www.samajalive.in
Friday, December 5, 2025
20.1 C
Bhubaneswar

ଗ୍ରାହକଙ୍କ ଅପେକ୍ଷାରେ ବ୍ୟବସାୟୀ ; ଅନେକ ଦ୍ୱନ୍ଦ୍ୱରେ ଦୋକାନ ଖୋଲିଲେନି

ଭୁବନେଶ୍ୱର: ବ୍ୟବସାୟ ପାଇଁ ତାଲାବନ୍ଦ କଟକଣା କୋହଳ ପରେ ରାଜଧାନୀର ଗଳିକନ୍ଦି, ପ୍ରମୁଖ ହାଟ ଓ ବଜାରରେ ବ୍ୟବସାୟିକ ପ୍ରତିଷ୍ଠାନ ଖୋଲିଲା। ହେଲେ କାଁ ଭାଁ ଗ୍ରାହକ କିଣାକିଣି କରୁଥିବା ଦେଖିବାକୁ ମିଳିଥିଲା। ଗ୍ରାହକ ନ ଆସିବାରୁ ବ୍ୟବସାୟୀ ଦୋକାନ ଖୋଲି ନିରାଶ ହୋଇଥିବା କହିଛନ୍ତି। ମନରେ କରୋନା ସଂକ୍ରମଣ ଭୟ ରହୁଛି। ଯେପର୍ଯ୍ୟନ୍ତ ରାଜଧାନୀକୁୁ କରୋନା ମୁକ୍ତ ଘୋଷଣା କରାଯାଇ ନାହିଁ, ସେଯାଏଁ ମନରୁ ଭୟ ଯିବନି କି ପୂର୍ବପରି ବ୍ୟବସାୟରେ ମନ ବଳିବନି ବୋଲି ଡୁମୁଡୁମା ବଜାରର ଜଣେ ବ୍ୟବସାୟୀ କହିଛନ୍ତି।

ଗତ କିଛିଦିନ ଧରି ରାଜଧାନୀରେ ନୂତନ କରୋନା ଚିହ୍ନଟ ନହେବାରୁ ମଙ୍ଗଳବାର ବିଏମ୍‍ସି ପକ୍ଷରୁ ତାଲାବନ୍ଦ କଟକଣାରେ କୋହଳ କରାଯିବାରୁ ବୁଧବାର ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ବ୍ୟବସାୟିକ ପ୍ରତିଷ୍ଠାନ ଖୋଲିଥିଲା। ବୈଦ୍ୟୁତିକ ଉପକରଣ ଓ ମରାମତି ଦୋକାନ, ଘରକରଣା ସାମଗ୍ରୀ ଦୋକାନ, ବହି ଦୋକାନ, ଫୁଲ ଦୋକାନ, ଲୁହା ଦୋକାନ ଆଦି ଅଣ-ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲାଥିଲେ ମଧ୍ୟ ଗ୍ରହକଙ୍କ ଦେଖା ନଥିଲା। ବିଏମ୍‍ସି ଦକ୍ଷିଣ-ପୂର୍ବ ଡେପୁଟି କମିସନର ଅଂଶୁମାନ ରଥ କହିଛନ୍ତି, ଯେଉଁ ଦୋକାନୀଙ୍କର ଟ୍ରେଡ୍‍ ଲାଇସେନ୍ସ ନାହିଁ, ସେମାନଙ୍କୁ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇ ନଥିଲା। ଅନେକ ଦ୍ୱନ୍ଦ୍ୱରେ ପଡ଼ି ଦୋକାନ ଖୋଲି ନଥିଲେ।

- Advertisement -

ବାପୁଜୀନଗର, ରାଜମହଲ, ଇନ୍ଦ୍ରଧନୁ ମାର୍କେଟ, ଏକ ନମ୍ବର ହାଟ, ରୁଚିକା ମାର୍କେଟ, ସିଆର୍‍ପି ମାର୍କେଟ, ପଟିଆ ମାର୍କେଟ, ଡୁମୁଡୁମା, ଚନ୍ଦ୍ରଶେଖର ମାର୍କେଟ, ରସୁଲଗଡ଼ କୋଚିଲେଇ ମାର୍କେଟ, ସହିଦନଗର, ସତ୍ୟନଗର ଆଦି ସ୍ଥାନରେ ଦୋକାନଗୁଡ଼ିକ ଖୋଲିଥିଲେ ଗ୍ରାହକ କାଁ ଭାଁ ଗ୍ରାହକ କିଣାକିଣି କରୁଥିବା ଦେଖିବାକୁ ମିଳିଥିଲା।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories