www.samajalive.in
Monday, December 8, 2025
27.1 C
Bhubaneswar

ଆମର ହାଇକମାଣ୍ଡ ହେଉଛନ୍ତି ରାଜ୍ୟବାସୀ : ନବୀନ

ମୟୂରଭଞ୍ଜ/କେନ୍ଦୁଝର: ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ମୟୂରଭଞ୍ଜର ଠାକୁରମୁଣ୍ଡା ଓ କେନ୍ଦୁଝରର ପାଟଣାରେ ମାରାଥନ ପ୍ରଚାର କରିଛନ୍ତି। ବିଜେଡି ପକ୍ଷରୁ ପାଟଣାଠାରେ ଆୟୋଜିତ ସଭାରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ଖରାରେ ଆସିଥିବା ଲୋକମାନଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହା ପରେ ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ କହିଥିଲେ ଯେ, ଆମର ହାଇକମାଣ୍ଡ ହେଉଛନ୍ତି ରାଜ୍ୟବାସୀ। କେନ୍ଦୁଝରରେ ଏକ ବର୍ଷ ଭିତରେ ମେଡିକାଲ କାର୍ଯ୍ୟକ୍ଷମ ହେବ। ନିର୍ବାଚନ ସମୟରେ କେନ୍ଦୀୟ ନେତାମାନେ ଆସୁଛନ୍ତି। ଓଡିଶା ପ୍ରତି ଅବହେଳା ହେଉଛି। ରାଜ୍ୟରେ ଥିବା ଦୁଇ କେନ୍ଦ୍ରୀୟ ନେତା ହାଇକମାଣ୍ଡଙ୍କ ପାଖରେ ମୁହଁ ଖୋଲୁନାହାନ୍ତି ବୋଲି ନବୀନ କହିଥିଲେ।

ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ମୟୂରଭଞ୍ଜର ଠାକୁରମୁଣ୍ଡାଠାରେ ଆୟୋଜିତ ସଭାରେ ଯୋଗଦେଇଥିଲେ। ସେ କାଳିଆ ପ୍ରସଙ୍ଗ ଉଠାଇ କେନ୍ଦ୍ରକୁ ସମାଲୋଚନା କରିଥିଲେ। ଏହାସହ ସେ କହିଥିଲେ ଯେ, କେନ୍ଦ୍ରର ବିଜେପି ସରକାର କାଳିଆ ଯୋଜନାକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛି। କିନ୍ତୁ ମୁଁ ଥିବା ପର୍ଯ୍ୟନ୍ତ ଏହାକୁ କେହି ବନ୍ଦ କରିପାରିବେନି। ସରକାର ଗଠନର ପ୍ରଥମ ଦିନରେ ଚାଷୀଙ୍କୁ ଟଙ୍କା ମିଳିବ। ଦୁଇଟି କିସ୍ତିରେ ଚାଷୀଙ୍କୁ ୧୦ହଜାର ଟଙ୍କା ଦିଆଯିବ। ମା’ମାନେ ହେଉଛନ୍ତି ବିକାଶର ଡବଲ ଇଞ୍ଜିନ। ମିଶନ ଶକ୍ତି ପାଇଁ ମୋ ସରକାର କାମ କରି ଚାଲିଛି। ଶେଷ ନିଶ୍ବାସ ପର୍ଯ୍ୟନ୍ତ ମୁଁ ଆପଣଙ୍କ ସେବା କରିବି। ମୋତେ ଆଶୀର୍ବାଦ କରନ୍ତୁ ଏବଂ ଶଙ୍ଖ ଚିହ୍ନରେ ଭୋଟ୍‌ ଦିଅନ୍ତୁ ବୋଲି ନବୀନ କହିଥିଲେ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories