www.samajalive.in
Saturday, December 6, 2025
26.1 C
Bhubaneswar

ପୁରୁଷ ବନ୍ଧ୍ୟାକରଣ ସଚେତନତା ରଥ

ବାଙ୍କୀ: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଆନୁକୂଲ୍ୟରେ ପୁରୁଷ ବନ୍ଧ୍ୟାକରଣ ପକ୍ଷ ପାଳିତ ହୋଇଯାଇଛି। ଏହି ଅବସରରେ ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରୁ ପୁରୁଷ ବନ୍ଧ୍ୟା କରଣ ସଚେତନତା ରଥ ପରିକ୍ରମାର ଶୁଭାରମ୍ଭ ହୋଇଛି। ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକ୍ଷକ ଡାକ୍ତର ଅମରେଶ ସାହୁ ସବୁଜ ପତାକା ଦେଖାଇ ରଥର ଶୁଭାରମ୍ଭ କରିଛନ୍ତି। ଡାକ୍ତର ସତ୍ୟଜିତ ମହାପାତ୍ର, ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ପ୍ରଦୀପ କୁମାର ସାହୁ, ସ୍ୱାସ୍ଥ୍ୟ ପରିଦର୍ଶକ ମାନଭଞ୍ଜନ ଦଳାଇ, ସନ୍ତୋଷ କୁମାର ସାହୁ, ଆଶିଷ କୁମାର ସାହୁଙ୍କ ସମେତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ବହୁ ପଦାଧିକାରୀ ଉପସ୍ଥିତ ଥିଲେ।

 

- Advertisement -

ସୂଚନା ଅନୁଯାୟୀ ଚଳିତ ସପ୍ତାହରେ ୨୦ଗୋଟି ପଞ୍ଚାୟତ ଅଧିନ ସମସ୍ତ ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ଏବଂ ସ୍ୱାସ୍ଥ୍ୟ ଉପକେନ୍ଦ୍ରରେ ଏହି ରଥ ଯିବ ଏବଂ ସେଠାରେ ପୁରୁଷ ବନ୍ଧ୍ୟା କରଣର ସୁବିଧା ଓ ସୁଯୋଗ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବ। ଜନସଂଖ୍ୟା ବିଷ୍ଫୋରଣ ନିୟନ୍ତ୍ରଣ କରିବାରେ ପୁରୁଷ ବନ୍ଧ୍ୟାକରଣ ଅସ୍ତ୍ରୋପ୍ରଚାର ଏକ ସହଜ,ସୁରକ୍ଷିତ ଏବଂ ସହଜ ଉପାୟ ବୋଲି ଅଧିକ୍ଷକ ନିଜ ବାର୍ତ୍ତାରେ ସ୍ୱାସ୍ଥ୍ୟକର୍ମୀ ମାନଙ୍କୁ ଜନଜାଗରଣ କରିବା ପାଇଁ ଆହ୍ୱାନ ଦେଇଛନ୍ତି। ଏହି ପରୁଷ ବନ୍ଧ୍ୟାକରଣ ପାଇଁ ଉଚ୍ଛୁକ ବ୍ୟକ୍ତି ସରକାରୀ ପ୍ରୋତ୍ସାହନ ବାବଦରେ ୨୦୦୦ଟଙ୍କା ଅସ୍ତ୍ରୋପ୍ରଚାର ପରେ ନିଜ ଜମାଖାତାରେ ପାଇବେ ବୋଲି ଅନୁରୂପ ପ୍ରଚାର ପତ୍ରରେ ସୂଚନା ଦିଆଯାଇଛି। ଡିସେମ୍ବର ୨ତାରିଖରେ କଟକ ସିଟି ହସ୍ପିଟାଲରେ ଏହି ଅସ୍ତ୍ରୋପ୍ରଚାର ଜିଲ୍ଲାସ୍ତରରେ କରାଯାଉଥିବାରୁ ଜନସାଧାରଣ ସୁଯୋଗ ନେଇ ଜନବିଷ୍ପୋରଣ ରୋକିବାରେ ସହଯୋଗ କରିବା ପାଇଁ ନିବେଦନ କରାଯାଇଛି।

Hot this week

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

Related Articles

Popular Categories