ବାଙ୍କୀ: ବାଙ୍କୀ ସହର ସ୍ଥିତ ପଙ୍କଜିନୀ ବିକାଶ ପରିଷଦ ଆନୁକୂଲ୍ୟରେ ଶନିବାର ଦିନ ନିର୍ମାଣ ଶ୍ରମିକଙ୍କୁ ଶ୍ରମିକ ପରିଚୟ ପତ୍ର ଓ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ ଯୋଗଦେଇ ଶ୍ରମିକ ମାନଙ୍କୁ କାର୍ଡ ଓ କମ୍ବଳ ବଣ୍ଟନ କରିଛନ୍ତି। ପଙ୍କଜିନୀ ପ୍ରତିଭା ବିକାଶ ପରିଷଦ ଓ ତ୍ରିଶକ୍ତି ରାଜମିସ୍ତ୍ରୀ ସଂଘ ଆନୁକୂଲ୍ୟରେ ସଞ୍ଚାଳିତ କାର୍ଯ୍ୟକ୍ରମ ପରିଚାଳନା ସଭାପତି ଜୟକୃଷ୍ଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ବେଳେ କାର୍ଯ୍ୟକର୍ତ୍ତା ଜାମିନୀକାନ୍ତ ମହାପାତ୍ର କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବରେ ବାଙ୍କୀ କେନ୍ଦ୍ର ସମାବାୟ ବ୍ୟାଙ୍କର ପୂର୍ବତନ ସଭାପତି ସୁବାଷ ପାଢୀ ଓ ରଣପୁର ଗ୍ରାମର ମୁରବୀ କାଶିନାଥ ସେଠୀ,ସାମ୍ବାଦିକ ସମରେନ୍ଦ୍ର ମହାପାତ୍ର ଓ ସନ୍ତୋଷ ରଣା ପ୍ରମୁଖ ପଙ୍କଜିନୀ ପ୍ରତିଭା ବିକାଶ ପରିଷଦର ସାମାଜିକ କାର୍ଯ୍ୟକ୍ରମର ସମ୍ପୃକ୍ତି ସମ୍ପର୍କରେ ଆଲୋକାପତ କରିଥିଲେ। ତ୍ରିଶକ୍ତି ରାଜମିସ୍ତ୍ରୀ ସଂଘର ବରିଷ୍ଠ ନେତା ଶ୍ରୀ ଖଟୁଆ ଉପସ୍ଥିତ ଥିଲେ।
Popular Categories



