www.samajalive.in
Friday, December 12, 2025
15.1 C
Bhubaneswar

ବାରବାଟୀ ଟି-୨୦ : ସାଧାରଣ ଦର୍ଶକଙ୍କ ଲାଗି ୨୧୧୫୪ ଟିକଟ

କଟକ : ବାରବାଟୀ ଷ୍ଟାଡ଼ିୟମରେ ମୋଟ ୪୪ ହଜାର ୨୩୪ ଦର୍ଶକ ମ୍ୟାଚ ଦେଖିବାର ସୁବିଧା ପାଇବେ। ସେଥିମଧ୍ୟରୁ ୨୯୧୫୪ ଟିକଟ ବିକ୍ରି କରାଯିବ। ୨୧୧୫୪ ଟିକଟ ସର୍ବସାଧାରଣଙ୍କ ଲାଗି ବିକ୍ରି କରାଯିବାବେଳେ ୮୦୦୦ ଟିକଟ ଅନୁବନ୍ଧିତ ୟୁନିଟ୍‌କୁ ବିକ୍ରି କରାଯିବ। ଅନୁବନ୍ଧିତ ୟୁନିଟକୁ ଜୁନ୍ ୭ ଓ ୮ହ ରେ ଓସିଏ ସମ୍ମିଳନୀ କକ୍ଷରେ ସକାଳ ୯ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଟିକଟ ପ୍ରଦାନ କରାଯିବ। ସେହିପରି ସର୍ବସାଧାରଣଙ୍କ ଲାଗି ଅନ୍‌ ଲାଇନ୍‌ ଓ କାଉଣ୍ଟରରେ ଟିକଟ ବିକ୍ରି କରାଯିବ। ଅନ୍‌ଲାଇନ୍‌ରେ ମୋଟ ୫୦୦୦ ଟିକଟ ବିକ୍ରି କରାଯିବ। ଅନ୍‌ଲାଇନ ଟିକଟ ବିକ୍ରି ଜୁନ୍‌ ୧ରୁ ଆରମ୍ଭ ହେବ। ଅନ୍‌ଲାଇନରେ ଟିକଟ ବୁକିଂ କରିଥିବା ବୁକିଂ ଧାରୀ ଜୁନ୍ ୯, ୧୦, ୧୧ ରେ ପୂର୍ବାହ୍ନ ୧୦ଟାରୁ ଅପରାହ୍ଣ ୪ଟା ମଧ୍ୟରେ ଓ ଜୁନ୍‌ ୧୨ରେ ସକାଳ ୭ଟାରୁ ଅପରାହ୍ଣ ୩ଟା ମଧ୍ୟରେ ବୁକିଂ କପି ଦେଖାଇ କଟକର କେମ୍ବ୍ରିଜ ସ୍କୁଲ , ଖ୍ରୀଷ୍ଟ ମହାବିଦ୍ୟାଳୟ କାଉଣ୍ଟରରୁ ଟିକଟ ସଂଗ୍ରହ କରିପାରିବେ। ସେହିପରି କାଉଣ୍ଟର ଟିକଟ ବିକ୍ରି ଜୁନ୍‌ ୯ ଓ ୧୦ରେ ଅନୁଷ୍ଠିତ ହେବ। ବାରବାଟୀ ଷ୍ଟାଡ଼ିୟମସ୍ଥ କାଉଣ୍ଟରରେ ଉକ୍ତ ଟିକଟ ବିକ୍ରି କରାଯିବ ବୋଲି ଓସିଏ ସମ୍ପାଦକ ସଞ୍ଜୟ ବେହେରା ସୂଚନା ଦେଇଛନ୍ତି। ଚଳିତ ଥର ପୂର୍ବ ମ୍ୟାଚ ଅପେକ୍ଷା ଟିକଟ ମୂଲ୍ୟ ବୃଦ୍ଧି କରାଯାଇଛି। ବନ୍ଦ ରହିଥିବା ୭ ନମ୍ବର ଗ୍ୟାଲେରୀ ଖୋଲିବାବେଳେ ଏଥିରେ ଦର୍ଶକଙ୍କୁ ଅନୁମତି ମିଳିବ। ୧,୩ ଓ ୫ ନମ୍ବର ଗ୍ୟାଲେରୀ ଟିକଟ ମୂଲ୍ୟ ୯୦୦ ଟଙ୍କା ରହିଥିବାବେଳେ ୨ ଓ ୪ ନମ୍ବର ଗ୍ୟାଲେରୀ ଟିକଟ ମୂଲ୍ୟ ୭୦୦ ଟଙ୍କା, ୭ ନମ୍ବର ଗ୍ୟାଲେରୀ ଟିକଟ ମୂଲ୍ୟ ୬୦୦ଟଙ୍କା ରଖାଯାଇଛି। ୬ ନମ୍ବର ଗ୍ୟାଲେରୀ ଖେଳାଳିଙ୍କ ଲାଗି ରିହାତି ସହ ୩୦୦ ଟଙ୍କା, ସ୍ପେଶିଆଲ ଏନ୍‌କ୍ଲୋଜର ୫୦୦୦ ଟଙ୍କା, ଏସି ବକ୍ସ ୭୦୦୦ ଟଙ୍କା, ନ୍ୟୁ ପ୍ୟାଭିଲିୟନ ୮୦୦୦ ଟଙ୍କା ଓ କର୍ପୋରେଟ ବକ୍ସ ଟିକଟ ମୂଲ୍ୟ ୧୨୦୦୦ ଟଙ୍କା ରଖାଯାଇଛି ବୋଲି ଓସିଏ ସମ୍ପାଦକ ଶ୍ରୀ ବେହେରା କହିଛନ୍ତି। ପୂର୍ବରୁ ବାରବାଟୀରେ ୨୬ଟି ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ ଖେଳାଯାଇଛି। ମ୍ୟାଚ ଲାଗି ଆବଶ୍ୟକ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯିବ। ଏ ନେଇ ଅଗ୍ନିଶମ ଅଧିକାରୀଙ୍କ ସହ ଆଲୋଚନା କରାଯାଇ ସରକାର ଓ ଓସିଏ ପକ୍ଷରୁ ଆବଶ୍ୟକ ଅଗ୍ନି ନିରାପତ୍ତା ବ୍ୟବସ୍ଥା କରାଯିବ ବୋଲି ଓସିଏ ସମ୍ପାଦକ ଶ୍ରୀ ବେହେରା କହିଛନ୍ତି । ଚଳତି ଥର ନୂତନ ଭାବେ ଏଲିଡ୍‌ ଯୁକ୍ତ ଫ୍ଲଡ ଲାଇଟ୍‌ ଲଗାଯାଇଛି। ଏହାଛଡ଼ା ବର୍ଷା ହେଲେ ପୂରା ପଡିଆକୁ ଘୋଡାଇବା ଭଳି ଲଣ୍ଡନରୁ ହୋଭର କଭର ଆସିବ। ଏହାକୁ ପରିଚାଳନା କରିବା ନେଇ କଲକାତାର ଇଡେନ ଗାର୍ଡେନରୁୁ ୩୨ଜଣ କର୍ମଚାରୀ ୩ ଦିନ ପାଇଁ ନିୟୋଜିତ ହେବେ। ସେହିପରି ବାରବାଟୀରେ ଗୋଟିଏ ସୁପରସପର ରହିଥିବାବେଳେ ଆଉ ଗୋଟିଏ କଲକାତାରୁ ଆସିବ ବୋଲି ଓସିଏ ସମ୍ପାଦକ ଶ୍ରୀ ବେହେରା କହିଛନ୍ତି ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories