www.samajalive.in
Saturday, December 6, 2025
16.1 C
Bhubaneswar

ଶୌଚାଳୟ ନିର୍ମାଣ ରାଶି ପାଇବାରେ ବିଳମ୍ବ

ବାଙ୍କୀ :  ବାଙ୍କୀ ଏନ.ଏ.ସି ଅନ୍ତର୍ଗତ ୪ନଂ ଓାର୍ଡରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାର। ଯଥାକ୍ରମେ ୨ଟି ଗୋଷ୍ଠୀ ଶୌଚାଳୟ ନିର୍ମାଣ କାର୍ଯ୍ୟ ଏପ୍ରିଲ ମାସରୁ ଶେଷ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଗୋଷ୍ଠୀଙ୍କୁ ଶୌଚାଳୟ ନିର୍ମାଣ ରାଶି ପ୍ରଦାନରେ ବିଳମ୍ବ ଧରୁଛି। ଗୋଷ୍ଠୀ ପକ୍ଷରୁ ସଭାପତି ଓ ସମ୍ପାଦିକା ମାନେ କାର୍ଯ୍ୟାଳୟକୁ ପ୍ରାପ୍ୟ ପାଇ ଦୌଡୁଥିଲେ ମଧ୍ୟ ସମ୍ପୃକ୍ତ ଅଧିକାରୀ ଗୋଷ୍ଠୀଙ୍କୁ ପ୍ରାପ୍ୟ ପ୍ରଦାନରେ ସହଯୋଗ କରୁନଥିବା ଅଭିଯୋଗ ହୋଇଛି। ପ୍ରତିବାଦରେ ୪ନଂ ଓାର୍ଡର ଯଥାକ୍ରମେ ୨ଗୋଟି ଶୌଚାଳୟ ନିର୍ମାଣ କରିଥିବା ୨୦ଜଣ ସଦସ୍ୟ ସମ୍ପାଦିକା ମିନତି ଖଟୁଆ ଓ ରୀନା ବେହେରାଙ୍କ ନେତୃତ୍ୱରେ ସୋମବାର ଦିନ ବାଙ୍କୀ ଏନ.ଏ.ସି କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସି ଫାଟକରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଦୀର୍ଘ ୩ଘଣ୍ଟା ବସିବା ପରେ ଏନ.ଏ.ସି ନିର୍ବାହୀ ଅଧିକାରୀ ପଲ୍ଲବୀ ବେହେରା ସଂକ୍ଷିପ୍ତ ସମୟ ପାଇଁ ଗୋଷ୍ଠୀ ସଦସ୍ୟଙ୍କୁ ଭେଟି ୭ଦିନ ମଧ୍ୟରେ ଶୌଚାଳୟ ନିର୍ମାଣ ବାବଦକୁ ଥିବା ୨ଟି ଗୋଷ୍ଠୀର ୨ଲକ୍ଷ ଟଙ୍କା ପ୍ରଦାନ କରିବାର ବ୍ୟବସ୍ଥା କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ରାଜ୍ୟ ସରକାରଙ୍କର କର୍ମତତ୍ପର ଯୋଜନା- ମୁକ୍ତା ଯୋଜନାରେ ମହିଳା ଗୋଷ୍ଠୀର ପ୍ରତ୍ୟେକ୍ଷ ତତ୍ୱାବଧାନ ଓ ଓାର୍ଡରେ କାମର ମାନ ସଠିକ ହେବା ଉଦ୍ଦେଶ୍ୟରେ ମହିଳା ଗୋଷ୍ଠୀକୁ ଏହି ଯୋଜନାରେ ସାମିଲ କରାଯିବା ପାଇଁ ନିର୍ଦ୍ଦେଶ ଥିବାରୁ ୭ମାସ ତଳେ କାର୍ଯ୍ୟାଦେଶ ଗ୍ରହଣ କରି ନିର୍ମାଣ କାର୍ଯ୍ୟ ଶେଷ କରିଥିଲେ ମଧ୍ୟ ଦୀର୍ଘ ୭ମାସ ପରେ ପ୍ରାପ୍ୟ ନମିଳିବା ଏବଂ ଏନ.ଏ.ସି ସମ୍ମୁଖରେ ଦୀର୍ଘ ୩ଘଣ୍ଟାର ଧାରଣା ପରେ ନିର୍ବାହୀ ଅଧିକାରୀ ସାକ୍ଷାତ କରି ପ୍ରତିଶ୍ରୁତି ଦେବା ଦୁର୍ଭାଗ୍ୟଜନକ ବୋଲି ନିଜର ପ୍ରତିକ୍ରୀୟାରେ ଧାରଣାକାରୀ ପ୍ରକାଶ କରିଛନ୍ତି। ୭ଦିନ ମଧ୍ୟରେ ଦାବୀ ପୂରଣ ନହେଲେ ଗୋଷ୍ଠୀ ପକ୍ଷରୁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories