ସରକାରୀ ବିଏସ୍ ନୋଡାଲ କ୍ଲଷ୍ଟରରେ ବିଦ୍ୟାଳୟ ପ୍ରବେଶ ପ୍ରଶିକ୍ଷଣ

ବାଙ୍କୀ:ଶୁକ୍ରବାର ଦିନ ସରକାରୀ ବିଏସ ନୋଡାଲ କ୍ଲଷ୍ଟର ଅନ୍ତର୍ଗତ ୧୩ଟି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଉତ୍ସର୍ଗୀକୃତ ଶିକ୍ଷକ ମାନେ ଏକଦିବସୀୟ ବିଦ୍ୟାଳୟ ପ୍ରବେଶ ପ୍ରଶିକ୍ଷଣ ଗ୍ରହଣ କରିଛନ୍ତି। ସିଂହନାଥପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ସଞ୍ଚାଳିତ ପ୍ରଶିକ୍ଷଣ ଶିବିରକୁ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଅଶୋକ କୁମାର ପଟ୍ଟନାୟକ ପ୍ରଦୀପ ଜାଳି ପ୍ରଶିକ୍ଷଣର ଉଦଘାଟନ କରିଥିଲେ। ପ୍ରଧାନ ଶିକ୍ଷକ କାର୍ତ୍ତିକ ବେହେରାଙ୍କ ପରିଚାଳନାରେ ସଞ୍ଚାଳିତ କାର୍ଯ୍ୟକ୍ରମରେ ଅନ୍ୟତମ ସମ୍ମାନୀତ ଅତିଥି ଭାବରେ ସିଆରସିସି ଦାଶରଥି ପରିଡା, ସମାଜସେବୀ ଗୌରାଙ୍ଗ ବେହେରା ପ୍ରମୁଖ ଯୋଗଦେଇଥିଲେ। ପ୍ରଶିକ୍ଷକ ତପନ କୁମାର ରାମ ଓ ପ୍ରଶାନ୍ତ କୁମାର ସାହୁ ଉପସ୍ଥିତ ପ୍ରଧାନ ଶିକ୍ଷକ ଓ ଉତ୍ସର୍ଗୀକୃତ ଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ। ଜାତୀୟ ଶିକ୍ଷାନୀତି-୨୦୨୦ ଆଧାରିତ ପ୍ରଥାମିକସ୍ତରୀୟ ବିଦ୍ୟାର୍ଥିଙ୍କ ଗୁଣାତ୍ମକ ଶିକ୍ଷାର ବିକାଶ ନିମନ୍ତେ ନିପୁଣ ଭାରତ ମିଶନ ପ୍ରତିଷ୍ଠାନ ଦ୍ୱାରା ପ୍ରଯୋଜିତ ବିଦ୍ୟାଳୟ ପ୍ରବେଶ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ ପ୍ରଶିକ୍ଷଣର ଆୟୋଜନ ବୋଲି ଆଲୋକପାତ କରାଯାଇଥିଲା। ୧ମ,୨ୟ ଓ ୩ୟ ଶ୍ରେଣୀ ବିଦ୍ୟାର୍ଥିଙ୍କୁ କୌଶଳ କ୍ରମରେ ମୌଳିକ ଦକ୍ଷତା ତଥା ଭାଷା ଜ୍ଞାନ ଓ ସଂଖ୍ୟା ଜ୍ଞାନ ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ଲକ ଶିକ୍ଷାଧିକାରୀ ନରେନ୍ଦ୍ର ବେହେରା,ପୂର୍ବତନ ବିଆରସିସି ଗଦାଧର ପ୍ରଧାନ, ବରିଷ୍ଠ କିରାଣି ସଞ୍ଜୟ ପ୍ରଧାନ ପ୍ରମୁଖ ଯୋଗଦେଇ ବିଦ୍ୟାଳୟ ପ୍ରବେଶ ପ୍ରଶିକ୍ଷଣର ବୌଦ୍ଧିକ ଘାନ କୌଶଳ ସମ୍ପର୍କରେ ଆଲୋଚନା କରି ଥିଲେ।

kalyan agarbati

Comments are closed.