www.samajalive.in
Friday, December 12, 2025
16.1 C
Bhubaneswar

ବାଙ୍କୀ ଏନଏସି ଉପାଧ୍ୟକ୍ଷ ଭାବେ ସନ୍ତୋଷ ରଣା ନିର୍ଦ୍ବନ୍ଦ୍ବରେ ନିର୍ବାଚିତ

ବାଙ୍କୀ: ବାଙ୍କୀ ଏନଏସି ଉପାଧ୍ୟକ୍ଷ ନିର୍ବାଚନ ଗୁରୁବାର ଏନଏସି ସମ୍ମିଳନୀ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି। ଏହି ନିର୍ବାଚନ ପ୍ରକ୍ରୀୟାରେ ନବ ନିର୍ବାଚିତ ୧୭ଜଣ ପାରିଷଦଙ୍କ ମଧ୍ୟରୁ ୧୧ଜଣ ଉପସ୍ଥିତ ରହିଥିଲେ। ଉପାଧ୍ୟକ୍ଷ ପଦବୀ ପାଇଁ ବିଜୁ ଜନତା ଦଳର ୧୧ନଂ ୱାର୍ଡର ପାରିଷଦ ସନ୍ତୋଷ ରଣା ନିଜର ନାମାଙ୍କନ ପତ୍ର ନିର୍ବାଚନ ଅଧିକାରୀ ବାଙ୍କୀ ତହସିଲଦାର ସତ୍ୟରଞ୍ଜନ ପଣ୍ଡାଙ୍କ ନିକଟରେ ଦାଖଲ କରିଥିଲେ। ନିର୍ଦ୍ଧାରିତ ସମୟ ମଧ୍ୟରେ ଅନ୍ୟ କୌଣସି ପାରିଷଦ ଉପାଧ୍ୟକ୍ଷ ପଦ ପାଇଁ ନାମାଙ୍କନପତ୍ର ଦାଖଲ କରିନଥିଲେ। ନିର୍ବାଚନର ନିୟମ ଅନୁଯାୟୀ ସଠିକ ସମୟରେ ନିର୍ବାଚନ ଅଧିକାରୀ ସନ୍ତୋଷ ରଣାଙ୍କର ପ୍ରାର୍ଥିପତ୍ର ଯାଞ୍ଚ କରି ତାଙ୍କୁ ନିର୍ଦ୍ବନ୍ଦ୍ବରେ ଉପାଧ୍ୟକ୍ଷ ପଦ ପାଇଁ ବିଜୟୀ ଘୋଷଣା କରିଥିଲେ। ଏହି ସମୟରେ ବାଙ୍କୀ ଏନଏସିର ନିର୍ବାହୀ ଅଧିକାରୀ ଯୋଗେଶ୍ୱର ନାୟକ, କଳ୍ପତରୁ ପଣ୍ଡା ଏବଂ ବାଙ୍କୀ ଏନଏସିର ନବ ନିର୍ବାଚିତ ଅଧ୍ୟକ୍ଷା ମାଣିକ ସାହୁ ଉପସ୍ଥିତ ଥିଲେ। ବିଜୁ ଜନତା ଦଳର ୧୧ନଂ ୱାର୍ଡର ପାରିଷଦ ନିର୍ଦ୍ବନ୍ଦ୍ବରେ ଉପାଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଥିବାରୁ ତାଙ୍କୁ ଫୁଲତୋଡା ଦେଇ ସ୍ୱାଗତ କରିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories