ବାଙ୍କୀ ୩୬ନଂ ଜିଲ୍ଲାପରିଷଦ ଜୋନ; ନିର୍ବାଚନ ମଇଦାନରେ ୪ ପ୍ରାର୍ଥିନୀ
ବାଙ୍କୀ: ବାଙ୍କୀ ନିର୍ବାଚନ ମଣ୍ଡଳୀର ୩୪ନଂ, ୩୫ନଂ, ୩୬ନଂ, ୩୭ନଂ ଓ ୩୮ନଂ ଜୋନରେ ଏବେ ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀଙ୍କ ସହିତ ସ୍ୱାଧୀନ ପ୍ରାର୍ଥୀମାନେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ମଇଦାନରେ ପ୍ରତିଦ୍ୱନ୍ଦିତା କରୁଛନ୍ତି। ପ୍ରତି ଜୋନର ଗାଁଗଣ୍ଡାରେ ଦଳୀୟ କର୍ମୀ ପ୍ରାର୍ଥୀ ମାନଙ୍କ ସହିତ ଘର ଘର ବୁଲି ନିଜ ସପକ୍ଷରେ ଭୋଟ ମାଗିବାକୁ ଗୁରୁତ୍ୱ ଦେଇ ପ୍ରଚାରକୁ ଯୋରଦାର କରିଛନ୍ତି। ଅପରପକ୍ଷେ ନିର୍ବାଚନ ନିୟମ ଅନୁଯାୟୀ ପ୍ରାର୍ଥୀମାନେ ମଧ୍ୟ ନିଜ ନିଜର ପ୍ରଚାର ଗାଡି ଗାଁ ଦାଣ୍ଡରେ ଗଡାଇ ସଂଗୀତରେ ଭୋଟରମାନଙ୍କୁ ପ୍ରଭାବିତ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ବାଙ୍କୀ ନିର୍ବାଚନ ମଣ୍ଡଳୀର ମହାନଦୀର ଉତ୍ତର ପାର୍ଶ୍ବରେ ରହିଥିବା ସରଣ୍ଡାଗଡ ଅନ୍ତର୍ଗତ ୩୬ନଂ ଜୋନର ୭ ପଞ୍ଚାୟତ ଏବେ ଉଷ୍ମତା ବଢୁଛି। ଓସ୍ତିଆ, ରତାଗଡ, ବାଉଁଶପୁଟ, ବନ୍ଦାଳ, କନ୍ତପହଁରା, ସୁବର୍ଣ୍ଣପୁର, କଦଳୀବାଡି ଆଦି ପଞ୍ଚାୟତର ୧୦୭ଟି ୱାର୍ଡର ୨୭ହଜାର ୮୧୮ଜଣ ଭୋଟର ପେବୃୟାରୀ ୨୪ତାରିଖ ଦିନ ନିଜର ଯୋଗ୍ୟ ପ୍ରାର୍ଥୀ ଚୟନରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ। ଚଳିତ ବର୍ଷ ଜାତୀୟ କଂଗ୍ରେସ ଜିଲ୍ଲାପରିଷଦ ପ୍ରାର୍ଥୀ ଭାବରେ ସୁବର୍ଣ୍ଣପୁର ଗ୍ରାମର ଗୀତାଞ୍ଜଳୀ ପଣ୍ଡା,ବିଜୁ ଜନତା ଦଳର ପ୍ରାର୍ଥୀ ଭାବରେ ସୁବର୍ଣ୍ଣପୁର ଗ୍ରାମର ରଶ୍ମିରେଖା ପଣ୍ଡା,ଭାରତୀୟ ଜନତା ପାର୍ଟୀ ଦଳରୁ ମାଳବିହାରପୁର ଗ୍ରାମର ସୁଭଦ୍ରା ଜେନା ଜିଲ୍ଲାପରିଷଦ ପ୍ରାର୍ଥିନୀ ଭାବରେ ପ୍ରତିଦ୍ୱନ୍ଦିତା କରୁଥିଲା ବେଳେ ଏହି ଜୋନରେ ବନ୍ଦାଳ ପଞ୍ଚାୟତ ଅଧିନ ବରପାଟଣା ଗ୍ରାମର ପ୍ରବାସିନୀ ବେଉରା ସ୍ୱାଧୀନ ପ୍ରାର୍ଥିନୀ ଭାବରେ ପ୍ରତିଦ୍ୱନ୍ଦିତା ଲଢୁଛନ୍ତି।
ସ୍ଥାନୀୟ ରାଜନୈତିକ ପୁରୁଖା ବିଷାରଦଙ୍କ ସୂଚନା ଅନୁଯାୟୀ ଗତ ନିର୍ବାଚନ ପରି ଚଳିତ ନିର୍ବାଚନରେ ବିଜୁ ଜନତା ଦଳ ସପକ୍ଷରେ ମତଦାତା ଭାବ ପ୍ରକାଶ କରୁଥିବା ଶୁଣାଯାଉଛି। ସୂଚନା ଅନୁଯାୟୀ, ଓସ୍ତିଆ ପଞ୍ଚାୟତର ୧୫ଟିୱାର୍ଡରେ ୧୯୨୬ଜଣ ପୁରୁଷ ଓ ୧୬୬୮ଜଣ ମହିଳା, ରତାଗଡ ପଞ୍ଚାୟତରେ ୧୨ଟି ୱାର୍ଡରୁ ୧୭୬୯ଜଣ ପୁରୁଷ ଓ ୧୫୫୫ଜଣ ମହିଳା, ବାଉଁଶପୁଟ ପଞ୍ଚାୟତର ୧୭ଟି ୱାର୍ଡରୁ ୨୦୪୪ ପୁରୁଷ ଓ ୧୮୯୬ଜଣ ମହିଳା, ବନ୍ଦାଳ ପଞ୍ଚାୟତର ୧୮ଟି ୱାର୍ଡରୁ ୨୦୫୮ଜଣ ପୁରୁଷ ଓ ୧୮୭୩ଜଣ ମହିଳା, କନ୍ତପହଁରା ପଞ୍ଚାୟତରେ ୧୮ଟି ୱାର୍ଡରୁ ୨୯୩୦ପୁରୁଷ ଓ ୨୭୦୯ମହିଳା, ସୁବର୍ଣ୍ଣପୁର ପଞ୍ଚାୟତର ୧୨ଟି ୱାର୍ଡରୁ ୧୮୪୭ ପୁରୁଷ ଓ ୧୭୬୨ଜଣ ମହିଳା ଏବଂ କଦଳୀବାଡି ପଞ୍ଚାୟତର ୧୫ଟି ୱାର୍ଡରୁ ୧୯୪୨ପୁରୁଷ ଓ ୧୮୪୫ଜଣ ମହିଳା ଭୋଟର ନିଜର ମତଦାନ ସାବସ୍ତ୍ୟ କରିବେ। ୩୬ନଂ ଜୋନର ସମସ୍ତ ପ୍ରାର୍ଥିନୀମାନେ ପ୍ରଥମ କରି ନିର୍ବାଚନ ମଇଦାନକୁ ଓହ୍ଲାଇ ଭୋଟ ଭିକ୍ଷା କରୁଛନ୍ତି। ସେହିପରି ବିଜୁ ଜନତା ଦଳ ପ୍ରାର୍ଥିନୀ ରଶ୍ମିରେଖା ପଣ୍ଡା, କଂଗ୍ରେସ ଦଳ ପ୍ରାର୍ଥିନୀ ଗୀତାଞ୍ଜଳୀ ପଣ୍ଡା, ବିଜେପି ପ୍ରାର୍ଥିନୀ ସୁଭଦ୍ରା ଜେନାଙ୍କ ପାଇଁ ସ୍ଥାନୀୟ ଦଳୀୟ ନେତା ପ୍ରଚାର କାର୍ଯ୍ୟରେ ବାହାରି ଭୋଟ ମାଗୁଛନ୍ତି। ସୂଚନା ଅନୁଯାୟୀ ଗତ ୨୦୧୭ପଞ୍ଚାୟତ ନିର୍ବାଚନରେ ୩୬ନଂ ଜିଲ୍ଲାପରିଷଦ ସଦସ୍ୟ ମାନସ କୁମାର ମହାପାତ୍ର ବିଜୁ ଜନତା ଦଳରୁ ବିଜୟ ଲାଭ କରି ତାଙ୍କର ନିକଟତମ କଂଗ୍ରେସ ପ୍ରତିଦ୍ୱନ୍ଦୀ ଶ୍ରୀନିବାସ ମହାପାତ୍ରଙ୍କୁ ୪ହଜାର ୨୭ଖଣ୍ଡ ଭୋଟରେ ପରାସ୍ତ କରି ସରଣ୍ଡା ଜୋନରେ ବିଜେଡିର ପତିଆରା ଜାହିର କରିଥିଲେ।
Comments are closed.