www.samajalive.in
Sunday, December 14, 2025
26.1 C
Bhubaneswar

ଦେଶ ପାଇଁ ଗୌରବ ଆଣିଲେ ଆଠଗଡ ଝିଅ କଳ୍ପନା, ବର୍ଲିନ ଅଲିମ୍ପିକସରେ ପାଇଲେ ରୌପ୍ୟ

ଆଠଗଡ: ଆଠଗଡର (ଦିବ୍ୟାଙ୍ଗ) ଝିଅ କଳ୍ପନା ଜେନା ଜର୍ମାନୀର ବର୍ଲିନଠାରେ ଚାଲିଥିବା ଗ୍ରୀଷ୍ମକାଳୀନ ସ୍ଵତନ୍ତ୍ର ଅଲିମ୍ପିକ୍ସରେ ଭାଗନେଇ ସାଇକେଲ ଚାଳନାରେ ଦ୍ୱିତୀୟ ସ୍ଥାନ ଅଧିକାର ସହ ରୌପ୍ୟପଦକ ଜିତି ଦେଶ ପାଇଁ ଗୌରବ ଆଣିଥିବା ଜଣାପଡିଛି। ଗତକାଲି (ବୁଧବାର) ସ୍ଵତନ୍ତ୍ର ଅଲିମ୍ପିକ୍ସରେ ୨କିମି ସାଇକେଲ ଚାଳନାରେ ଅନେକ ଦେଶର ପ୍ରତିଯୋଗୀଙ୍କୁ ପଛରେ ପକାଇ ଆଠଗଡ ଝିଅ କଳ୍ପନା (୧୯) ୨ୟ ସ୍ଥାନ ଅଧିକାର କରିଥିଲେ। ଆସନ୍ତାକାଲି (ଶୁକ୍ରବାର) ୫ କିମି ସାଇକେଲ ଚାଳନାରେ ସେ ଆହୁରି ଭଲ ପ୍ରଦର୍ଶନ କରିବେ ବୋଲି ଦୃଢ ଆଶାବାଦୀ ଅଛନ୍ତି।

ଆଠଗଡ ବ୍ଲକ ଅନ୍ତର୍ଗତ ଖୁଣ୍ଟକଟା ପଞ୍ଚାୟତ ଅଧିନସ୍ଥ ରେଗେଡାପଡା ଗ୍ରାମର ଗଦାଧର ଜେନା ଓ ଗୀତାଞ୍ଜଳି ଜେନାଙ୍କ କନିଷ୍ଠ କନ୍ୟା କଳ୍ପନା ପିଲାଟି ଦିନରୁ ମାନସିକ ଅନଗ୍ରସର ଥିଲେ ମଧ୍ୟ ବାପାମାଆଙ୍କ ପ୍ରୋତ୍ସାହନରେ ସେ ଗ୍ରାମର ପ୍ରାଥମିକ ବିଦ୍ୟାଳୟରେ ଆଦ୍ୟ ଶିକ୍ଷା ପରେ ଖୁଣ୍ଟକଟାର ଗୋପବନ୍ଧୁ ବାଳିକା ହାଇସ୍କୁଲରେ ମାଧ୍ୟମିକ ଶିକ୍ଷା ସମାପ୍ତ କରିବା ପରେ ଦୋରଡସ୍ଥିତ ଡଃ ବ୍ରଜବିହାରୀ ମହାନ୍ତି ସ୍ମାରକୀ ମାନସିକ ଅନଗ୍ରସର ଶିକ୍ଷାକେନ୍ଦ୍ରରେ ଧନ୍ଦାମୂଳକ ଶିକ୍ଷା ସହିତ କ୍ରୀଡା ତାଲିମ ନେଉଛନ୍ତି। ୨୦୧୭ ମସିହାରୁ ସେ ରାଜ୍ୟ ତଥା ଦେଶରେ ଆୟୋଜିତ ସ୍ଵତନ୍ତ୍ର ଅଲିମ୍ପିକ୍ସରେ ଅଂଶଗ୍ରହଣ କରି ବହୁ କୃତିତ୍ବ ହାସଲ କରିଛନ୍ତି। ଝାଡଖଣ୍ଡରେ ଓ ଦିଲ୍ଲୀଠାରେ ଆୟୋଜିତ ପ୍ରଶିକ୍ଷଣ ଶିବିରରେ ଉନ୍ନତ ପ୍ରଦର୍ଶନ କରି ଜୁନ ୧୭ ରୁ ୨୪ ତାରିଖ ପର୍ଯ୍ୟନ୍ତ ଜର୍ମାନୀର ବର୍ଲିନଠାରେ ଗ୍ରୀଷ୍ମକାଳୀନ ସ୍ଵତନ୍ତ୍ର ଅଲିମ୍ପିକ୍ସରେ ଭାଗ ନେବାକୁ ମନୋନୀତ ହୋଇଥିଲେ। ଏହି ଆନ୍ତର୍ଜାତୀୟ ଅଲିମ୍ପିକ୍ସରେ ୨କିମି ସାଇକେଲ ଚାଳନାରେ ୨ୟ ସ୍ଥାନ ଅଧିକାର କରି ରୌପ୍ୟପଦକ ହାସଲ ଖବର ଜଣାପଡିବା ପରେ ଆଠଗଡରେ ଆନନ୍ଦର ଲହରୀ ଖେଳିଯାଇଛି। ଡଃ ବ୍ରଜବିହାରୀ ମହାନ୍ତି ସ୍ମାରକୀ ଟ୍ରଷ୍ଟର ମୁଖ୍ଯ କାର୍ଯ୍ୟନିର୍ବାହୀ ବିବେକାନନ୍ଦ ମହାନ୍ତି କଳ୍ପନାଙ୍କୁ ଏହି ସଫଳତା ପାଇଁ ଅଭିନନ୍ଦନ ଜଣାଇବା ସହିତ ଆସନ୍ତାକାଲିର ୫ କିମି ସାଇକେଲ ଚାଳନାରେ ସଫଳତା କାମନା କରିଛନ୍ତି।

Hot this week

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

Related Articles

Popular Categories