www.samajalive.in
Saturday, December 6, 2025
19.1 C
Bhubaneswar

କରୋନା ଟୀକାକରଣ ପାଇଁ ଜିଲାବାସୀଙ୍କୁ ନିବେଦନକଲେ ଜିଲାପାଳ

ନବରଙ୍ଗପୁର: ନବରଙ୍ଗପୁର ଜିଲାରେ କରୋନା ଟୀକାଦାନ ନେଇ ସମସ୍ୟା ଉପୁଜିଛି।  ତେଣୁ ଜିଲାବାସୀ ଟୀକାକରଣ ପାଇଁ ଆଗେଇ ଆସନ୍ତୁ ବୋଲି ଜିଲାପାଳ ଡଃ.କମଳ ଲୋଚନ ମିଶ୍ର ସମସ୍ତଙ୍କୁ ଅନୁରୋଧ କରିଛନ୍ତି। ଜିଲାପାଳଙ୍କର କାର୍ଯ୍ୟାଳୟର ସମ୍ମିଳନୀ କକ୍ଷ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଲେଯେ, ଜିଲାରେ ୧୧୫ଟି ଟୀକାଦାନ କେନ୍ଦ୍ର ରହିଛି। ସମସ୍ତ ଟୀକାନେବାକୁ ଆସି ସହଯୋଗ କରିବାର ଆବଶ୍ୟକତା ରହିଛି। ଗତ ୧୦ଦିନହେଲା ଲଗାତାର ଭାବେ ଜିଲାରେ କୋଭିଡ୍‍ ଶୁନ ରହିଛି , ସମସ୍ତଙ୍କର ସହଯୋଗ ପାଇଁ ଧନ୍ୟବାଦ ଜଣାଉଛି। ସମସ୍ତେ କୋଭିଡ୍‍ ଗାଇଡ ପାଳନ କରିବାକୁ ହେବ। କୋଭିଡର ତୃତୀୟଲହରକୁ ଏଡାଇ ଦିଆଯାଇ ନପାରେ। କୋଭିଡର ମୁକାବିଲା ପାଇଁ ଟୀକାକରଣକୁ ଅଗ୍ରାଧିକାର ଦେବାକୁ ହେବ। ଜିଲାର ସମସ୍ତେ ନିଜ ଇଚ୍ଛାରେ ଟୀକାଦାନ କେନ୍ଦ୍ରକୁ ଆସି ଟୀକନେବାକୁ ସେ ପୁନର୍ବାର ଅନୁରୋଧ କରିଛନ୍ତି। ଜିଲାରେ ମୋଟ ୮ଲକ୍ଷ ୯୪,୪୨୦ ଜଣ ଧାର୍ଯ୍ୟ ହିତାଧିକାରୀ ରହିଛନ୍ତି। ଗତ ୨୬ ତାରିଖ ସୁଦ୍ଧା ପ୍ରଥମ ମାତ୍ରା ଟୀକା ୭,୩୭,୮୬୩ ଜଣ ନେଇଥିବାବେଳେ ଏହା ୮୨ ପ୍ରତିଶତ ହୋଇଛି।

 

- Advertisement -

ଦ୍ୱିତୀୟ ପାନ ଟୀକା ନେଇଥିବା ହିତାଧିକାରୀ ୩,୧୫,୮୦୧ ଜଣ ହୋଇଥିବାବେଳେ ଏହା ମାତ୍ର ୩୫ ପ୍ରତିଶତ ରହିଛି। ତେବେ ଜିଲାରେ କୋଭିଡ ପ୍ରକୋପ ତୃତୀୟଲହରରୁ ରକ୍ଷା ପାଇବା ପାଇଁ ସମସ୍ତେ ଦୁଇଟିି ପାନ ଟୀକା ନେବା ନିହାତି ଆବଶ୍ୟକ। ଜିଲାରେ ଟୀକାକରଣ ଅଭିଯାନକୁ ତ୍ୱରାନ୍ୱିତ କରିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଥିବା ଜିଲାପାଳ ଡଃ.ମିଶ୍ର କହିଥିଲେ। ଆଶା ଓ ଅଙ୍ଗନବାଡୀ କର୍ମୀ ମାନେ ଘର ଘର ବୁଲି ଟୀକାକରଣ କରିନଥିବା ଜନସାଧାରଣଙ୍କୁ ଚିହ୍ନଟ କରିବା ସହିତ ସେମାନଙ୍କୁ ଟୀକାକରଣ କେନ୍ଦ୍ରକୁ ପଠାଉଛନ୍ତି। ଗ୍ରାମାଞ୍ଚଳରେ ଟୀକରଣ କେନ୍ଦ୍ର ସଂପ୍ରସାଣର କରାଯାଇଛି। ଗର୍ଭବତୀ, ଅତିବୟସ୍କ, ଭିନ୍ନକ୍ଷମ ଓ ନିଃସହାୟ ବ୍ୟକ୍ତି ଙ୍କର ଘରକୁ ଯାଇ ଟୀକାପ୍ରଦାନ କରିବାର ସୁବିଧା କରାଯାଇଛି। ସ୍ୱୟଂ ସହାୟିକା ଗୋଷ୍ଠି , ସ୍ୱେଛାସେବୀ ଓ ଯୁବ ଗୋଷ୍ଠିଙ୍କୁ ଟୀକାକରଣ ଅଭିଯାନରେ ସହାୟତା ପାଇଁ ସାମିଲ କରାଯାଇଛି। ଜିଲାବାସୀ ନିଜେ, ନିଜ ପରିବାର ,ନିଜ ସାହି, ନିଜଗାଁ, ନିଜ ସହର ଓ ନିଜ ଜିଲାକୁ କରୋନାରୁ ସୁରକ୍ଷିତ ରଖିବା ପାଇଁ ଓ ଜିଲାପାଳଙ୍କର ପ୍ରତି ସଦିଚ୍ଛା ରଖି ଶତପ୍ରତିଶତ ଲୋକ ଟୀକା ନେବାକୁ ସେ ନିବେଦନ କରିଛନ୍ତି। ଜିଲା ମୁଖ୍ୟଚିକିତ୍ସା ଅଧିକାରୀ ଡଃ.ଚୈାଧୂରୀ ଶୋଭାରାଣୀ ମିିଶ୍ର ଏବଂ ଜିଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ହଳଧର ନିଆଲ ଉପସ୍ଥିତ ଥିଲେ।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories