www.samajalive.in
Friday, December 12, 2025
14.1 C
Bhubaneswar

ବସନ୍ତପୁର ହାଇସ୍କୁଲ : ଜଣେ ଶିକ୍ଷକରେ ଚାଲିଛି ଶିକ୍ଷାଦାନ

କେନ୍ଦୁଝରଗଡ : ଘଟଗାଁ ବ୍ଲକ ବସନ୍ତପୁର ବାରରାଶି ଉଚ୍ଚ ବିଦ୍ୟାଳୟରେ ଜଣେ ସଂସ୍କୃତ ଶିକ୍ଷକରେ ଚାଲିଛି ଶିକ୍ଷାଦାନ । ଫଳରେ ଏହି ବିଦ୍ୟାଳୟରେ ଅଧ୍ୟୟନରତ ୧୩୬ଜଣ ଛାତ୍ରଛାତ୍ରୀ ଶିକ୍ଷାଦାନରୁ ବଞ୍ଚିତ ହୋଇ ସେମାନଙ୍କ ଭବିଷ୍ୟତ ଅନ୍ଧକାର ଆଡକୁ ଗତି କରିଛି ବୋଲି ବିଦ୍ୟାଳୟର ପୂର୍ବତନ ଛାତ୍ର ତଥା ‘ମୋ ସ୍କୁଲ ଅଭିଯାନ’ର ସଭାପତି ମାଧବାନନ୍ଦ ମହାନ୍ତ କ୍ଷୋଭର ସହ କହିଛନ୍ତି । କେବଳ ସେତିକି ନୁହେଁ, ବିଦ୍ୟାଳୟର ହିନ୍ଦି ଶିକ୍ଷକ ସ୍ୱାସ୍ଥ୍ୟଗତ କାରଣରୁ ଦୀର୍ଘମାସ ଧରି ଛୁଟିରେ ଥିବାବେଳେ ସଂସ୍କୃତ ଶିକ୍ଷକ ଶିକ୍ଷାଦାନ ସହ ୯୩ଜଣ ଛାତ୍ରୀଙ୍କୁ ନେଇ ପରିଚାଳିତ ଛାତ୍ରୀନିବାସର ଦୈନଦିନ ପରିଚାଳନା ସାଙ୍ଗକୁ ସରକାରୀ କାର୍ଯ୍ୟ ତୁଲାଇବା ଭଳି କାର୍ଯ୍ୟ ଯୋଗୁଁ ବିଦ୍ୟାଳୟରେ ଶୈକ୍ଷିକ ପରିବେଶ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିବା ଶ୍ରୀ ମହାନ୍ତ ଅଭିଯୋଗ କରିଛନ୍ତି । ଶିକ୍ଷକ ଅଭାବ କାରଣୁ ବିଦ୍ୟାଳୟରେ ଶିକ୍ଷାଦାନ ସମ୍ପୂର୍ଣ୍ଣ ଠପ୍‌‌ ହୋଇ ପଡିଥିବାରୁ ଆସନ୍ତା ୭ଦିନ ମଧ୍ୟରେ ଖାଲିଥିବା ଶିକ୍ଷକ ପଦ ପୁରଣ କରା ନଗଲେ ଆସନ୍ତା ୨୩ ତାରିଖ ଅଭିଭାବକ ବିଦ୍ୟାଳୟ ମୁଖ୍ୟଫାଟକ ତାଲା ପକାଇ ଛାତ୍ରଛାତ୍ରୀଙ୍କୁ ସଙ୍ଗରେ ଧରି ନରଣପୁର-ହରିଚନ୍ଦନପୁର ରାସ୍ତାକୁ ବସନ୍ତପୁର ଠାରେ ଅବରୋଧ କରି ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ବସନ୍ତପୁର ସରପଞ୍ଚ ପ୍ରହ୍ଲାଦ ଫତୁକାର କହିଛନ୍ତି । ଏହି ମର୍ମରେ ମୋ ସ୍କୁଲ ଅଭିଯାନ ସଭାପତି ଶ୍ରୀ ମହାନ୍ତଙ୍କ ନେତୃତ୍ୱରେ ସରପଞ୍ଚ ଶ୍ରୀ ଫତୁକାର, ପୂର୍ବତନ ସରପଞ୍ଚ ମାର୍କଣ ସୁଳିଅ, ଅଭିମନ୍ୟୁ ନାଏକ, ପଦ୍ମମଧୁ ମହାନ୍ତ ଓ ଲମ୍ବୋଦର ମହାନ୍ତ ପ୍ରମୁଖ ଜିଲାପାଳଙ୍କୁ ସାକ୍ଷାତ କରି ବିଦ୍ୟାଳୟରେ ଶିକ୍ଷକ ଅଭାବ ଯୋଗୁଁ ଶିକ୍ଷାଦାନ ବାଧାପ୍ରାପ୍ତ ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିବା ସହ ତୁରନ୍ତ ଶିକ୍ଷକ ପଦ ପୁରଣ କରିବାକୁ ଅନୁରୋଧ କରିଥିଲେ । ଏ ସମ୍ପର୍କରେ ଜିଲା ଶିକ୍ଷା ଅଧିକାରୀଙ୍କ ସହ ମଧ୍ୟ ପ୍ରତିନିଧିମଣ୍ଡଳୀ ଆଲୋଚନା କରି ତୁରନ୍ତ ଶିକ୍ଷକ ନିଯୁକ୍ତି କରିବାକୁ ଅନୁରୋଧ କରିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories