www.samajalive.in
Saturday, December 6, 2025
15.1 C
Bhubaneswar

ଗୋଡଭଗା – ଲହଣ୍ଡା ଆର୍ଡି ରାସ୍ତାରେ ଟାକ୍ଟର ଚାପାରେ ବୃଦ୍ଧ ମହିଳା ମୃତ

ରେଙ୍ଗାଲିକ୍ୟାମ୍ପ : ଗୋଡଭଗା-ଢେମଶା ଭାୟା ଲହଣ୍ଡା ଆର୍ଡି ଖାଲଖମା ତଥା ଧୂଳିମୟ ରାସ୍ତାରେ ବାଲି ବୋଝେଇ ଟାକ୍ଟର ଚାପାରେ ଜଣେ ବୃଦ୍ଧ ମହିଳାଙ୍କ ମୃତ୍ୟୁ ଘଟିଛି। ପ୍ରକାଶ ଥାଉ କି ପୁଅ ସଙ୍ଗରେ ଗୋଡଭଗାରୁ ନିଜ ଘର ଲହଣ୍ଡାକୁ ଫେରୁଥିବା ବାଟରେ ଛିଡ଼ା ହୋଇଥିବା ଅବସ୍ଥାରେ ଡାଳିମ୍ବ ଭୁଏ (୫୫) ଙ୍କୁ ଏକ ବାଲି ବୋଝେଇ ଟା କ୍ଟର ମାଡି ଯାଇ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିବା ବେଳେ ପୁଅ ବର୍ତ୍ତି ଯାଇଥିବା ଜଣାପଡିଛି। ଏନେଇ ସ୍ଥାନୀୟ ଲୋକଙ୍କ ସୂଚନା କ୍ରମେ ଗୋଡଭଗା ଫାଣ୍ଡି ଅଧିକାରୀ ସଦଳବଳେ ପହଞ୍ଚି ପ୍ରାରମ୍ଭିକ ତଦନ୍ତ କରି ବାଲି ବୋଝେଇ ଟା କ୍ଟର କୁ ଜବତ କରିବା ସହ ଦୁର୍ଘଟଣା ଗ୍ରସ୍ତ ଶବକୁ ବ୍ୟବଚ୍ଛେଦ ପାଇଁ ବରଗଡ଼ ପଠାଇ ଅଧିକରୁ ଅଧିକ ତଦନ୍ତ ଜାରି ରଖିଛି।
ସୂଚନା ଯୋଗ୍ୟ, ବରଗଡ ଜିଲ୍ଲାରେ ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ୟ୍ୟନ୍ତ ଲୋକଙ୍କ ଗମନାଗମନ ପାଇଁ ଚାରିଆଡ଼େ ରାସ୍ତା ତଥା ବିଭିନ୍ନ ଉନ୍ନୟନ ମୂଳକ କାର୍ୟ୍ୟ ପାଇଁ ମୁଖ୍ୟତଃ ଆର୍ଡି ବିଭାଗକୁ ସରକାରୀ ସ୍ତରରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଇ କାର୍ୟ୍ୟ କରିବା ପାଇଁ ନିର୍ଦ୍ଧେଶ ଦେଇ କାର୍ୟ୍ୟ ହେଉଛି ସତ ମାତ୍ର ସଠିକ ଭାବେ କାର୍ଯ୍ୟ ହେଉନାହିଁ। ଯାହା ଅଞ୍ଚଳର ରାସ୍ତା ଘାଟ କୁ ନେଇ କୋଟି କୋଟି ଟଙ୍କା ଖର୍ଚ୍ଚ ହେଇ ଆସୁଥିଲେ ମଧ୍ୟ ରାସ୍ତା ଉପରେ ରାସ୍ତା ତିଆରି କରି ମରଣ ଯନ୍ତା ରାସ୍ତାଗୁଡିକୁ ଅବହେଳିତ ଭାବରେ ବିପଦ ମୁଖା ଅବସ୍ଥାରେ ଛାଡ଼ି ଦିଆଯାଇଛି । ଯଦ୍ୱାରା ଲୋକେ ଛୋଟ ମୋଟ ଦୁର୍ଘଟଣା ଠାରୁ ଆରମ୍ଭ କରି ମର୍ମନ୍ତୁଦ ଦୁର୍ଘଟଣା ର ଶିକାର ହୋଇ ମୂଲ୍ୟବାନ ଜୀବନ ନଷ୍ଟ ହେଉଛି। ଯାହାର ଜ୍ୱଳନ୍ତ ଉଦାହରଣ ସ୍ୱରୂପ ଯାହାକୁ ନେଇ ବାରମ୍ବାର ଅଞ୍ଚଳରେ ଘଟଣା ମାନ ଘଟି ଉତ୍ତେଜନା ବୃଦ୍ଧି ପାଇବା ସହ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ମାନଙ୍କ ସହ ଜିଲ୍ଲା ପ୍ରଶାସନ ର ଦ୍ବାରସ୍ଥ ହୋଇଆସୁଥିଲେ ହେଁ କେହି ଶୁଣିବାକୁ ନାହାନ୍ତି ନାହିଁ ବୋଲି ଲୋକେ ଅଭିଯୋଗ କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories