www.samajalive.in
Saturday, December 6, 2025
26.1 C
Bhubaneswar

ଯୁବକଙ୍କ ମୃତ୍ୟୁ ନେଇ ବିବିଏମ୍‍ସିଏଚରେ ଉତ୍ତେଜନା

ବଲାଙ୍ଗିର: ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍‍ପିଟାଲର କୋଭିଡ ସଂକ୍ରମଣ ୱାର୍ଡରେ ଶନିବାର ଅଭାବନୀୟ ଘଟଣା ଘଟିଛି। ଜଣେ ଯୁବକ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା। ଡାକ୍ତରୀ ଚିକିତ୍ସା ଅବହେଳାରୁ ଯୁବକର ମୃତ୍ୟୁ ହୋଇଥିବା ଅଭିଯୋଗ କରି ଉତ୍ତେଜନା ଦେଖା ଦେଇଥିଲା। ମୃତକଙ୍କ ସଂପର୍କୀୟମାନେ ସଂକ୍ରମଣ ୱାର୍ଡରେ ଭଙ୍ଗାରୁଜା କରିବା ସହ ଡାକ୍ତରଙ୍କୁ ଆକ୍ରମଣ କରିଥିଲେ। ଡାକ୍ତର ଗୁରୁତର ହୋଇଥିବା ବେଳେ ଡାକ୍ତରମାନେ ପ୍ରତିବାଦରେ କାର୍ୟ୍ୟ ବନ୍ଦ କରି ଧାରଣା ଦେଇଛନ୍ତି। ଉପ ଜିଲାପାଳ ଓ ପୁଲିସ ପହଞ୍ଚି ଉଭୟ ପକ୍ଷ ମଧ୍ୟରେ ଆଲୋଚନା ଜାରି ରଖିଛନ୍ତି। ଖବର ଲେଖା ହେବା ଯାଏ କୌଣସି ସମାଧାନର ରାସ୍ତା ବାହାରି ପାରି ନାହିଁ।

ବିଷ୍ଣୁମୁଣ୍ଡାର ଜିତୁ ସୁନାଙ୍କୁ ଜ୍ୱର ହେଉଥିଲା। ତାଙ୍କୁ ବିବିଏମ୍‍ସିଏଚରେ କୋଭିଡ ସଂକ୍ରମଣ ୱାର୍ଡରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ସେଠାରେ ଶନିବାର ଦିନ ୨ଟା ବେଳେ ଜିତୁଙ୍କର ମୃତ୍ୟୁ ହୋଇଥିଲା। ଡାକ୍ତର ଓ ନର୍ସଙ୍କ ଚିକିତ୍ସା ଅବହେଳାରୁ ଜିତୁଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ କରି ସଂପର୍କୀୟମାନେ କୋଭିଡ ସଂକ୍ରମଣ ସ୍ୱତନ୍ତ୍ର ୱାର୍ଡରେ ଭଙ୍ଗାରୁଜା କରିଥିଲେ। ସେହିପରି ଆକ୍ରମଣରେ ଡା.ସିମାଞ୍ଚଳ ଡାକୁଆ ଗୁରୁତର ହୋଇଥିଲେ। ତାଙ୍କୁ ଲୁହା ରଡରେ ମାଡ ମରାଯାଇଥିବା କହିଛନ୍ତି ଡା.ଡାକୁଆ। ଗୁରୁତର ଅବସ୍ଥାରେ ବିବିଏମ୍‍ସିଏଚ୍‍ର ଆଶୁ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ବଲାଙ୍ଗିର ଅତିରିକ୍ତ ଏସ୍‍ପି ମନୋରଞ୍ଜନ ପ୍ରଧାନ, ଏସ୍‍ଡିପିଓ ଶ୍ରୀମନ୍ତ ବାରିକ, ଟାଉନ୍‍ ଥାନା ଆଇଆଇସି ସଂଗ୍ରାମ କେଶରୀ ପଟ୍ଟନାୟକ ପୁଲିସ ଫୋର୍ସ ନେଇ ପହଞ୍ଚିଥିଲେ ବିବିଏମ୍‍ସିଏଚ୍‍ରେ। ସେହିପରି ଘଟଣା ସ୍ଥଳକୁ ଯାଇଥିଲେ ଉପ ଜିଲାପାଳ ସଞ୍ଜୟ କୁମାର ମିଶ୍ର। ଚିକିତ୍ସାରେ ଅବହେଳା କରିଥିବା ଡାକ୍ତର ଓ ନର୍ସଙ୍କୁ ଗିରଫ ସହ ଦୃଢ କାର୍ୟ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ମୃତକଙ୍କ ସଂପର୍କୀୟ ଓ ଆନ୍ଦୋଳନର ନେତୃତ୍ୱ ନେଉଥିବା ଦ୍ରୋଣ କୁମ୍ଭାର।

- Advertisement -

ଅନ୍ୟପଟେ କାର୍ୟ୍ୟରତ ଡାକ୍ତରଙ୍କୁ ମାରଣାନ୍ତକ ଆକ୍ରମଣ କରିଥିବା ଅଭିଯୁକ୍ତମାନଙ୍କୁ ଗିରଫ ଦାବି କରି ବଲାଙ୍ଗିର ମେଡିକାଲ କଲେଜ ଡାକ୍ତର ସଂଘ କାର୍ୟ୍ୟ ବନ୍ଦ କରିଛନ୍ତି। ଖବର ଲେଖା ହେବା ଯାଏ ଘଟଣାର କୌଣସି ସମାଧାନର ରାସ୍ତା ବାହାରି ପାରି ନାହିଁ। ଗୋଟିଏ ପଟେ ଡାକ୍ତରମାନେ ଧାରଣା ବସିବା ସହ ଅଭିଯୁକ୍ତଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନହେବା ଯାଏ ସେମାନେ ଉଠିବେ ନାହିଁ ବୋଲି ଜିଦ୍‍ରେ ଅଟଳ ରହିଛନ୍ତି। ମୃତକଙ୍କ ସଂପର୍କୀୟ ଓ ସେମାନଙ୍କ ସମର୍ଥନରେ ଆସିଥିବା ବ୍ୟକ୍ତିବିଶେଷଙ୍କ ମଧ୍ୟରେ ଅସନ୍ତୋଷର ନିଆଁ ଜଳୁଛି। ବଲାଙ୍ଗିର ଅତିରିକ୍ତ ଏସ୍‍ପି ଶ୍ରୀ ପ୍ରଧାନ କହିଛନ୍ତି ଯେ:ଘଟଣା ଉପରେ ପୁଲିସ ଦୃଷ୍ଟି ରଖିଛି। ତଦନ୍ତ ପରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେହିପରି ବଲାଙ୍ଗିର ଉପ ଜିଲାପାଳ ଶ୍ରୀ ମିଶ୍ର ଡାକ୍ତରମାନଙ୍କୁ କାର୍ୟ୍ୟ ବନ୍ଦରୁ ଓହରିବା ନେଇ ଆଲୋଚନା ଜାରି ରଖିଛନ୍ତି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories