www.samajalive.in
Saturday, December 6, 2025
26.1 C
Bhubaneswar

ଡିସେମ୍ବର ୪ରେ ବର୍ଷର ଦ୍ବିତୀୟ ତଥା ଶେଷ ସୂର୍ଯ୍ୟ ପରାଗ

ଭୁବନେଶ୍ବର: ଆସନ୍ତା ଡିସେମ୍ବର ମାସ ୪ ତାରିଖରେ ଏ ବର୍ଷର, ଦ୍ବିତୀୟ ତଥା ଶେଷ ସୂର୍ୟ୍ୟ ପରାଗସଂଗଠିତ ହେବ ।ଗତ ଜୁନ୍ ୧୦ ତାରିଖରେ ଏ ବର୍ଷରପ୍ରଥମ ସୂର୍ୟ୍ୟ ପରାଗସଂଗଠିତ ହୋଇଥିଲା। ତାହା ଏକ ବଳୟ ସୂର୍ୟ୍ୟ ପରାଗଥିଲା। ଡିସେମ୍ବର ମାସ ୪ ତାରିଖରେ ପୂର୍ଣ୍ଣସୂର୍ୟ୍ୟ ପରାଗଘଟିବ। ପରାଗସମୟରେ ପୃଥିବୀ, ଚନ୍ଦ୍ର ଓ ସୂର୍ୟ୍ୟର ଅବସ୍ଥିତି ଅନୁସାରେ ତିନି ପ୍ରକାରର ସୂର୍ୟ୍ୟ ପରାଗ ଘଟିଥାଏ: ଆଂଶିକ, ପୂର୍ଣ୍ଣ ଓ ବଳୟ। ପ୍ରତ୍ୟେକ ପୂର୍ଣ୍ଣସୂର୍ୟ୍ୟ ପରାଗ ପୂର୍ବରୁ ଓ ପରେ ଆଂଶିକ ପରାଗ ଦେଖାଯାଏ । କଦବାକ୍ବଚିତ୍ମିଶ୍ରିତଅର୍ଥାତ୍ଏକା ପରାଗରେ ପୂର୍ଣ୍ଣ ଓ ବଳୟ ପରାଗ ମିଶିକରି ଦେଖାଯାଏ। ଆସନ୍ତା ଡିସେମ୍ବର ୪ ତାରିଖରପୂର୍ଣ୍ଣ ସୂର୍ୟ୍ୟ ପରାଗଟି ଆଣ୍ଟାର୍କଟିକାର କିଛି ଅଞ୍ଚଳରେ ଦେଖାଯିବ। ଏଥି ସହ ଦକ୍ଷିଣ ଆଫ୍ରିକା, ଦକ୍ଷିଣ ଆଣ୍ଟାର୍କଟିକାରଅନେକ ଅଞ୍ଚଳରେ ଏହା ଆଂଶିକ ସୂର୍ୟ୍ୟ ପରାଗ ରୂପେ ଦେଖାଯିବ ଜ୍ଝଭାରତର ତଥା ଓଡିଶାରେ ଏହା ପରାଗ ଦେଖାଯିବ ନାହିଁ।

ଆମେ ଜାଣିଛେ ସୂର୍ୟ୍ୟ ଚାରିପଟେପୃଥିବୀ ଓ ପୃଥିବୀ ଚାରିପଟେ ଚନ୍ଦ୍ର ଏକ ନିର୍ଦ୍ଧିଷ୍ଟ କକ୍ଷ ପଥରେ ବୁଲୁଛନ୍ତି ଓ ବେଳେବେଳେ ପିଣ୍ଡ ତିନୋଟି ଏକ ସରଳ ରେଖାରେ ରହିଥାନ୍ତି ଓ ସେସମୟରେ ସୂର୍ୟ୍ୟ ପରାଗ ଓ ଚନ୍ଦ୍ର ଗ୍ରହଣ ଘଟିଥାଏ। ସୂର୍ୟ୍ୟ ପରାଗ ସମୟରେ ‘ପୃଥିବୀ ଓ ସୂର୍ୟ୍ୟ’ ମଝିରେ ଚନ୍ଦ୍ର ରହିଥାଏ ଓ ଚନ୍ଦ୍ରର ଛାଇ ପଡୁଥିବା ଅଞ୍ଚଳର ଲୋକମାନେ କିଛି ସମୟ ପାଇଁ ସୂର୍ୟ୍ୟକୁ ଦେଖିପାରନ୍ତି ନାହିଁ । ପରାଗ କେବଳ ଅମାବାସ୍ୟା ଦିନହିଁ ଘଟିବା ସମ୍ଭବ ହୋଇଥାଏ। ଭାରତୀୟ ସମୟ ପ୍ରାୟ ମଧ୍ୟାହ୍ନ ୧୧:୦୦ ରେ ଆରମ୍ଭ ହୋଇ ଅପରାହ୍ନ ୦୩:୦୭ ବେଳକୁ ଶେଷ ହେବ ଓ ଏହା ସର୍ବାଧିକ ଘଟିବ ପ୍ରାୟ ଅପରାହ୍ନ ୦୧.୦୩ ସମୟରେ। ଏଠାରେ ସୂଚାଇଦିଆଯାଇ ପାରେ ଯେ ବିଭିନ୍ନ ସ୍ଥାନରେ ପରାଗର ଆରମ୍ଭ, ଶେଷ ଓ ସର୍ବାଧିକ ଘଟିବାର ସମୟ ସାମାନ୍ୟ ଅଲଗା ହେବ। ୨୦୨୨ ମସିହାରେ ୨ଟି ସୂର୍ୟ୍ୟ ପରାଗ ଓ ୨ଟି ଚନ୍ଦ୍ର ଗ୍ରହଣ ସଂଗଠିତ ହେବ ।ଭାରତରେ ପରବର୍ତ୍ତୀ ସୂର୍ୟ୍ୟ ପରାଗ ଆସନ୍ତା ୨୦୨୨ ମସିହା ଅକ୍ଟୋବର୍ ମାସ ୨୫ ତାରିଖରେ ଓଚନ୍ଦ୍ର ଗ୍ରହଣ ନଭେମ୍ବର, ୮ ତାରିଖରେ ଦେଖାଯିବ ବୋଲି ପଠାଣି ସାମନ୍ତ ପ୍ଲାନେଟାରିୟମ ଉପନିର୍ଦ୍ଦେଶକ ଡ.ଶୁଭେନ୍ଦୁ ପଟ୍ଟନାୟକ ସୂଚନା ଦେଇଛନ୍ତି।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories