ଜି ଉଦୟଗିରି: ଦନ୍ତା ଆକ୍ରମଣରେ ପ୍ରାଣ ହରାଇଥିବା ସାମନ୍ତ ଦିଗାଲ ୫୨ଙ୍କ ପାରିବାର ବର୍ଗଙ୍କୁ ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ ଭେଟିଛନ୍ତି। ମୃତ ସାମନ୍ତ ଏକା ଥିବାରୁ ତାଙ୍କ ବଡ ଭାଇ ଶମ୍ଭୁ ଦିଗାଲଙ୍କୁ ଭେଟି ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ। ଯଥା ଶୀଘ୍ର କିପରି ସରକାରୀ ସହାୟତା ମିଳିପାରିବ ସେ ଦିଗରେ ସମସ୍ତ ପଦକ୍ଷେପ ନିଆଯିବା ସହ ଆବଶ୍ୟକ ସ୍ଥଳେ ନିଜେ ଏଥି ପ୍ରତି ସ୍ଵତନ୍ତ୍ର ଦୃଷ୍ଟି ଦେବି ବୋଲି ଆଶ୍ଵାସନା ଦେଇଥିଲେ। ଏଥିସହ ଈଶ୍ୱର ଏ ଭଳି ଅସମୟରେ ଆପଣଙ୍କ ପରିବାର ବର୍ଗଙ୍କୁ ଏ ଦୁଃଖ ସହିବା ପାଇଁ ଅସୀମ ସାହାସ ଓ ଧୈର୍ଯ୍ୟ ଦିଅନ୍ତୁ ବୋଲି କହିଥିଲେ। ପାଖରେ ଅନ୍ୟ ମାନଙ୍କ ମଧ୍ୟରେ ବିଜୟ କୁମାର ପଣ୍ଡା ସମେତ ପାରିବାର ବର୍ଗ ଉପସ୍ଥିତ ଥିଲେ।



