ଜିଲାସ୍ତରୀୟ ଦେଶାତ୍ମବୋଧ କବି ସମ୍ମିଳନୀ
କେନ୍ଦୁଝରଗଡ : ଜିଲା ପ୍ରଶାସନ ଆନୁକୂଲ୍ୟରେ ଓ ମିଳନୀ ସାହିତ୍ୟ ସଂସଦ ସହଯୋଗରେ ଅଡିଟୋରିୟମ ଠାରେ ଜିଲାସ୍ତରୀୟ ଦେଶାତ୍ମବୋଧକ କବିତା ପାଠୋତ୍ସବ ମିଳନୀର ସଭାପତି କବି ଦେବାଶିଷ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଦିବଙ୍ଗତ କବି କୁମାର ହାସନ ଓ ସହିଦ ସୁଶାନ୍ତ ଖୁଣ୍ଟିଆଙ୍କ ଅମର ଆତ୍ମାର ସଦ୍ଗତି କାମନା କରି ୨ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା। ସୂଚନା ଓ ଲୋକ ସମ୍ପର୍କ ବିଭାଗ ଉପନିର୍ଦ୍ଦେଶକ ସଞ୍ଜୀବ କୁମାର ବାରିକ ପ୍ରଥମେ ଜିଲା ପ୍ରଶାସନ ପକ୍ଷରୁ କବି ମାନଙ୍କୁ ସ୍ୱାଗତ ଜଣାଇବା ପରେ ମିଳନୀର ସମ୍ପାଦକ ଡ. ଚିତ୍ତରଞ୍ଜନ ମିଶ୍ର ସ୍ୱାଧିନତା ସଂଗ୍ରାମର ଗାରିମାମୟ ଅତୀତ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଧରଣୀଧର ସ୍ୱୟଂଶାସିତ ମହାବିଦ୍ୟାଳୟର ଓଡିଆ ବିଭାଗ ମୁଖ୍ୟ ପ୍ରଫେସର ସୁଧା ଦାଶ ମୁଖ୍ୟବକ୍ତା ଭାବେ ଯୋଗଦେଇ ସୁସ୍ଥ ସମାଜ ଗଠରେ କବି ଓ ସେମାନଙ୍କ ଲେଖନୀକୁ ଶାଣିତ କରିବାକୁ ଆହ୍ୱାନ ଦେଇଥିଲେ। ସ୍ୱାଧିନତା ସଂଗ୍ରାମର ଗତିକୁ ତ୍ୱରାନ୍ୱିତ କରିବାରେ କବିମାନେ ଅଣୁଘଟକର ଭୂମିକା ତୁଲାଇ ଆସିଥିଲେ ବୋଲି କବି ଶ୍ରୀ ଚକ୍ରବର୍ତ୍ତୀ ସଭାପତିତ୍ୱ ଅଭିଭାଷଣରେ ମତବ୍ୟକ୍ତ କରିବା ସହ ଦୂଷଣମୁକ୍ତ ସମାଜ ଗଠନରେ କବିମାନେ ସକ୍ରିୟ ଭୂମିକା ଗ୍ରହଣ କରିବାକୁ ଆହ୍ୱାନ ଦେଇଥିଲେ। ଏହି ଅବସରରେ କବି ଚିନ୍ତାମଣି ମହାନ୍ତଙ୍କ ରଚିତ କବିତା ପୁସ୍ତକ ‘ଅସ୍ତ ରବିର ରଙ୍ଗ’କୁ ଅତିଥିଗଣ ଉନ୍ମୋଚନ କରିଥିଲେ। କବୟିତ୍ରୀ ଶୋଭନା ଜେନାଙ୍କ ସଂଯୋଜନାରେ ଅନୁଷ୍ଠିତ କବି ସମ୍ମିଳନୀରେ ସୁଭଦ୍ରା ମହାନ୍ତ, ବିଜୟଲକ୍ଷ୍ମୀ ମହାନ୍ତି, ଲିପିକା ପଟ୍ଟନାୟକ, ମମତାରଣୀ ଦାସ, ଇନ୍ଦୁମତୀ ପାତ୍ର, ଚନ୍ଦ୍ରପ୍ରଭା ପତି, ଜ୍ୟୋସ୍ନା ପାଢ଼ୀ, ସରୋଜିନୀ ମିଶ୍ର, ରିତାଞ୍ଜଳୀ ସାହୁ, ଗିତାଞ୍ଜଳି ପାତ୍ର, ବିରଞ୍ଚି ନାରାୟଣ ସାମନ୍ତରାୟ, ଜିତେନ୍ଦ୍ର ପରିଡା, ଯଦୁନାଥ ଜେନା, ପ୍ରାଧ୍ୟାପକ ଜଗନ୍ନାଥ ଜେନା, ଡ. ବିପୀନ ବିହାରୀ ମହାପାତ୍ର, ଚିନ୍ତାମଣି ମହାଳିକ, ପିନାକୀ ମିଶ୍ର, ମନୋରଞ୍ଜନ ମହାନ୍ତି, ଯୋଗେନ୍ଦ୍ରନାଥ ସାହୁ, ଅକ୍ଷୟ କୁମାର ବାରିକ, ସୁଜିତ କୁମାର ମିଶ୍ର, ଦେବଦର୍ଶନ ଦାଶ, ଶାନ୍ତନୁ କୁମାର ମିଶ୍ର, ଚିନ୍ମୟ ସାହୁ, ଚମ୍ପାକେଶ୍ୱର ଜିତ, ଶରତ ଚନ୍ଦ୍ର ମହାନ୍ତ, ଡ. ସୁମନ୍ତ୍ର ନାଏକ, ଦେବଦତ୍ତ ଦେହୁରୀ, ପ୍ରତାପ କର୍ମକାର, ଡ. ଲୋକନାଥ ସାହୁ, ରାମଚନ୍ଦ୍ର ସାହୁ, ଜନ୍ମେୟଜୟ ଜେନା, ଡ. ମଦନମୋହନ ମହାନ୍ତ, ପ୍ରଭାସ କୁମାର ମିଶ୍ର, ପ୍ରସନ୍ନ କୁମାର ପତି, ଯୋଗେନ୍ଦ୍ର ସାହୁ ପ୍ରମୁଖ ବହୁ କବି ଦେଶାତ୍ମବୋଧକ ସ୍ୱରଚିତ କବିତା ପାଠ କରିଥିଲେ। ଶେଷରେ ମିଳନୀର ଯୁଗ୍ମ ସମ୍ପାଦକ ହରିହର ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ।
Comments are closed.