www.samajalive.in
Saturday, December 6, 2025
26.1 C
Bhubaneswar

କ୍ଷୀର ସହ ଜଡିତ ଏହି ସରଳ ଉପାୟ ; ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ

କ୍ଷୀରର ଉପକାରିତା ବିଷୟରେ ଆପଣ ନିଶ୍ଚୟ ଜାଣିଥିବେ । ଏହାର ସେବନ ଦ୍ବାରା କେବଳ ହାଡ ମଜବୁତ ହୁଏ ତାହା ନୁହେଁ, ବରଂ ଏଥିରେ ଅନେକ ପୋଷକ ତତ୍ତ୍ୱ ରହିଥାଏ ଯାହା ଶରୀର ପାଇଁ ଅନେକ ଲାଭଦାୟକ । ଅନେକ ଅଧ୍ୟୟନରେ ଏହା ମଧ୍ୟ ପ୍ରମାଣିତ ହୋଇଛି ଯେ କ୍ଷୀର ସେବନ ଦ୍ବାରା ଉତ୍ତମ ସ୍ୱାସ୍ଥ୍ୟ ସହ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । କ୍ଷୀର ସେବନ ମଧୁମେହ, ମେଦବହୁଳତା, ହୃଦରୋଗ ଏବଂ ଅନେକ ପ୍ରକାରର କର୍କଟ ରୋଗରୁ ମଧ୍ୟ ରକ୍ଷା କରିଥାଏ । ଅନେକ ଲୋକ ଭାବନ୍ତି ଯେ ଜଳଖିଆ ସହିତ କ୍ଷୀର ପିଇବା ଭଲ। ସେହିପରି ଅଧିକାଂଶ ଲୋକ ରାତିରେ ଏହାକୁ ପିଇବାକୁ ଯଥାର୍ଥ ବୋଲି ମନେ କରନ୍ତି। ଯଦିଓ ଦିନରେ କ୍ଷୀର ପିଇବା ଦ୍ବାରା ଦିନସାରା ଶରୀରକୁ ଶକ୍ତି ମିଳିଥାଏ। ସେହିପରି ରାତିରେ କ୍ଷୀର ପିଇବା ଦ୍ବାରା, ଏହା ମନକୁ ଶାନ୍ତି ମିଳିବା ସହ ଭଲ ନିଦ ମଧ୍ୟ ହୋଇଥାଏ। ରାତିରେ କ୍ଷୀର ପିଇବା ସର୍ବୋତ୍ତମ ସମୟ ବୋଲି ଆୟୁର୍ବେଦରେ କୁହାଯାଇଛି।

ସକାଳ: ହଜମ କ୍ରିୟାରେ ସମସ୍ୟା ସୃଷ୍ଟି ହେବା ଆଶଙ୍କା ଥିବାରୁ ସକାଳେ କ୍ଷୀର ପିଇବାକୁ ନିଷେଧ କରାଯାଇଛି। କିନ୍ତୁ ବିଶ୍ୱାସ କରାଯାଏ ଯେ ଏହି ସମୟରେ କ୍ଷୀର ପିଇବା ଦ୍ୱାରା ଦିନସାରା ଶରୀରରକୁ ଶକ୍ତି ମିଳିଥାଏ।
ଅପରାହ୍ନ: ଅପରାହ୍ନରେ କ୍ଷୀର ପିଇବା ବୃଦ୍ଧମାନଙ୍କ ପାଇଁ ଲାଭଦାୟକ। କାରଣ ଏହା ଶରୀରକୁ ଶକ୍ତି ଦେଇଥାଏ।

- Advertisement -

ସନ୍ଧ୍ୟା: ସନ୍ଧ୍ୟାରେ କ୍ଷୀର ପିଇବା ଆଖି ପାଇଁ ବହୁତ ଭଲ ବୋଲି କୁହାଯାଏ।

ରାତି: ରାତିରେ କ୍ଷୀର ପିଇବା ସର୍ବୋତ୍ତମ ବୋଲି ବିବେଚନା କରାଯାଏ। କାରଣ ଏହା ଦିନସାରା ଶରୀରର ଥକ୍କାପଣକୁ ଦୂର କରିଥାଏ ଏବଂ ଭଲ ନିଦ ଦେଇଥାଏ।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories