www.samajalive.in
Saturday, December 6, 2025
16.1 C
Bhubaneswar

ଟୋକନ ପାଇ ଧାନ ବିକ୍ରୀ କରି ପାରି ନ ଥିବା ଚାଷୀଙ୍କ ଆନ୍ଦୋଳନ ଧମକ

ଆଗଲପୁର: ସରକାର ଚାଷୀମାନଙ୍କୁ ବିଭିନ୍ନ ପ୍ରତ୍ସାହନ ଦେଇ ଚାଷୀମାନଙ୍କ ଆୟକୁ ୨ ଗୁଣ କରିବା ପାଇଁ ପ୍ରଚାର ପ୍ରସାର କରୁଛନ୍ତି। କିନ୍ତୁ ବର୍ତ୍ତମାନ ଆଗଲପୁର ବ୍ଲକରେ ଥିବା ୧୩ଟି ପେକ୍ସରେ ହଜାର ହଜାର କ୍ୟୁଣ୍ଟାଲ ଧାନ ପଡ଼ିରହିଛି। ଦୀର୍ଘ ଦିନରୁ ଟୋକନ ପାଇଥିବା ଚାଷୀମାନଙ୍କ ଧାନ ବିକ୍ରୀ ହୋଇପାରୁ ନ ଥିବାରୁ ଚାଷୀମାନେ ରାସ୍ତାରୋକ କରି ଜିଲା ଯୋଗାଣ ଅଧିକାରୀ ତଥା ବଲାଙ୍ଗିର ଜିଲାପାଳଙ୍କ ଦୃଷ୍ଠି ଆକର୍ଷଣ କରିଆସୁଛନ୍ତି। କିନ୍ତୁ ସରକାରଙ୍କ ପକ୍ଷରୁ ଟୋକନ ପ୍ରଦାନ କରିଥିବା ବେଳେ ଧାନ କ୍ରୟ କରିବା ବଦଳରେ ବିଭିନ୍ନ ଆଳ ଦେଖାଇ ଚାଷୀମାନଙ୍କୁ ଭୁଆଁ ବୁଲାଉଥିବାର ଅଭିଯୋଗ କରିଛନ୍ତି। ଏଣୁ ଆଗାମୀ ଦିନରେ ଟୋକନ ପାଇଥିବା ସମସ୍ତ ଚାଷୀମାନଙ୍କ ଧାନ ବିକ୍ରି ନହେଲେ ଚାଷୀ ଆନ୍ଦୋଳନ ଉଗ୍ର ରୁପ ନେବ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି।

Hot this week

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

Related Articles

Popular Categories