www.samajalive.in
Friday, December 12, 2025
14.1 C
Bhubaneswar

୬୧ ଲକ୍ଷ ଟଙ୍କା ଲୁଟ୍‍ ଘଟଣାର ପର୍ଦ୍ଦାଫାସ, ୫ଗିରଫ

କଳାପଥର(ବାଙ୍କୀ) : ଗତ ୮ ତାରିଖ ଗୁରୁବାର ଅପରାହ୍ନ ସାଢେ ୧ଟା ସମୟରେ ବାଘମାରି-କଳାପଥର ରାଜ୍ୟ ରାଜପଥର ଗେଡିଆପଲ୍ଲୀ ନିକଟରୁ ୬୧ ଲକ୍ଷ ଟଙ୍କା ଲୁଟ୍‍ ହୋଇଥିବା ଘଟଣାର ପୁଲିସ୍‍ ପର୍ଦ୍ଦାଫାସ କରିଛି। ଏହି ଘଟଣାର ମାଷ୍ଟର ମାଇଣ୍ଡ ବୋଲି କୁହାଯାଉଥିବା ରେଡିଆଣ୍ଟ କ୍ୟାସ ମ୍ୟାନେଜମେଣ୍ଟ ନାମକ ଏକ ଠିକା ସଂସ୍ଥାର କର୍ମଚାରୀ ତଥା ଅଭିଯୋଗକାରୀ ବୈଦ୍ୟେଶ୍ୱର ଥାନା ବଡବର ଗ୍ରାମର ଶ୍ରୀକାନ୍ତ ସାହୁଙ୍କ ସମେତ ଉକ୍ତ ଗାଡିରେ ଯାଉଥିବା ବୈଦ୍ୟେଶ୍ୱର ଥାନାର ଲକ୍ଷ୍ମୀନାରାୟଣ ଖଟୁଆ ଓ ଗାଡି ଡ୍ରାଇଭର ପ୍ରଭାତ କୁମାର ବରାଡର ସମ୍ପର୍କିୟ ଶାଳକ ସୁନିଲ ମହାନ୍ତି, ସୁଧିର ମହାନ୍ତି ଓ ପପୁ ମାର୍ଥା ସମେତ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୁଇଁଚା ଗ୍ରାମର ସୁନିଲ ମହାନ୍ତି, ସୁଧିର ମହାନ୍ତିଙ୍କ ଘରୁ ୨୭ ଲକ୍ଷ ଟଙ୍କା ଜବତ ହୋଇଛି।

ଖବରଅନୁସାରେ, ଗତ ୮ ତାରିଖ ଗୁରୁବାର ଅପରାହ୍ନ ସାଢେ ୧ଟା ସମୟରେ ରେଡିିିଆଣ୍ଟ କ୍ୟାସ ମ୍ୟାନେଜମେଣ୍ଟ ନାମକ ଏକ ଠିକା ସଂସ୍ଥାର କର୍ମଚାରୀ ଶ୍ରୀକାନ୍ତ ସାହୁ, ଲକ୍ଷ୍ମୀନାରାୟଣ ଖଟୁଆ ଓ ଗାଡି ଡ୍ରାଇଭର ପ୍ରଭାତ କୁମାର ବରାଡ ବିଭିନ୍ନ ସ୍ଥାନରୁ ଟଙ୍କା ଆଦାୟକରି ଖୋର୍ଦ୍ଧା ଅଭିମ୍ୟୁଖେ ଯାଉଥିଲେ। ଗେଡିଆପଲ୍ଲୀ ନିକଟରେ ସେମାନଙ୍କ ଠାରୁ ୬୧ ଲକ୍ଷ ଟଙ୍କା ଲୁଟ୍‍ ହୋଇଥିଲା ବୋଲି ସେମାନେ ବେଗୁନିଆ ଥାନାରେ ଏତଲା ଦେଇଥିଲେ। ଉକ୍ତ ଏତଲାରେ ୬ ଜଣ ଦୃବୁତ୍ତ ୩ଟି ମଟର ସାଇକେଲରେ ଆସି ସେମାନଙ୍କ ଠାରୁ ୬୧ ଲକ୍ଷ ଟଙ୍କା ଲୁଟି ନେଇଥିଲେ ବୋଲି ଅଭିଯୋଗକାରୀ ଶ୍ରୀକାନ୍ତ ସାହୁ ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ ଭିତ୍ତିକରି ପୁଲିସ୍‍ ଗତ ୫ ଦିନ ହେଲା ତଦନ୍ତ ଚଳାଇଥିଲା। ପରେ ଅଭିଯୋଗକାରୀ ନିଜେହିଁ ଲୁଟ୍ ହୋଇଥିବା ଟଙ୍କାର ମୁଖ୍ୟ ଷଡଯନ୍ତ୍ରକାରୀ ବୋଲି ପୁଲିସ୍‍ ଜାଣିବାକୁ ପାଇଥିଲା। ପରେ ପୁଲିସ ଶ୍ରୀକାନ୍ତ ସାହୁକୁ ଥାନାକୁ ଡକାଇ ପଚାରିବାରୁ ସେ ପ୍ରକୃତ ଘଟଣାକୁ ମାନି ଯାଇଥିଲା। ପରେ ପୁଲିସ୍‍ ଗାଡିରେ ଯାଉଥିବା ଲକ୍ଷ୍ମୀନାରାୟଣ ଖଟୁଆକୁ ହେପାଜତକୁ ନେବାସହ ଗାଡିର ଡ୍ରଇଭର ପ୍ରଭାତ କୁମାର ବରାଡକୁ ମଧ୍ୟ ପୁଲିସ୍‍ ହେପାଜତକୁ ନେଇଥିଲା। ପଚରାଉଚରା ପରେ ପ୍ରଭାତ କୁମାର ବରାଡର ଦୁଇ ଶାଳକ ପୁଇଁଚା ଗ୍ରାମର ସୁନିଲ ମହାନ୍ତି, ସୁଧିର ମହାନ୍ତି ଓ ଅନ୍ୟ ଜଣେ ପପୁ ମାର୍ଥାକୁ ଗିରଫ କରିବାସହ ଉଭୟ ସୁନିଲ ମହାନ୍ତି, ସୁଧିର ମହାନ୍ତିଙ୍କ ଘରୁ ୨୭ ଲକ୍ଷ ଟଙ୍କା ଜବତ ହୋଇଛି। ଅନ୍ୟ ଟଙ୍କା ଜବତ ହୋଇପାରି ନଥିବାରୁ ପୁଲିସ୍‍ ତଦନ୍ତ ଚାଲୁ ରଖିଛି। ଅଭିଯୋଗକାରୀ ଶ୍ରୀକାନ୍ତ ସାହୁ ହିଁ ଏହି ଘଟଣାର ମୁଖ୍ୟ ଷଡଯନ୍ତ୍ରକାରୀ ବୋଲି ପୁଲିସ୍‍ ପକ୍ଷରୁ ସୂଚନା ଦିଆଯାଇଛି। ଗାଡିର ଡ୍ରାଇଭର ପ୍ରଭାତ କୁମାର ବରାଡକୁ ପୁଲିସ୍‍ ଅଟକ ରଖି ଛାଡି ଦେବାପରେ ଏବେ ପୁଣି ତାକୁ ଗିରଫ କରିବା ପାଇଁ ପୁଲିସ ଖୋଜୁଥିବା ଜଣାପଡିଛି। ଏହି ଚଢାଉ ଘଟଣାରେ କେନ୍ଦ୍ରାଞ୍ଚଳ ଆଇଜି ସୈାମେନ୍ଦ୍ର ପ୍ରୀୟଦର୍ଶୀ,ଖୋଦ୍ଧା ଏସପି ଦିପ୍ତି ରଞ୍ଜନ ରାୟ, ଏସଡିପି ଓ ଯୁଗଳ କିଶୋର ଦାସ, ବେଗୁନିଆ ଥାନା ଅଧିକାରୀ ରଶ୍ମୀରଞ୍ଜନ ସାହୁ, ବୈଦ୍ୟେଶ୍ୱର ଥାନା ଅଧିକାରୀ ସତ୍ୟନାରାୟଣ ସେନାପତିଙ୍କ ସମେତ ଅନ୍ୟାନ କର୍ମଚାରୀମାନେ ଉପସ୍ଥିତ ଥିଲେ।

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories