www.samajalive.in
Thursday, December 11, 2025
18.1 C
Bhubaneswar

ହାଇଦରାବାଦ ଡାକ୍ତରାଣୀଙ୍କୁ ବଳାତ୍କାର ଓ ହତ୍ୟା ମାମଲା ; ପଙ୍କ୍‌ଚର୍‌ ମେକାନିକର ତଥ୍ୟ ଅଭିଯୁକ୍ତଙ୍କୁ ଧରାଇଥିଲା

ହାଇଦରାବାଦ : ହାଇଦରାବାଦର ପ୍ରାଣୀ ଚିକିତ୍ସକଙ୍କୁ ବଳାତ୍କାର ଓ ହତ୍ୟା ଘଟଣାର ଅଭିଯୁକ୍ତଙ୍କୁ ୪୮ଘଣ୍ଟାରୁ କମ୍ ସମୟ ମଧ୍ୟରେ ପୁଲିସ ଧରିବାରେ ସଫଳ ହୋଇଥିଲା। ଅଭିଯୁକ୍ତଙ୍କୁ ଧରିବାରେ ପୁଲିସକୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଦେଇଥିଲେ ଟାୟାର ପଙ୍କଚର ମେକାନିକ। ଏହା ସହିତ ବିଭିନ୍ନ ସ୍ଥାନର ସିସିଟିଭି ଫୁଟେଜ ପୁଲିସକୁ ଏହି ଅପରାଧର ସତ୍ୟାସତ୍ୟ ଉନ୍ମୋଚନ କରିବାରେ ସହାୟକ ହୋଇଥିଲା। ଡାକ୍ତରାଣୀଙ୍କ ନିଖୋଜ ଏତଲାକୁ ଗ୍ରହଣ କରିବାରେ ଟାଳଟୁଳ ନୀତି ପାଇଁ ପୁଲିସ ସମାଲୋଚିତ ହୋଇଥିଲେ ମଧ୍ୟ ଅଭିଯୁକ୍ତଙ୍କୁ ଧରିବାରେ ଏହା ସଫଳ ହୋଇଛି।

ପୀଡିତାଙ୍କ ଭଉଣୀର କହିବା ଅନୁଯାୟୀ କେତେକ ଅଜଣା ବ୍ୟକ୍ତି ସ୍କୁଟିର ପଙ୍କଚର ମରାମତି କରିବା ଲାଗି ନେଇଥିଲେ। ଏହା ଜାଣିବା ପରେ ପୁଲିସ ଟୋଲ ପ୍ଲାଜା ଆଖପାଖରେ ଥିବା ପଙ୍କଚର ମେକାନିକକୁ ଖୋଜିଥିଲା। ମେକାନିକକୁ ପଚରାଉଚରା କରିବା ପରେ ସେ କହିଥିଲା ଯେ ଜଣେ ବ୍ୟକ୍ତି ଏକ ଲାଲ ରଙ୍ଗର ସ୍କୁଟିକୁ ଆଣି ପମ୍ପ ଦେଇଥିଲେ। ମେକାନିକ ଜଣଙ୍କ କହିଥିଲେ ଯେ ଅଭିଯୁକ୍ତ ସ୍କୁଟିଟିକୁ ରାସ୍ତାର ବିପରୀତ ପାର୍ଶ୍ବରେ ଗଡାଇ ଗଡାଇ ଆଣିଥିଲେ। ଏହା ପରେ ରାସ୍ତାର ବିପରୀତ ପାର୍ଶ୍ବରେ ଥିବା ବିଭିନ୍ନ କମ୍ପାନୀର ସିସିଟିଭି ଫୁଟେଜକୁ ପୁଲିସ ଯାଞ୍ଚ କରିଥିଲା। ସିସିଟିଭିରେ ଦେଖାଯାଇଥିଲା ଯେ ସ୍କୁଟି ସହିତ ଦୁଇଜଣ ଲୋକ ଚାଲିଚାଲି ଯାଉଛନ୍ତି। ଅନ୍ୟଏକ ଫୁଟେଜରେ ଏକ ଟ୍ରକ ଦୀର୍ଘ ସମୟ ପାର୍କିଂ ହେବା ଦେଖିବାକୁ ମିଳିଥିଲା। ତେବେ ଅନ୍ଧକାର ଯୋଗୁଁ ଟ୍ରକର ନମ୍ବର ଦେଖାଯାଇ ନ ଥିଲା। ଟୋଲ ପ୍ଲାଜାର ସିସିଟିଭି ଯାଞ୍ଚ ପରେ ଉକ୍ତ ଟ୍ରକ ଘଟଣାର ୬ -୭ ଘଣ୍ଟା ପୂର୍ବରୁ ଅଟକି ରହିଥିବା ଜଣାପଡିଥିଲା। ଟୋଲ ପ୍ଲାଜା ସିସିଟିଭିରୁ ଗାଡିର ପଞ୍ଜୀକରଣ ନମ୍ବର ଜଣାପଡିଥିଲା। ପରେ ଗାଡିର ମାଲିକ ଶ୍ରୀନିବାସ ରେଡ୍ଡିକୁ ଯୋଗାଯୋଗ କରାଯାଇଥିଲା। ତେବେ ଗାଡିଟିକୁ ମହମ୍ମଦ ଆରିଫ ନାମକ ଚାଳକ ହେପାଜତରେ ଥିବା କହିଥିଲେ। ଏହି ସମୟରେ ଅନ୍ୟ ପୁଲିସ ଦଳ ଆଖପାଖ ପେଟ୍ରୋଲ ପମ୍ପର ସିସିଟିଭି ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ ସ୍କୁଟି ମରାମତି ପାଇଁ ଯାଇଥିବା ଦୁଇ ବ୍ୟକ୍ତି ପେଟ୍ରୋଲ ପମ୍ପରୁ ଏକ ବୋତଲରେ ପେଟ୍ରୋଲ କିଣୁଥିବା ଦେଖିବାକୁ ମିଳିଥିଲା। ଗାଡି ମାଲିକ ଶ୍ରୀନିବାସର ତଥ୍ୟ ଆଧାରରେ ଚାଳକ ମହମ୍ମଦ ଆରିଫର ଫୋନ ନମ୍ବର ଭିତ୍ତିରେ ତାର ଅବସ୍ଥିତିକୁ ଠାବ କରାଯାଇଥିଲା। ଆରିଫର ସୂଚନା ଆଧାରରେ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ଅଭିଯୁକ୍ତମାନେ ଅପରାହ୍ଣ ୫ଟାରୁ ମଦ ପିଇବା ଆରମ୍ଭ କରିଥିଲେ। ରାତି ୯ଟା ୩୦ରେ ସେମାନେ ଡାକ୍ତରାଣୀଙ୍କୁ ବଳାତ୍କାର କରିଥିଲେ। ବଳାତ୍କାର ପୂର୍ବରୁ ସେମାନେ ଡାକ୍ତରାଣୀକୁ ମଦ ମିଶ୍ରିତ ଥଣ୍ଡା ପାନୀୟ ବଳପୂର୍ବକ ପିଆଇଥିଲେ।

Hot this week

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

ପରିବାରରୁ ଦୁର୍ନୀତି ବିରୋଧରେ ଶିକ୍ଷା ଦିଆଯାଉ: ଜଷ୍ଟିସ ନାୟକ

ଦୁର୍ନୀତି ମୁକ୍ତ ଓଡ଼ିଶା ସାମୂହିକ ସଂକଳ୍ପ ହେଉ: ରାଜ କୁମାର ଭୁବନେଶ୍ବର :...

ମହିଳାଙ୍କୁ ଦୁର୍ବ୍ୟବହାର- ବୃଦ୍ଧଙ୍କୁ ଲଣ୍ଡା କରି ଚପଲ ମାଳ ପିନ୍ଧାଇଲେ

ଭବାନୀପାଟଣା - ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ସଦରଥାନା ଅନ୍ତର୍ଗତ...

୨୦୦ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ, ଚେତା ହରାଇଲେ ଛାତ୍ରୀ

ସମାଜଲାଇଭ ଡେସ୍କ: ଛାତ୍ରୀଙ୍କୁ ଦୁଇ ଶହ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ।...

 ବସ୍‌ ସହ ବାଇକ ମୁହାଁ ମୁହିଁ ଧକ୍କା, ୨ ଛାତ୍ରଙ୍କ ମୃତ୍ୟୁ  

ଗୁଣପୁର, - -ରାୟଗଡ଼ା ଜିଲ୍ଲା ରାମନାଗୁଡା ଥାନା ଅନ୍ତର୍ଗତ ପାଲୁପାଇ ନିକଟରେ...

Related Articles

Popular Categories