www.samajalive.in
Wednesday, December 10, 2025
23.1 C
Bhubaneswar

ବାରକ୍ଲେଜ୍‍ ହୁରୁନ୍‍ ଇଣ୍ଡିଆ ଧନୀ ତାଲିକା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ୧୬୩ ଜଣ ଅତି ଧନୀ ବାସ କରୁଛନ୍ତି। ତେବେ ସେମାନଙ୍କର ମୋଟ ସମ୍ପତ୍ତି ପରିମାଣ ପାଖାପାଖି ୭ ଲକ୍ଷ (୬,୭୮,୪୦୦) କୋଟି ଟଙ୍କା ହେବ ବୋଲି ବାରକ୍ଲେଜ୍‍ ହୁରୁନ୍‍ ଇଣ୍ଡିଆ ପକ୍ଷରୁ ପ୍ରକାଶିତ ଧନୀ ତାଲିକାରେ କୁହାଯାଇଛି। ଏହି ଧନୀ ତାଲିକାରେ ଏକ ହଜାର କୋଟି ବା ତାଠାରୁ ଅଧିକ ସମ୍ପତ୍ତିଧାରୀଙ୍କୁ ସ୍ଥାନ ଦିଆଯାଇଛି। ତେବେ ଦେଶରେ ଏଭଳି ୮୩୧ ଜଣ ଅତି ଧନୀ ରହିଛନ୍ତି। ଅନ୍ୟପକ୍ଷରେ କେବଳ ମୁମ୍ବଇରେ ୨୩୩ ଜଣ ଏବଂ ବେଙ୍ଗାଲୁରୁରେ ୬୩ ଜଣ ଅତି ଧନୀ ରହିଥିବା ରିପୋର୍ଟରେ କୁହାଯାଇଛି।
ଦିଲ୍ଲୀର ଅତି ଧନୀ ବ୍ୟକ୍ତିଙ୍କ ମଧ୍ୟରେ ଏଚ୍‍ସିଏଲ୍‍ର ମୁଖ୍ୟ ଶିବ୍‍ ନାଦର ରହିଛନ୍ତି। ତାଙ୍କର ମୋଟ ସମ୍ପତ୍ତି ପରିମାଣ ୩୭,୪୦୦ କୋଟି ଟଙ୍କା। ଏହା ପଛକୁ ଆଇଚର ମୋଟର୍ସର ବିକ୍ରମ ଲାଲ୍‍ ୩୭,୧୦୦ କୋଟି ଏବଂ ୩୧,୪୦୦ କୋଟି ଟଙ୍କାର ସମ୍ମତ୍ତି ସହ ରୋଶନୀ ନାଦର ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି। ଏହି ତାଲିକାରେ ଭାରତୀ ଏୟାରଟେଲ୍‍ ସୁନୀଲ ମିତ୍ତଲ ଏବଂ ପରିବାର ୨୨,୫୦୦ କୋଟି ଟଙ୍କାର ସମ୍ପତ୍ତି ସହ ଚତୁର୍ଥ ସ୍ଥାନରେ ରହିଛନ୍ତି। ତେବେ ୨୧, ୦୦୦ କୋଟି ଟଙ୍କାର ସମ୍ମତ୍ତି ସହ ଡିଏଲ୍‍ଏଫ୍‍ର ରାଜୀବ ସିଂ ଶ୍ରେଷ୍ଠ ୧୦ ଅତିଧନୀଙ୍କ ମଧ୍ୟରେ ୫ମ ସ୍ଥାନରେ ରହିଛନ୍ତି। ବାରକ୍ଲେଜ୍‍ ହୁରୁନ୍‍ ଇଣ୍ଡିଆ ଧନୀ ତାଲିକାରେ ଅନ୍ୟମାନଙ୍କ ମଧ୍ୟରେ କିରଣ ନାଦର (ଷଷ୍ଠ) ୨୦,୯୦୦ କୋଟି ଟଙ୍କା, ଆନନ୍ଦ ବର୍ମନ୍‍ (ସପ୍ତମ) ୧୯,୫୦୦ କୋଟି ଟଙ୍କା, ରାଜନ ଭାରତୀ ମିତ୍ତଲ ଏବଂ ପରିବାର (ଅଷ୍ଟମ)୧୩,୯୦୦କୋଟି, ରାକେଶ ଭାରତୀ ମିତ୍ତଲ ଏବଂ ପରିବାର(ନବମ) ୧୩,୯୦୦ କୋଟି ଏବଂ ରାହୁଲ ଭାଟିଆ (ଦଶମ)୧୨,୮୦୦ କୋଟି ଟଙ୍କାର ସମ୍ପତ୍ତି ସହ ସ୍ଥାନ ପାଇଛନ୍ତି। କୌତୂହଳର ବିଷୟ ହେଉଛି ଏହି ଧନୀ ତାଲିକାର ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ଦୁଇ ଜଣ ମହିଳା ରହିଛନ୍ତି।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories