www.samajalive.in
Saturday, December 6, 2025
23.1 C
Bhubaneswar

ବଡି କେୟାର ଜିମ୍‍ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ, ୧୦୦ୟୁନିଟ୍‍ ରକ୍ତ ସଂଗ୍ରହ

ବାଙ୍କୀ: ମହାତ୍ମା ଗାନ୍ଧୀଙ୍କ ମହାପ୍ରୟାଣ ଦିବସ ଅବସରରେ ବାଙ୍କୀ ସହର ସ୍ଥିତ ବଡି କେୟାର ଜିମ୍‍ ଓ ରୋଟ୍ରାକ୍ଟ କ୍ଲବ ବାରବାଟୀର ମିଳିତ ପ୍ରଯୋଜନାରେ ଏକ ରକ୍ତଦାନ ଶିବିର ଶନିବାର ଦିନ ବଡିକେୟାର ଜିମ୍‍ ପରିସରରେ ଅନୁଷ୍ଠିତ ହୋଇଯାଇଛି। କଟକ ରେଡକ୍ରସ ୟୁନିଟ୍‍ର ଅଭିଜ୍ଞ ଟିମ୍‍ ରକ୍ତଦାତାଙ୍କ ଠାରୁ ୧୦୦ୟୁନିଟ୍‍ ରକ୍ତ ସଂଗ୍ରହ କରିବାରେ ସଫଳ ହୋଇଛନ୍ତି। ବାଙ୍କୀ ତହସିଲଦାର ଏବଂ ବାଙ୍କୀ ଷ୍ଟେଟ୍‍ ବ୍ୟାଙ୍କ ମ୍ୟାନେଜର ଏହି ଶିବିରକୁ ଉଦ୍ଦ୍‍ଘାଟନ କରିଥିଲେ। ଆୟୋଜକ ଅନୁଷ୍ଠାନ ପକ୍ଷରୁ ମନୋରଞ୍ଜନ ଦାଶ, ମୋହନ କୁମାର ଦାସ, ସୁମିତ କୁମାର ନାୟକ, ସଂଗ୍ରାମ କୁମାର ରାଉତ, ଅଭିଜିତ୍‍ ରଣା, କାହ୍ନୁ ଚରଣ ନାୟକ, ଜ୍ୟୋତିପ୍ରକାଶ ଦାସ, ଯାଜ୍ଞସେନୀ ଦାସ ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories