www.samajalive.in
Saturday, December 13, 2025
27.1 C
Bhubaneswar

ଧାମରା ଅଞ୍ଚଳର ଦୁଃଖ ସରିଲା; ଲୋକାର୍ପଣ ଅପେକ୍ଷାରେ ବାଂଶଡ଼ା ସେତୁ

ଧାମରା: ଧାମରା ଅଞ୍ଚଳର ଦୁଃଖ ଲାଘବ ହୋଇଛି। ବହୁ ପ୍ରତୀକ୍ଷିତ ବାଂଶଡା ସେତୁ କାର୍ଯ୍ୟ ଆଜି ଶେଷ ହୋଇଛି। ତେବେ ଏହି ସେତୁ କେବେ ଅଞ୍ଚଳବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ ହେବ ତାହାକୁ ଅପେକ୍ଷା କରିଛନ୍ତି ସମସ୍ତେ। ଏଠାରେ ଉଲ୍ଲେଖଯୋଗ୍ୟ, ୧୧ଫେବୃଆରୀ ୨୦୧୪ରେ ୧୪କୋଟି ଟଙ୍କା ବ୍ୟୟ ଅଟକଳରେ ଏହି ସେତୁ କାର୍ଯ୍ୟ ଆରମ୍ଭ ହୋଇଥିଲା। ଦିନକୁ ଦିନ ଏହି ସେତୁ ବିବାଦୀୟ ହୋଇପଡ଼ିବା ସାଙ୍ଗକୁ ବ୍ୟୟ ବରାଦ ମଧ୍ୟ ବଢ଼ି ବଢ଼ି ଚାଲିଥିଲା। ଟର୍ଣ୍ଣକି ପ୍ରୋସେସରେ ଆରମ୍ଭ ହୋଇଥିବା ସେତୁ ଆଜି ପୂର୍ଣ୍ଣାଙ୍ଗ ହୋଇଛି। ଏହି ସେତୁ ଆରମ୍ଭରୁ ବିବାଦୀୟ ହୋଇ ପଡ଼ିଥିଲା। ୫୦ମିଟର ଲମ୍ବର ଏହି ସେତୁ ନିର୍ମାଣ ଆରମ୍ଭ ହେବାର କିଛି ଦିନ ପରେ ୪ଟି ଖୁମ୍ବ ଉପରେ ନିର୍ମାଣାଧୀନ ଏହି ସେତୁର ଗୋଟିଏ ଖୁମ୍ବ ପାଣି ମଧ୍ୟକୁ ଗଡ଼ି ପଡ଼ିଥିଲା। ପରେ ଆନ୍ତଃରାଜ୍ୟ ଜଳପଥ ପ୍ରାଧିକରଣ ସଂସ୍ଥା ଏହି ସେତୁ ଉପରେ ରୋକ ଲଗାଇଥିଲେ। ସେମାନଙ୍କ ପ୍ଲାନ ଅନୁଯାୟୀ, ଏହି ନଦୀ ମଧ୍ୟରେ ଆସନ୍ତା ଦିନରେ ଷ୍ଟିମର ଏବଂ ବାର୍ଜ ସାହାଜ୍ୟରେ ମାଲ ପରିବହନ କରିବାକୁ ଜଳପଥ ପ୍ରାଧିକରଣ ସଂସ୍ଥା ମନସ୍ଥ କରିଥିବା ବେଳେ ନଦୀ ମଧ୍ୟରେ ନିର୍ମାଣ ହୋଇଥିବା ଖୁମ୍ବ ମଧ୍ୟରେ ଅତିକମରେ ୪୦ ମିଟର ଦୂରତା ଜରୁରୀ।

ପୁନଶ୍ଚ ରାତି ଅଧିଆ ଏହି ସେତୁର ଡିଜାଇନ ବଦଳା ଯାଇଥିଲା ଏବଂ ଏହାକୁ ପୁନଶ୍ଚ ଜଳପଥ ପ୍ରାଧିକରଣ ସଂସ୍ଥା ନୂଆଦିଲ୍ଲୀକୁ ଆପ୍ରୁଭାଲ ପାଇଁ ପଠାଯାଇଥିଲା। ବହୁ ବାଦ ବିବାଦ ପରେ ଜଳ ପଥ ପ୍ରାଧିକରଣ ସଂସ୍ଥା ଏହି ନୂଆ ନକ୍ସାକୁ ସହମତି ଦେଇଥିଲେ। ରାଜ୍ୟ ସରକାର ଏହି ସହମତି ପାଇବା ପରେ ସେତୁ ନିର୍ମାଣ କରୁଥିବା ସିଂଗଲା କନଷ୍ଟ୍ରକ୍ସନ କମ୍ପାନୀ ୧୪କୋଟି ବ୍ୟୟ ବରାଦ ଆଉ କାର୍ଯ୍ୟ ଆଗକୁ ନେବା ପାଇଁ ମନା କରି ଦେଇଥିଲେ। ପରେ ରାଜ୍ୟ ସରକାରଙ୍କ ରାସ୍ତା ଏବଂ ଗୃହ ନିର୍ମାଣ ବିଭାଗ ଏବଂ ମୁଖ୍ୟ ଶାସନ ସଚିବ ସଂପୃକ୍ତ କମ୍ପାନୀକୁ ଡକାଇ ଏହି ବ୍ୟୟ ବରାଦ ୨୯କୋଟି ଟଙ୍କାକୁ ବୃଦ୍ଧି କରିବା ପରେ କାର୍ଯ୍ୟ ଆରମ୍ଭ ହୋଇଥିଲା।

- Advertisement -

ଆଜି ଭଦ୍ରକ ରାସ୍ତା ଏବଂ ଗୃହ ନିର୍ମାଣ ବିଭାଗର ଉପଖଣ୍ଡ ଅଧିକାରୀ ଡମ୍ବରୁଧର ମଣ୍ଡଳ ସହକାରୀ ଯନ୍ତୀ ଚରଣ ସିଂ ପ୍ରମୁଖ ଉପସ୍ଥିତ ରହି ୨ଟି ପର୍ଯ୍ୟାୟରେ ହେଉଥିବା ଏହି ସେତୁର ଢଳେଇ କାର୍ଯ୍ୟ ତଦାରଖ କରିଥିଲେ। ଗୋଟିଏ ପର୍ଯ୍ୟାୟରେ ଜିଆଇ ନଟ ବୋଲଟିଂ ହୋଇଥିବା ବେଳେ ଶେଷ ପର୍ଯ୍ୟାରେ ଏହି ସେତୁର ଢଳେଇ କାର୍ଯ୍ୟ ହୋଇଯାଇଛି। ଏହି ଢଳେଇ କାର୍ଯ୍ୟ ହେବାର ୨୧ ଦିନ ପର୍ଯ୍ୟନ୍ତ ଏହି ଢଳେଇ ଉପରେ ପାଣି ଦିଆଯିବ। ଇତି ମଧ୍ୟରେ ଏହି ସେତୁର ଆପ୍ରୋଚ ରୋଡ କାର୍ଯ୍ୟ ମଧ୍ୟ ସଂପୂର୍ଣ୍ଣ ଶେଷ ହୋଇଯିବା ସହ ଏହି ଆପ୍ରୋଚ ରୋଡର ସ୍ଥିତିକୁ ମଜବୁତ କରିବା ପାଇଁ ପଥର ପ୍ୟାକିଂ କାର୍ଯ୍ୟ ମଧ୍ୟ ଶେଷ ହେବ ବୋଲି ବିଭାଗୀୟ ଯନ୍ତ୍ରୀ ମତ ରଖିଥିଲେ। ମାର୍ଚ୍ଚ ଶେଷ ସୁଦ୍ଧା ଏହି ସେତୁ ସାଧାରଣ ଲୋକଙ୍କ ବ୍ୟବହାର ଉଦ୍ଦେଶ୍ୟରେ ଲୋକାର୍ପଣ ହେବ ବୋଲି ମଧ୍ୟ ସେ ମତବ୍ୟକ୍ତ କରିଥିଲେ।

 

Hot this week

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

ମେସିଙ୍କୁ ଦେଖିବାକୁ ଷ୍ଟାଡିୟମରେ ହଙ୍ଗାମା

ସମାଜ ଲାଇଭ ଡ଼େସ୍କ : ମେସିଙ୍କୁ ଦେଖିବାକୁ କଲକାତା ସଲ୍ଟଲେକ ଷ୍ଟାଡିୟମରେ...

ଗୋପାଳପୁର କଲେଜରେ ସ୍ଥାପନ ହେବ ଫ୍ରାଟେରନିଟି ପାର୍କ

ବ୍ରହ୍ମପୁର/ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ...

ବଦଳିପାରେ ମନରେଗା ଯୋଜନାର ନାମ

ସମାଜ ଲାଇଭ ଡ଼େସ୍କ : ଗ୍ରାମୀଣ ସ୍ତରରେ ଶ୍ରମିକ ମାନଙ୍କୁ ରୋଜଗାର...

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

Related Articles

Popular Categories