www.samajalive.in
Sunday, December 14, 2025
14.1 C
Bhubaneswar

ଅଧାରାସ୍ତାରେ ସରିଗଲା ଆମ୍ବୁଲାନ୍ସରୁ ତେଲ ,ଚାଲିଗଲା ମାଆ ଛୁଆଙ୍କ ଜୀବନ: ଘଟଣା ସତ ବୋଲି ସ୍ୱିକାର କଲେ ସିଡିଏମ୍‍ଓ

ବାରିପଦା: ଅଧା ରାସ୍ତାରେ ଆମ୍ବୁଲାନ୍ସରୁ ସରିଗଲା ତେଲ। ରାସ୍ତାରେ ଦିର୍ଘ ସମୟ ପାଇଁ ଅଟକି ରହିଲା ଆମ୍ବୁଲାନ୍ସ ଆଉ ଏହାରି ଭିତରେ ଅଧା ରାସ୍ତାରେ ଆମ୍ବୁଲାନ୍ସ ଭିତରେ ହିଁ ଦୁନିଆ ଦେଖିବା ଆଗରୁ ଆଖିବୁଜିଲା ଗର୍ଭସ୍ଥ ଶିଶୁ ଓ ମାଆ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାରିପଦାରେ। ସୂଚନାଅନୁଯାୟୀ ଗତକାଲି ରାତିରେ ବାରିପଦା ବାଙ୍ଗିରିପୋଷି ହାଣିଦା ଗାଁର ତୁଳସୀ ମୁଣ୍ଡାଙ୍କ ଗର୍ଭ ଯନ୍ତ୍ରଣା ହେବାରୁ ତାଙ୍କୁ ବାଙ୍ଗିରିପୋଷି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କ ଦେଖିବା ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବାରିପଦା ମେଡିକାଲକୁ ପଠାଇଥିଲେ। ବାଙ୍ଗିରିପୋଷି ମେଡିକାଲର ଆମ୍ବୁଲାନ୍ସରେ ତୁଳସୀ ମୁଣ୍ଡାଙ୍କୁ ବାରିପଦା ମେଡିକାଲକୁ ନିଆଯାଉଥିଲା। ଅଧା ରାସ୍ତାରେ କୁଳିଅଣା ନିକଟରେ ଆମ୍ବୁଲାନ୍ସରୁ ତେଲ ସରିଯାଇଥିଲା। ବିଳମ୍ବିତ ରାତିରେ ତେଲ ସରିଯିବାରୁ କିଛି ବିକଳ୍ପ ମିଳି ନଥିଲା। ରାସ୍ତାରେ ପ୍ରାୟ ୧ଘଣ୍ଟାରୁ ଉର୍ଦ୍ଦ ସମୟ ଧରି ଆମ୍ବୁଲାନ୍ସ ଅଟକି ରହିଥିଲା।ଆମ୍ବୁଲାନ୍ସରେ ଥିବା ଆଶା କର୍ମୀଙ୍କ ଠାରୁ ଖବର ପାଇ ୧୦୮ ଆସି ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ ପ୍ରସୂତିଙ୍କୁ ବାରିପଦା ମେଡିକାଲକୁ ନିଆଯାଇଥିଲା କିନ୍ତୁ ମେଡିକାଲରେ ପହଞ୍ଚିବା ପରେ ଡାକ୍ତର ପ୍ରସୂତିଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ସମ୍ପର୍କରେ ମୟୁରଭଞ୍ଜ ସିିଡିଏମ୍‍ଓଙ୍କୁ ପଚାରିବାରୁ ସେ ଏହି ଘଟଣାକୁ ସ୍ୱିକାର କରିଛନ୍ତି ଏବଂ ତେଲ ପାଇପ ଫାଟି ଯିବାରୁ ତେଲ ଲିକ ହୋଇଥିଲା ଯାହା ଫଳରେ ଏଭଳି ଏକ ଅଭାବନୀୟ ଘଟଣା ହୋଇଥିବା ସେ ସ୍ୱିକାର କରିଛନ୍ତି।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories