www.samajalive.in
Saturday, December 13, 2025
23.1 C
Bhubaneswar

ଦକ୍ଷିଣ ଏସୀୟ କ୍ରୀଡ଼ା: ଜାତୀୟ ଖୋଖୋ ଦଳରେ ସତ୍ୟଜିତ ଓ ସସ୍ମିତା

ଭୁବନେଶ୍ବର : ନେପାଳର କାଠମାଣ୍ଡୁ ଓ ପୋଖରାରେ ଆରମ୍ଭ ହୋଇଛି ୧୩ତମ ଦକ୍ଷିଣ ଏସୀୟ କ୍ରୀଡ଼ା। ଉକ୍ତ ପ୍ରତିଯୋଗିତା​ରେ ଅଂଶଗ୍ରହଣ କରିବା ଲାଗି ଭାରତୀୟ ପୁରୁଷ ଓ ମହିଳା ଦଳରେ ଓଡ଼ିଶାରୁ ୨ ଜଣ ଖେଳାଳି ସାମିଲ ହୋଇଛନ୍ତି। ପୁରୁଷ ଦଳରେ ସତ୍ୟଜିତ ସିଂହ ଓ ମହିଳା ଦଳରେ ସସ୍ମିତା ନାଥଶର୍ମା ସ୍ଥାନ ପାଇଛନ୍ତି। ଭାରତୀୟ ଦଳ ମନୋନୟନ ଲାଗି ଦିଲ୍ଲୀର ଜବାହରଲାଲ ନେହରୁ ଷ୍ଟାଡ଼ିୟମରେ ସମ୍ଭାବ୍ୟ ଶିବିର ଆୟୋଜିତ ହୋଇଥିଲା। ଏଥିରୁ ଖେଳାଳିଙ୍କ ପ୍ରଦର୍ଶନକୁ ଆଧାରକରି ଚୂଡାନ୍ତ ଦଳ ମନୋନୟନ କରାଯାଇଛି। ଭାରତୀୟ ଦଳ ରବିବାର କାଠମାଣ୍ଡୁ ଯାତ୍ରାକରିଛି। ସସ୍ମିତା ଓ ସତ୍ୟଜିତଙ୍କୁ ଓଡ଼ିଶା ଖୋଖୋ ଆସୋସିଏସନ ସମ୍ପାଦକ ପ୍ରଦ୍ୟୁମ୍ନ ମିଶ୍ର, ସଭାପତି ନାରାୟଣ ପାତ୍ର, କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା, କ୍ରୀଡ଼ା ସଚିବ ବିଶାଳ ଦେବ, ନିର୍ଦେଶକ ଆର. ଭିନିଲ କ୍ରିଷ୍ଣା, ମୁଖ୍ୟ ଉପଦେଷ୍ଟା ଆଶୀର୍ବାଦ ବେହେରା ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି।

Hot this week

ଗୋପାଳପୁର କଲେଜରେ ସ୍ଥାପନ ହେବ ଫ୍ରାଟେରନିଟି ପାର୍କ

ବ୍ରହ୍ମପୁର/ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ...

ବଦଳିପାରେ ମନରେଗା ଯୋଜନାର ନାମ

ସମାଜ ଲାଇଭ ଡ଼େସ୍କ : ଗ୍ରାମୀଣ ସ୍ତରରେ ଶ୍ରମିକ ମାନଙ୍କୁ ରୋଜଗାର...

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଢାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

Related Articles

Popular Categories