www.samajalive.in
Thursday, December 11, 2025
15.1 C
Bhubaneswar

ବିଶ୍ୱ ବ୍ୟାଙ୍କ ସଚିବଙ୍କ ମହାନଦୀ ପୋଲ ନିର୍ମାଣକାର୍ଯ୍ୟ ପରିଦର୍ଶନ, ଏପ୍ରିଲ ସୁଦ୍ଧା କାମ ସାରିବାକୁ ନିର୍ଦେଶ

ହରଭଙ୍ଗା: ହରଭଙ୍ଗା ବ୍ଲକ ଖରଶଙ୍କୁଲେଇ ଠାରେ ମହାନଦୀ ଉପରେ ନିର୍ମାଣଧିନଥିବା ଧଳପୁର-ଆଠମଲ୍ଲିକ ସେତୁ ନିର୍ମାଣକାର୍ଯ୍ୟ ପରିଦର୍ଶନ ପାଇଁ ବୁଧବାର ବିଶ୍ୱ ବ୍ୟାଙ୍କ ସ୍ୱତନ୍ତ୍ର ସଚିବ ମନୋରଞନ ମିଶ୍ର ଓ ବିଶ୍ୱ ବ୍ୟାଙ୍କ ମୁଖ୍ୟ ଯନ୍ତ୍ରୀ ପହଞ୍ଚିଥିଲେ। ସେତୁ ଉପରକୁ ଯାଇ ଓାରିଂକୋଟ୍, ହ୍ୟାଣ୍ଡରେଲିଂ, ପଥରପ୍ୟାକିଂ କାର୍ଯ୍ୟ ତଦାରଖ କରିବା ସହ ଆସନ୍ତା ଏପ୍ରିଲ ସୁଦ୍ଧା ସେତୁ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଠିକାସଂସ୍ଥାକୁ ନିର୍ଦେଶ ଦେଇଥିଲେ। ବିଶ୍ୱ ବ୍ୟାଙ୍କ ମୁଖ୍ୟ ଯନ୍ତ୍ରୀ ସେତୁ କାର୍ଯ୍ୟର ମାନ ପରୀକ୍ଷା ମଧ୍ୟ କରିଥିଲେ। ସଚିବଙ୍କ ଗସ୍ତ ସମୟରେ ତାଙ୍କ ସହିତ ବିଶ୍ୱ ବ୍ୟାଙ୍କ ମୁଖ୍ୟ ଯନ୍ତ୍ରୀ, ପୂର୍ତ୍ତବିଭାଗ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ମନୋଜ କୁମାର ତ୍ରୀପାଠି, ଅଧିକ୍ଷଣ ଯନ୍ତ୍ରୀ ପ୍ରଭାତ କୁମାର ଦାସ, ସହକାରୀ ଯନ୍ତ୍ରୀ ନିରଞ୍ଜନ ଧଳ, ଠିକାସଂସ୍ଥାର ଚେୟାରମ୍ୟାନ ଚନ୍ଦ୍ରେଶ ଭାଇ ପଟେଲ, କୋଡିନେସନ ମ୍ୟାନେଜର ବଲଦେବ ଭାଇ ରବାରୀ, ଏସ.ଏମ କନସଲଟାଣ୍ଟ ସଞୟ ମହାପାତ୍ର ପ୍ରମୁଖ ସାମିଲ ଥିଲେ। ସୂଚନା ଥାଉ କି ୨୦୧୯ରୁ ମହାନଦୀ ଉପରେ ଧଳପୁର-ଆଠମଲ୍ଲିକ ସେତୁ ନିର୍ମାଣକାର୍ଯ୍ୟ ଚାଲୁରହିଛି। ସେତୁ କାର୍ଯ୍ୟ ଦୁଇବର୍ଷ ବିଳମ୍ବ ହୋଇଥିବାବେଳେ ବର୍ତ୍ତମାନ ଏହାର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଉତ୍ତରଓଡିଶା-ପଶ୍ଚିମ ଓଡିଶା ଏବଂ ଦକ୍ଷିଣ ଓଡିଶାକୁ ସଂଯୋଗ ପାଇଁ ଧଳପୁର-ଆଠମଲ୍ଲିକ ସେତୁ ଅନେକ ଗୁରୁ୍ତ୍ୱ ରଖୁଥିବାରୁ ସେତୁକାର୍ଯ୍ୟ ତୁରନ୍ତ ସମ୍ପୂର୍ଣ୍ଣ ପାଇଁ ସବୁମହଲରୁ ଦାବୀହେଉଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories