www.samajalive.in
Friday, December 12, 2025
27.1 C
Bhubaneswar

ବ୍ୟାଗ ପାଇଁ ପଇସା ନେବାରୁ ବାଟା କମ୍ପାନୀକୁ ୯ହଜାର ଜୋରିମାନା

ଚଣ୍ଡୀଗଡ଼: ଚପଲ ଜୋତା ତିଆରି କରୁଥିବା କମ୍ପାନୀ ବାଟା ଇଣ୍ଡିଆ ଉପରେ ଉପଭୋକ୍ତା ଫୋରମ ୯ହଜାର ଟଙ୍କା ଜୋରିମାନା ଲାଗୁ କରିଛନ୍ତି। ଚଣ୍ଡିଗଡ଼ରେ ଥିବା ବାଟା କମ୍ପାନୀର ଏକ ଜୋତା ଦୋକାନ ଜଣେ ଗ୍ରାହକଙ୍କୁ କ୍ୟାରୀ ବ୍ୟାଗ ପାଇଁ ଅଲଗା ୩ଟଙ୍କା ଦେବାକୁ କହିଲେ। ଏ କଥା ନେଇ ଉପଭୋକ୍ତା ଫୋରମ ବାଟା କମ୍ପାନୀକୁ ସତର୍କବାଣୀ ଶୁଣାଇଛନ୍ତି।

ସାପ୍ତାହିକ ପତ୍ରିକା ଇଣ୍ଡିଆ ଟୁଡ଼େ ରିପୋର୍ଟ ଅନୁଯାୟୀ, ଚଣ୍ଡୀଗଡ଼ ନିବାସୀ ଦୀନେଶ ପ୍ରସାଦ ରତୁଡି ଉପଭୋକ୍ତା ଫୋରମରେ ଅଭିଯୋଗ କରିଥିଲେ ଯେ ସେକ୍ଟର ୨୨ଡିରେ ଥିବା ବାଟାର ଏକ ଷ୍ଟୋରରୁ ଫେବୃଆରୀ ୫ତାରିଖରେ ହଳେ ଜୋତା କିଣିଥିଲେ ଯାହାର ଦାମ ୩୯୯ ଟଙ୍କା ଥିଲା। କିନ୍ତୁ ବାଟା ଦୋକାନୀ ସେଥିପାଇଁ ୪୦୨ଟଙ୍କା ବିଲ କରିଥିଲେ ଯେଉଁଥିରେ କ୍ୟାରୀ ବ୍ୟାଗର ଦାମ ମଧ୍ୟ ମିଶିଥିଲା। ଦୀନେଶ ଫୋରମକୁ କହିଥିଲେ ଯେ ଦୋକାନୀ ବ୍ୟାଗ ପାଇଁ ଅଲଗା ଅର୍ଥ ନେଇଥିଲେ ମଧ୍ୟ ସେହି ବ୍ୟାଗରେ ବାଟା କମ୍ପାନୀର ଲୋଗୋ ଛପା ଯାଇଥିଲା ଯାହା ବେନିୟମ ଅଟେ। ଅଭିଯୋଗକର୍ତ୍ତା କ୍ୟାରୀ ବ୍ୟାଗ ପାଇଁ ଦେଇଥିବା ୩ଟଙ୍କା ଫେରସ୍ତ ସହ ସେବା ନ ଯୋଗାଇଦେବା ଅଭିଯୋଗରେ କ୍ଷତିପୂରଣ ଦାବି କରିଥିଲେ।

- Advertisement -

ମିଳିଥିବା ରିପୋର୍ଟ ଅନୁଯାୟୀ, ବାଟା ଇଣ୍ଡିଆ ଗ୍ରାହକଙ୍କ ଅଭିଯୋଗ ଅମୂଳକ ବୋଲି ଦାବି କରିଥିଲେ ମଧ୍ୟ ଉପଭୋକ୍ତା ଫୋରମ ଏହାକୁ ଖାରଜ କରିବା ସହ କାଗଜ ତିଆରି କ୍ୟାରୀ ବ୍ୟାଗ ପାଇଁ ଅର୍ଥ ଦାବି କରିବା ବେନିୟମ ଦର୍ଶାଇଥିଲେ। ଫୋରମ କହିଛନ୍ତି ଯେ ଗ୍ରାହକଙ୍କୁ ବ୍ୟାଗ ନିଃଶୁଳ୍କ ଦେବା ଦୋକାନର କର୍ତ୍ତବ୍ୟ। ନିଷ୍ପତ୍ତି ଅନୁଯାୟୀ ବାଟା ଇଣ୍ଡିଆ ଗ୍ରାହକଙ୍କୁ ବ୍ୟାଗ ବାବଦକୁ ୩ଟଙ୍କା, ମୋକଦ୍ଦମା ଖର୍ଚ୍ଚ ବାବଦକୁ ୧ହଜାର ଟଙ୍କା, ଗ୍ରାହକଙ୍କୁ ମାନସିକ ଦୁଃଖ ପାଇଁ ୩ହଜାର ଟଙ୍କା ଓ ଫୋରମରେ ୫ହଜାର ଟଙ୍କା ଜମା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Hot this week

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

Related Articles

Popular Categories