ଗୁଣ୍ଡିଚା ମନ୍ଦିରରେ ମତ୍ସ୍ୟ ଓ କତ୍ସପ ବେଶରେ ଦର୍ଶନ ଦେଲେ ଚତୁର୍ଦ୍ଧାମୂର୍ତ୍ତି
ବୌଦ୍ଧ : ରଥଯାତ୍ରାପରେ ଗୁଣ୍ଡିଚା ମନ୍ଦିରରେ ଦିନକ ବିଶ୍ରାମ ପରେ ଅବତାରୀ ବେଶରେ ଚତୁର୍ଦ୍ଧାମୂର୍ତ୍ତି ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି। ସକାଳୁ ଠାକୁରମାନଙ୍କ ନୀତିକାନ୍ତି ସମାପନ ପରେ ମଧ୍ୟାହ୍ନ ଭୋଗ ଲାଗି ହୋଇଥିଲା। ପରମ୍ପରା ଅନୁଯାୟୀ ବ୍ରାହ୍ମଣ ସେବକମାନେ ପ୍ରସାଦ ସେବନ କରିବାପରେ ଉପସ୍ଥିତ ସର୍ବସାଧାରଣଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା। ପରେ ବେଶକାରୀ ସେବକମାନେ ତିନି ଠାକୁରଙ୍କୁ ମତ୍ସ୍ୟ ଓ କତ୍ସପ ବେଶରେ ସଜ୍ଜିତ କରିଥିଲେ।
ବର୍ଷା ସତ୍ୱେ ତିନି ଠାକୁରଙ୍କ ମନଲୋଭା ଅବତାରୀ ବେଶ ଦର୍ଶନ କରିବା ପାଇଁ ଗୁଣ୍ଡିଚା ମନ୍ଦିର ପରିସରରେ ବହୁ ସଂଖ୍ୟାରେ ଭକ୍ତଙ୍କ ସମାଗମ ହୋଇଥିଲା। ଦେବତ୍ତୋର ଓ ସଂସ୍କୃତି ବିଭାଗର ମିଳିତ ଆନୂକୁଲ୍ୟରେ ଗୁଣ୍ଡିଚାମନ୍ଦିରଠାରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଛି।
Comments are closed.