www.samajalive.in
Sunday, December 7, 2025
18.1 C
Bhubaneswar

ଜଣେ ସଫଳ ବ୍ୟକ୍ତିତ୍ୱ ଓ ରାଷ୍ଟ୍ରବାଦୀ ବିଚାରଧାରାର ପୃଷ୍ଠପୋଷକ ଥିଲେ ଡା. ମହତାବ -ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ନବଉତ୍କଳର ନିର୍ମାତା ତଥା ପୂର୍ବତନ ମୁଖ୍ୟମବୀ ଉତ୍କଳ କେଶରୀ ଡା.ହରେକୃଷ୍ଣ ମହତାବଙ୍କ ବିଚାରଧାରା ଏବଂ ବ୍ୟକ୍ତିତ୍ୱ ଆଜିର ସମୟରେ ମଧ୍ୟ ପ୍ରାସଙ୍ଗିକ ହୋଇଛି। ସେ ଜଣେ ଜଣେ ସଫଳ ବ୍ୟକ୍ତିତ୍ୱ ଓ ରାଷ୍ଟ୍ରବାଦୀ ବିଚାରଧାରାର ପୃଷ୍ଠପୋଷକ ଥିଲେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଡା.ହରେକୃଷ୍ଣ ମହତାବଙ୍କ ୧୨୧ତମ ଜୟନ୍ତୀ ଅବସରରେ ଶନିବାର ଆଇଏମଏସ ଦ୍ୱାରା ଆୟୋଜିତ ଚତୁର୍ଥ ଜାତୀୟ ମିଡ଼ିଆ କନକ୍ଲେଭର ‘ସାମାଜିକ ପରିବର୍ତନ ପାଇଁ ସମ୍ବାଦ’ ଶୀର୍ଷକ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ଡା.ମହତାବଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଶ୍ରୀ ପ୍ରଧାନ। ବର୍ତମାନ ସମୟରେ ଜାତୀୟ ମିଡ଼ିଆ କନକ୍ଲେଭ ଭଳି ପ୍ଲାଟଫର୍ମରେ ସମାଜ ଜୀବନର ଅନେକ ପ୍ରାସଙ୍ଗିକ ବିଷୟ ତଥା ବିଶେଷ ଭାବରେ ସମାଜର କଲ୍ୟାଣ ପାଇଁ ତର୍କବିତର୍କ ହେବା ଦରକାର।

- Advertisement -

ଡା. ମହତାବ ହେଉଛନ୍ତି ଓଡ଼ିଆ ଲୋକଙ୍କ ପରିଚୟ। ଓଡ଼ିଶାକୁ ବୁଝିବାକୁ ହେଲେ ତାଙ୍କର ଜୀବନ ଓ ବିଚାରଧାରାକୁ ବୁଝିବାକୁ ପଡ଼ିବ। ବାଲ୍ୟ କାଳରୁ ଜୀବନର ଅନ୍ତିମ ସମୟ ପର୍ଯ୍ୟନ୍ତ ଡା. ମହତାବ ଓଡିଶା ଭାଷା, ସାହିତ୍ୟର ପୁନରୁଦ୍ଧାର ଓ ସାମାଜିକ କ୍ଷେତ୍ରରେ ମଧ୍ୟ ଯୋଗଦାନ ଦେଇଥିଲେ।

୨୦୩୬ ମସିହାରେ ଭାଷା ଆଧାରିତ ରାଜ୍ୟ ଗଠନ ହେବାରେ ଓଡ଼ିଶାକୁ ୧୦୦ ବର୍ଷ ପୂରିବ। ଓଡ଼ିଶାକୁ ଭାଷା ଆଧାରିତ ରାଜ୍ୟ ଭାବେ ଗଠନ କରିବା ପାଇଁ ଡା. ମହତାବ ଯୁବ ସମୟରେ ମଧ୍ୟ ନେତୃତ୍ୱ ନେଇଥିଲେ। ସେହିପରି ଡା. ମହତାବଙ୍କ କୁଶଳୀ ନୀତି ଯୋଗୁଁ ଗଡ଼ଜାତ ମିଶ୍ରଣରେ ବାଲଶ୍ୱର ଜିଲ୍ଲାର ନୀଳଗିରି ଓଡ଼ିଶାରେ ମିଶି ପାରିଥିଲା।

ଡ. ମହତାବ ଜଣେ ବହୁମୁଖୀ ପ୍ରତିଭାର ଅଧିକାରୀ ଥିଲେ। ସେ ସାମ୍ବାଦିକତା, ସାହିତ୍ୟ, ବୈଦେଶିକ ନୀତି, କୃଷି, ଉଦ୍ୟୋଗ ତଥା ସମସ୍ତ କ୍ଷେତ୍ର ସହ ଜଡ଼ିତ ଥିଲେ। ରାଷ୍ଟ୍ରୀୟ ସ୍ତରରେ ଓଡିଶାର ନେତୃତ୍ୱକୁ ସ୍ଥାପିତ କରିବାରେ ଅଗ୍ରଣୀ ଭୂମିକା ନେଇଥିଲେ ଡା. ମହତାବ। ରାଷ୍ଟ୍ରୀୟ ସମସ୍ୟାର ସମାଧାନ ପାଇଁ ଡା. ମହତାବଙ୍କ ମୂଲ୍ୟବୋଧକୁ ସମସ୍ତେ ଆପଣାଇବା ଦରକାର ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories