www.samajalive.in
Saturday, December 6, 2025
23.1 C
Bhubaneswar

ବାଙ୍କୀ ମହୋତ୍ସବ ଉଦ୍‌ଯାପିତ : ସାମ୍ବାଦିକ ମାନସ ସାହୁ ବାଙ୍କୀ ଗୌରବରେ ସମ୍ମାନୀତ

କଳାପଥର : ସୋମବାର ସନ୍ଧ୍ୟାରେ ବାଙ୍କୀ ମହୋତ୍ସବ ଉଦଯାପିତ ହୋଇଛି। ଗତ ୧୭ ତାରିଖଠାରୁ ଆରମ୍ଭ ହୋଇଥିବା ଏହି ମହୋତ୍ସବରେ  କଟକ ଜିଲ୍ଲାପରିଷଦ ସଭାପତି କିଶୋର ଚନ୍ଦ୍ର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସଂସ୍କତି, ସାହିତ୍ୟ , ସାମାଜିକ ସଂସ୍କାର ଆଦି କ୍ଷେତ୍ରରେ ବାଙ୍କୀର ଅବଦାନ ଅନନ୍ୟ ଓ ସ୍ୱତନ୍ତ୍ର ବୋଲି କହିଥିଲେ । ବାଙ୍କୀ ମହୋତ୍ସବ ଏହି ଅଞ୍ଚଳର ଲୁକାୟିତ ପ୍ରତିଭାମାନଙ୍କୁ ଲୋକଲୋଚନକୁ ଆଣିବା ସହ ଏହାର ରୁଦ୍ଧିମନ୍ତ, ଐତିହ୍ୟ ଓ ପରମ୍ପରା ସଂପର୍କରେ ଭବିଷ୍ୟତ ପିଢୀକୁ ଅବଗତ କରାଇବାରେ ସହାୟକ ହେବ । ମୁଖ୍ୟବକ୍ତା ଭାବେ ସ୍ତମ୍ଭକାର ଡକ୍ଟର ସତ୍ୟ ରାୟ ଯୋଗଦେଇ କହିଥିଲେ କଳା, ସଂସ୍କୃତି ଓ ପରମ୍ପରା ସହିତ ମଣିଷ ଅଙ୍ଗାଅଙ୍ଗି ଭାବେ ଜଡିତ ।  ଦୀର୍ଘ ୫ଦିନ ଧରି ଚାଲିଥିବା ଏହି ମହୋତ୍ସବ ଶାନ୍ତି ଶୃଙ୍ଖଳାରେ ଶେଷ ହୋଇଥିବାରୁ ସେ ବାଙ୍କୀବାସୀଙ୍କୁ ଧନ୍ୟବାଦ ଜଣାଇଥିଲେ ।  ସମ୍ମାନିତ ଅତିଥି ଭାବେ  ସିନେକଳାକାର ଶ୍ରୀତମ ଦାଶ, ଜିଲ୍ଲା ପରିଷଦ ସଦସ୍ୟା ମିନତୀ ମହାପାତ୍ର, ମହୋତ୍ସବ ସଂପାଦକ ଶ୍ରୀନିବାସ ବେହେରା, ବଣିକ ମହାସଂଘ ସଭାପତି ପ୍ରତାପ ଚନ୍ଦ୍ର ମହାପାତ୍ର ପ୍ରମୂଖ ଯୋଗଦେଇ ଉଦ୍‌ବୋଧନ ଦେଇଥିଲେ ।  ବାଙ୍କୀ ବ୍ଲକ କଳାପଥର  ‘ସମାଜ’ ସାମ୍ବାଦିକ ମାନସ ରଞ୍ଜନ ସାହୁଙ୍କୁ ବାଙ୍କୀ ଗୌରବ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories