www.samajalive.in
Saturday, December 6, 2025
26.1 C
Bhubaneswar

କରୋନା ହେଲ୍ପଲାଇନକୁ ଫୋନ କରି ସିଙ୍ଗଡ଼ା ମଗାଇଲେ ଯୁବକ, ଠାବ କରି ଡ୍ରେନ ସଫା କରାଇଲା ପ୍ରଶାସନ

ନୂଆଦିଲ୍ଲୀ: କରୋନା ସମ୍ପର୍କିତ ସୂଚନା ଦେବା କିମ୍ବା ସହାୟତା ଲୋଡୁଥିବା ଲୋକଙ୍କ ପାଇଁ ସରକାର ହେଲ୍‌ପଲାଇନ ନମ୍ବର ଜାରି କରିଛନ୍ତି। କିନ୍ତୁ ଏହି ହେଲ୍‌ପଲାଇନ ନମ୍ବରକୁ ଅଜବ କଲ୍‌ ଆସୁଛି। କିଏ ଫୋନ କରି ଥଟ୍ଟା ମଜା କରୁଛନ୍ତି ତ କିଏ ସିଙ୍ଗଡ଼ା ମଗାଉଛନ୍ତି, ଆଉ କିଏ ପିଜା ବର୍ଗର ଅର୍ଡର କରୁଛନ୍ତି। ଉତ୍ତରପ୍ରଦେଶର ରାମପୁର ସହରରେ ଏଭଳି ଘଟଣା ସାମ୍ନାକୁ ଆସିବା ପରେ ପ୍ରଶାସନ କଠୋର ହୋଇଛି। ଜଣେ ଯୁବକ ହେଲ୍‌ପଲାଇନ ନମ୍ବରକୁ ଫୋନ କରି ସିଙ୍ଗଡ଼ା ଅର୍ଡର କରିବାରୁ ପ୍ରଶାସନ ତାଙ୍କୁ ଠାବ କରି ଦଣ୍ଡିତ କରିଛି। ଦଣ୍ଡ ସ୍ବରୂପ ଯୁବକଙ୍କ ଦ୍ବାରା ରାମପୁର ଅଞ୍ଚଳରେ ଥିବା ଡ୍ରେନ ସଫା କରାଇଛି ପ୍ରଶାସନ।

ରାମପୁର ଜିଲାପାଳ ଅଜନୀ କୁମାର ସିଂହ ଏଭଳି ଅଜବ ଫୋନ କଲ୍‌ର ଅନୁଧ୍ୟାନ କରୁଛନ୍ତି। ଏହି ସମୟରେ ଜଣେ ବ୍ୟକ୍ତି ସ୍ବାର ତହସିଲ କଂଟ୍ରୋଲ ରୁମକୁ ଫୋନ କରି ୪ଟି ସିଙ୍ଗଡ଼ା ପଠାଇବାକୁ କହିଥିଲେ। ପ୍ରଶାସନ ତାଙ୍କୁ ଚିହ୍ନଟ କରି ଜରିମାନା କରିବା ସହିତ ରାମପୁର ସହରରେ ଥିବା ସବୁ ଡ୍ରେନକୁ ସଫା କରିବାକୁ ନିର୍ଦେଶ ଦିଆଯାଇଥିଲା। ଏହା ପରେ ସମ୍ପୃକ୍ତ ବ୍ୟକ୍ତି ଡ୍ରେନ ସଫା କରିଥିଲେ। ସେହିପରି ଆଉଜଣେ ବ୍ୟକ୍ତି ଫୋନ କରି ପିଜା ମଗାଇଥିଲେ। ଜଣେ ପାନ ଦୋକାନୀ ଫୋନ କରି ପାନ ସରିଯାଇଥିବା କହିବା ସହିତ କିଛି ପାନ ପଠାଇବାକୁ ଅର୍ଡର କରିଥିଲେ। ଏମାନଙ୍କୁ ଠାବ କରି ଦଣ୍ଡିତ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

Hot this week

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

Related Articles

Popular Categories