ବୌଦ୍ଧ : ରିସେଣ୍ଟ୍ ଟ୍ରେଣ୍ଡସ ଇନ ଟୁରିିଜିମ ଆଣ୍ଡ ହସ୍ିପିଟାଲିଟି ଶିର୍ଷକ ଏକ ଗବେଷଣାତ୍ମକ ପୁସ୍ତକକୁ ଜଙ୍ଗଲ ଓ ପରିବେଶ,ପଞ୍ଚାତିରାଜ ଓ ଜଳସେଚନ ଏବଂ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରଦିପ କୁମାର ଅମାତ ତାଙ୍କ ଭୁବନେଶ୍ୱର ବାସଭବନଠାରେ ଲୋକାର୍ପିତ କରିଛନ୍ତି। ବାଙ୍ଗଲାଦେଶ ଜାତୀୟ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସୟଦ ରସିଦୁଲ ହାସନ, ମାନବ ସମ୍ବଳ ବିକାଶ କେନ୍ଦ୍ର ଭାରପ୍ରାପ୍ତ ନିର୍ଦେଶକ ପ୍ରଫେସର ଶେଫାଳୀ ନାଗପାଲ ଓ ପ୍ରଫେସର ଦିପ୍ତି ପ୍ରକାଶ ସାହୁଙ୍କ ଦ୍ୱାରା ଯୁଗ୍ମ ଭାବରେ ସମ୍ପାଦିତ ହୋଇଛି।
ଏହି ପୁସ୍ତକରେ ଭାରତ, ବାଙ୍ଗଲାଦେଶ, ମାଲେସିଆ, ଓମାନ ଓ ଦକ୍ଷିଣ ଆଫ୍ରିକା ଆଦି ଦେଶର ଗବେଷକମାନଙ୍କ ଦ୍ୱାରା ଅନୁସନ୍ଧାନମୂଳକ ବିଷୟବସ୍ତୁ ଗୁଡିକ ପ୍ରକାଶ ପାଇଛି। ଏହି ପୁସ୍ତକ ନୂଆଦିଲ୍ଲୀସ୍ଥିତ ଉଇଜଡମ ପବ୍ଲିକେସନ ଦ୍ୱାରା ପ୍ରକାଶିତ ହୋଇଛି। ଏହି ପୁସ୍ତକ ଉନ୍ମୋଚନ ଉତ୍ସବରେ ପ୍ରଫେସର ଦୀପ୍ତିପ୍ରକାଶ ସାହୁ, ବୌଦ୍ଧଜିଲା ହରଭଙ୍ଗା ବ୍ଲକ ସରପଞ୍ଚ ସଂଘର ସଭାପତି ନିହାର ଘୋଷ ଓ ସଂପାଦକ ଅଶୋକ କୁମାର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।



