ଗୁରୁଡିଝାଟିଆ : ଅନଗୁଳରୁ ମୁଣ୍ଡଳୀ ଆସୁଥିବା ଏକ କୋଇଲା ବୋଝେଇ ଟ୍ରକକୁ ଖୁଣ୍ଟୁଣୀ ପୋଲିସ ଜବତ କରିବା ସହ ଚାଳକ ନିର୍ମଳ କୁମାର ବେହେରାଙ୍କୁ ଗିରଫ କରିଛି। ଟ୍ରକରେ ପ୍ରାୟ ୨୩ଟନ କୋଇଲା ବୋଝେଇ ହୋଇ ମୁଣ୍ଡଳୀ ଅଭିମୁଖେ ଯାଉଥିବା ବେଳେ ଥାନା ଅଧିକାରୀ ଭବାନୀ ପ୍ରସାଦ ଖୁଣ୍ଟିଆ ଅଟକାଇବା ସହ କାଗଜପତ୍ର ଯାଞ୍ଚ କରିଥିଲେ ହେଲେ ଚାଳକ ସଠିକ୍ କାଗଜପତ୍ର ଦେଖାଇବାରେ ଅସମର୍ଥ ହୋଇଥିଲେ। ଏଣୁ କୋଇଲା ବୋଝେଇ ଟ୍ରକକୁ ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କରିଥିଲେ।
Popular Categories



