ଜି.ଉଦୟଗିରି : ଶାସକ ବିଜୁ ଜନତାଦଳ ଜି.ଉଦୟଗିରି ଏନଏସିର ଉପାଧ୍ୟକ୍ଷ ପଦ ହାତେଇଛି। ୧୩ ଓ୍ବାର୍ଡ ବିଶିଷ୍ଟ ଜି.ଉଦୟଗିରି ବିଜ୍ଞପିତ ଅଞ୍ଚଳ ପରିଷଦରେ ଶାସକ ବିଜେଡି ପାଖରେ ମ୍ୟାଜିକ ନମ୍ବର ଥିଲା। ଗୁରୁବାର ୧ନଂ ଓ୍ବାର୍ଡ କାଉନସିଲର ସନ୍ତୋଷ ବାଗ୍ ନାମାଙ୍କନ ପତ୍ର ଦାଖଲ କରିଥିଲେ। ବିଜେଡିର ୬ନଂ ଓ୍ବାର୍ଡ ସଭ୍ୟ ଲେକଚରର ବୁଲିଆନ ଓ ୮ନଂ ଓ୍ବାର୍ଡ ସଭ୍ୟ ଜାକେଶ ପ୍ରଧାନ ପ୍ରସ୍ତାବକ ଓ ୫ନଂ ସ୍ବାଧିନ ଓ୍ବାର୍ଡ ସଭ୍ୟ ପି.ସଞ୍ଜୀବ କୁମାର ପାତ୍ର ତାଙ୍କର ସମର୍ଥକ ଥିଲେ।
ଅପର ପକ୍ଷେ ବିଜେପରି ୧୦ନଂ ଓ୍ବାର୍ଡ କାଉନସିଲର କୁନ୍ତିମା ମଲ୍ଲିକ ମଧ୍ୟ ଉପାଧ୍ୟକ୍ଷ ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିଲେ । ତେବେ ଶାସକ ବିଜେଡି ପାଖରେ ମ୍ୟାଜିକ ସଂଖ୍ୟା ଥିଲେ ମଧ୍ୟ ଜଣେ ବିଜେପି, ଜଣେ କଂଗ୍ରେସ ଓ ଜଣେ ସ୍ବାଧୀନ କାଉନସିଲରଙ୍କ ଭୋଟକୁ ମିଶାଇ ମୋଟ ୧୦ଟି ଭୋଟ ପାଇ ସନ୍ତୋଷ ବାଗ୍ ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ବିଜେପିର କୁନ୍ତିମା ମଲ୍ଲିକ ମାତ୍ର ୩ଟି ଭୋଟ ପାଇଥିଲେ।



