www.samajalive.in
Saturday, December 6, 2025
16.1 C
Bhubaneswar

ସ୍ୱାଧୀନତା ଦିବସ ପାଳନ ପାଇଁ ପ୍ରଶାସନିକ ପ୍ରସ୍ତୁତି ବୈଠକ

ବାଙ୍କୀ: ୭୪ତମ ସ୍ୱାଧୀନତା ଦିବସ ବାଙ୍କୀ ଉପଖଣ୍ଡରେ ପାଳନ ପାଇଁ ଏକ ପ୍ରଶାସନିକ ପ୍ରସ୍ତୁତି ବୈଠକ ବାଙ୍କୀ ଉପଜିଲାପାଳ କାର୍ଯ୍ୟାଳୟ ପରିସରରେ ଥିବା ସମ୍ମିଳନୀ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି। ବାଙ୍କୀ ଉପଜିଲ୍ଲାପାଳ ରଞ୍ଜନ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଉପଖଣ୍ଡ ସ୍ତରୀୟ ଅଧିକାରୀ,ଓକିଲ ଓ ସାମ୍ବାଦିକ ମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଚଳିତ ବର୍ଷ କୋଭିଡ ନିୟମ ଅନୁପାଳନ ସହିତ ସଂକ୍ଷିପ୍ତ ଭାବରେ ସ୍ୱାଧୀନତା ଦିବସ ନିରାଡମ୍ବର ଭାବରେ ପାଳନ କରିବା ପାଇଁ ନିଷ୍ପତ୍ତିଗ୍ରହଣ କରାଯାଇଛି। ଏହି ଦିନ ସକାଳେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ବାଙ୍କୀ ସହରରେ ମାଇକ ଯୋଗେ ରାମଧ୍ୱନ ପାଠ କରାଯିବା ସହ ସକାଳ ୭ ଘଟିକାରେ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ପରିସରରେ ସାମାଜିକ ଦୂରତାରକ୍ଷା କରି ଜାତୀୟ ପତାକା ଉତ୍ତୋଳନ,ଶିକ୍ଷାନୁଷ୍ଠାନ ମାନଙ୍କରେ ସକାଳ ୭.୩୦ ମିନିଟରେ କେବଳ ଶିକ୍ଷକ ମାନେ ଉପସ୍ଥିତ ରହି ପତାକା ଉତ୍ତୋଳନ କରିବେ। କୈାଣସି ବିଦ୍ୟାର୍ଥି ବିଦ୍ୟାଳୟକୁ ଆସିବା ପାଇଁ ବାରଣ କରାଯାଇଛି। ସେହିପରି ସକାଳ ୯.୧୫ ମିନିଟ ସମୟରେ ସ୍ଥାନୀୟ କଚେରୀ ପଡ଼ିଆରେ ସଂକ୍ଷିପ୍ତ ଭାବରେ ଜାତୀୟ ପତାକା ଉତ୍ତୋଳନ କରାଯାଇ ବାଙ୍କୀ ଅଞ୍ଚଳରେ କୋଭିଡ ମୁକାବିଲା ପାଇଁ କାର୍ଯ୍ୟ କରିଥିବା ଡାକ୍ତର,ପୋଲିସ,ଆଶା,ଅଙ୍ଗନବାଡିକର୍ମୀ,ସ୍ୱାସ୍ଥ୍ୟକର୍ମୀ ମାନଙ୍କୁ କୋଭିଡ ଯୋଦ୍ଧା ଭାବରେ ମାନପତ୍ର ପ୍ରଦାନ କରାଯାଇ ଉପଖଣ୍ଡ ପକ୍ଷରୁ ସମ୍ମାନିତ କରାଯିବାର କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯାଇଛି। ବାଙ୍କୀ ବିଡିଓ ପ୍ରଭାତ କୁମାର ସାହୁ,ବାଙ୍କୀ ଥାନା ଅଧିକାରୀ ସମୀର କୁମାର ପଣ୍ଡା ,ଉପଖଣ୍ଡ ପୋଲିସ ଅଧିକାରୀ ପ୍ରସନ୍ନ କୁମାର ବିଶ୍ୱାଳ,ସହକାରୀ ଜିଲ୍ଲାପାଳ ନାରାୟଣ ଖଟୁଆ,ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟ ଅଧ୍ୟକ୍ଷକ ଡାକ୍ତର ଧୁଳେଶ୍ୱର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସାରଦାପ୍ରସାଦ ମହାନ୍ତି କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରସ୍ତୁତି ହୋଇଥିବା ଯୋଜନା ଆଲୋକପାତ କରିବା ସହ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ସୂଚନାଯୋଗ୍ୟ ଯେ ନିକଟରେ ମହାନଦୀରେ ଗାଧୋଉ ଥିବା ସମୟରେ ଭାସିଯାଉଥିବା ୨ ଶିଶୁଙ୍କୁ ବିପଦମୁଖରୁ ଉଦ୍ଧାର କରି ଜୀବନ ଦେଇ ପାରିଥିବା ହେତୁ ସ୍ଥାନୀୟ ୨ ଯୁବକଙ୍କୁ ସାହାସିକତା ପାଇଁ ଏଠାରେ ସମ୍ବର୍ଦ୍ଧିତ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

Hot this week

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

Related Articles

Popular Categories