www.samajalive.in
Thursday, December 11, 2025
27.1 C
Bhubaneswar

ବାଆଁରା ଗ୍ରାମରେ ଭକ୍ତି, ଜ୍ଞାନ ଓ କର୍ମଯୋଗ ସମ୍ପର୍କିତ ଆଧ୍ୟାତ୍ମିକ ଆଲୋଚନା

ବାଙ୍କୀ: ବାଙ୍କୀ-ଡମପଡା ବ୍ଲକ ଅନ୍ତର୍ଗତ ବାଆଁରା ସ୍ଥିତ ଧୂଳିଆ ଷଣ୍ଢ ମନ୍ଦିର ପରିଷରରେ ରବିବାର ଏକ ଆଧ୍ୟାତ୍ମିକ ଆଲୋଚନା ଅନୁଷ୍ଠିତ ହୋଇଯାଇଛି। ଆଧ୍ୟାତ୍ମିକ ଗୁରୁ ସ୍ୱାମୀ ଆଦ୍ୟାନନ୍ଦ ସରସ୍ୱତୀ ଗ୍ରାମବାସୀମାନଙ୍କୁ ଭକ୍ତି, ଜ୍ଞାନ ଓ କର୍ମଯୋଗ ମଧ୍ୟରେ ସମନ୍ୱୟ ପ୍ରତିଷ୍ଠା ଏବଂ ପ୍ରତ୍ୟେକ ବ୍ୟକ୍ତି ଜନସେବାକୁ ନିଜର ଜୀବନର ଏକ ବ୍ରତ ରୂପେ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ। ମଣିଷ ସଂକୀର୍ଣ୍ଣ ଜାତିଆଣ ମନୋଭାବଠାରୁ ଊର୍ଦ୍ଧ୍ବରେ ରହି ମାନବିକତା ଉପରେ ଗୁରୁତ୍ୱ ପ୍ରଦାନ କରିବା ପାଇଁ ଆହ୍ୱାନ ଦେଇଥିଲେ। ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ସତ୍ୟରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସିବଶକ୍ତି ସିଦ୍ଧ ଯୋଗ ଆଶ୍ରମର ସଭାପତି ଇଂ. ଶଷୀଭୂଷଣ ସ୍ୱାଇଁ, ଇଂ. ତୁଷାରକାନ୍ତି ରାୟ, ଡକ୍ଟର ସରୋଜ ସ୍ୱାଇଁ ପ୍ରମୁଖ ଯୋଗଦେଇଥିଲେ। ସ୍ଥାନୀୟ ସମାଜସେବୀ ଗୌରାଙ୍ଗ ରାଉତ ସ୍ୱାଗତ ଭାଷଣ ଦେଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଆଶ୍ରମ ପକ୍ଷରୁ ଗରୀବ ବ୍ୟକ୍ତି ବିଶେଷଙ୍କୁ ନୂତନ ବସ୍ତ୍ର ଓ ମିଷ୍ଟାନ୍ନ ବଣ୍ଟନ କରାଯାଇଛି।

Hot this week

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

ଗୋଆ ଅଗ୍ନିକାଣ୍ଡ : ମାଲିକ ଲୁଥ୍ରା ଭ୍ରାତାଙ୍କୁ ଅଟକ ରଖିଛି ଥାଇଲାଣ୍ଡ ପୁଲିସ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories