www.samajalive.in
Saturday, December 6, 2025
14.1 C
Bhubaneswar

ମଧୁମେହ ରୋଗୀଙ୍କ ପାଇଁ ରାମବାଣ ସଦୃଶ ତେଜପତ୍ର

ସାଧାରଣତଃ ଏହା ଆମେ ସମସ୍ତେ ଜାଣନ୍ତି ଯେ, ଖାଦ୍ୟର ସ୍ବାଦ ବୃଦ୍ଧି ସହ ସୁଗନ୍ଧିତ କରିବାରେ ତେଜପତ୍ର ବିଶେଷ ଭାବେ ସହାୟକ ହୋଇଥାଏ। ହେଲେ କ’ଣ ଆପଣ ଜାଣନ୍ତି, ଶରୀର ପାଇଁ ଏହା କେତେ ଉପକାରୀ ? ଶରୀର ଅନେକ ରୋଗ ଦୂର କରିବାରେ ତେଜପତ୍ର ସାହାଯ୍ୟ କରିଥାଏ। ଏଥିରେ ଭିଟାମିନ୍‌-ଏ ଏବଂ ସି ରହିବା ସହିତ ଫଲିକ୍‌ ଏସିଡ୍‌ ଭଳି ଆବଶ୍ୟକ ତତ୍ତ୍ୱ ମଧ୍ୟ ରହିଥାଏ। ଏହାବ୍ୟତୀତ ତେଜପତ୍ରରେ ମିନେରାଲ୍ସ ମଧ୍ୟ ବହୁତ ମାତ୍ରାରେ ରହିଥାଏ ଯାହା ସ୍ବାସ୍ଥ୍ୟ ପ୍ରତି ଖୁବ୍ ଲାଭଦାୟକ। ଏହା ବିଶେଷତଃ ମଧୁମେହ ରୋଗୀଙ୍କ ପାଇଁ ଏକ ରାମବାଣ ସଦୃଶ। ତେଜପତ୍ର ରକ୍ତରେ ଶର୍କରା ମାତ୍ରାକୁ ନିୟନ୍ତ୍ରଣ‌ରେ ରଖିଥାଏ। ତେଜପତ୍ର ମଧୁମେହ ରୋଗୀଙ୍କର ଇନସୁଲିନ୍‌ ଫଙ୍କ୍ସନରେ ସୁଧାର ଆଣିବାରେ ସାହାଯ୍ୟ କରିଥାଏ। ତେଣୁ ଏହି ରୋଗରେ ପୀଡ଼ିତ ବ୍ୟକ୍ତିମାନେ ଖାଦ୍ୟରେ ତେଜପତ୍ର ସାମିଲ କରିବା ଆବଶ୍ୟକ।
ଏକ ଗବେଷଣାରୁ ଜଣାପଡିଛି, ଯେଉଁ ଟାଇପ ୨ ଡାଇବେଟିସ ରୋଗୀ ତେଜପତ୍ର ସେବନ କରୁଥିଲେ ସେମାନଙ୍କ ଠାରେ ଗ୍ଲୁକୋଜର ସ୍ତର କମ୍‌ ଦେଖିବାକୁ ମିଳିଥିଲା ଏବଂ କୋଲେଷ୍ଟ୍ରଲର ମାତ୍ରାରେ ମଧ୍ୟ ସୁଧାର ଆସିଥିଲା।
ଏହା ବ୍ୟତୀତ ପୋଷକ ତତ୍ତ୍ୱରେ ଭରପୂର ତେଜପତ୍ର ପାଚନ ସମ୍ବନ୍ଧୀୟ ସମସ୍ୟାକୁ ରୋକିବା ସହ ହୃଦୟକୁ ମଧ୍ୟ ସୁସ୍ଥ ରଖିଥାଏ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories