଏଥିରେ ସନ୍ଦେହ ନାହିଁ।
ଡିନ୍‌ ଅଫ୍ କଲେଜେସ୍‌, ଦିଲ୍ଲୀ ବିଶ୍ବବିଦ୍ୟାଳୟ

Hot this week

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

Related Articles

Popular Categories