ଭୁବନେଶ୍ବର : ଦେଶରେ ଲକଡାଉନ ପାଇଁ ଗାଡି ପରମିଟ ଅବଧିକୁ ବୃଦ୍ଧି କରାଯାଇଛି। ଲକ ଡାଉନ ପାଇଁ ନବୀକରଣ ସମ୍ଭବ ହୋଇ ନ ଥିବାରୁ ଅବଧି ବୃଦ୍ଧି କରାଯାଇଛି । ଏ ନେଇ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।ଡ୍ରାଇଭିଂ ଲାଇସେନ୍ସ, ପରମିଟ, ରେଜିଷ୍ଟ୍ରେସନ , ଫିଟନେସ ପାଇଁ ଅବଧି ବଢାଯାଇଛି । ଫେବୃଆରୀରେ ଅବଧି ସରିଥିବା ଗାଡ଼ିଗୁଡ଼ିକର କାଗଜପତ୍ରର ନବୀକରଣର ଆବଶ୍ୟକତା ନାହିଁ । ଫେବୃଆରୀ ୧ରୁ ଜୁନ ୩୦ ସୁଦ୍ଧା ସରୁଥିବା ଗାଡି କାଗଜପତ୍ର ପାଇଁ ଏହା ଲାଗୁ । ଏ ନେଇ କେନ୍ଦ୍ର ପରିବବନ ମନ୍ତ୍ରାଲୟ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଜାରି କରିଛି। ଏହାସହ ଲର୍ଣ୍ଣିଂ ଲାଇସେନ୍ସ ଓ ପଲ୍ୟୁସନ ସାର୍ଟିଫିକେଟ ଅବଧି ମଧ୍ୟ ବଢିଛି। ଜୁନ ୩୦ ପର୍ଯ୍ୟନ୍ତ ଲର୍ଣ୍ଣିଂ ଓ ପଲ୍ୟୁସନ ସାର୍ଟିଫିକେଟ ମଧ୍ୟ ବୈଧ ଅଟେ । ଏନେଇ ରାଜ୍ୟ ସରକାରଙ୍କ ପରିବହନ ଅଥରିଟି (ଏସଟିଏ) ପକ୍ଷରୁ ମଧ୍ୟ ଟୁଇଟ୍ କରାଯାଇ ସୂଚନା ଦିଆଯାଇଛି ।
Central Govt extends validity of fitness, registration, permit, DL etc till 30th June.
Even though not specifically mentioned we will extend validity of LL and PUC certificate till 30th June in Odisha.#StayAtHome pic.twitter.com/YrYsisXaxc— State Transport Authority, Odisha (@STAOdisha) March 31, 2020



