www.samajalive.in
Wednesday, December 10, 2025
17.1 C
Bhubaneswar

ସୁସ୍ଥ ଜୀବନ ଓ ସୁସ୍ଥ ଭାରତ ସମ୍ପର୍କିତ ଯୁବ ତାଲିମ

ବାଙ୍କୀ: ବାଙ୍କୀ ବିଜ୍ଞାପିତ କ୍ଷେତ୍ର ପରିଷଦ ଅନ୍ତର୍ଗତ ଶିକ୍ଷକ ଭବନଠାରେ କଟକ ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ସଂଗଠନ ପକ୍ଷରୁ ଏକଦିବସୀୟ ଯୁବ ତାଲିମ ଶିବିର ରବିବାର ଅନୁଷ୍ଠିତ ହୋଇଯାଇଛି। ସ୍ୱେଚ୍ଛାସେବୀ ଅନୁଷ୍ଠାନ ବାଙ୍କୀ ଆଞ୍ଚଳିକ ଆଦିବାସୀ ହରିଜନ କଲ୍ୟାଣ ପରିଷଦ ପରିଚାଳନାରେ ଅନୁଷ୍ଠିତ ଶିବିରରେ ସୁସ୍ଥ ଜୀବନ ଓ ସୁସ୍ଥ ଭାରତ ଗଠନ ସମ୍ପର୍କରେ ଗ୍ରାମାଞ୍ଚଳର ଯୁବକ ଯୁବତୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ଆଦର୍ଶ ଦେଶ ଗଠନରେ ଯୁବକ ଯୁବତୀ ମାନଙ୍କର ସକରାତ୍ମକ ଚିନ୍ତାଧାରା ବିକାଶଶୀଳ ରାଷ୍ଟ୍ର ପାଇଁ ଏକ ଆହ୍ୱାନ ବୋଲି ଉପସ୍ଥିତ ଅତିଥି ମାନେ ପରାମର୍ଶ ଦେଇଛନ୍ତି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଅବସରପ୍ରାପ୍ତ ଚିକିତ୍ସକ ଡାକ୍ତର କୈଳାସ ଚନ୍ଦ୍ର ରଥ, ମୁଖ୍ୟ ବକ୍ତା ଡାକ୍ତର ପଦ୍ମ ଲୋଚନ ପଣ୍ଡା, ସମ୍ମାନିତ ଅତିଥି ଚିତରଞ୍ଜନ ରଣା, ଶିକ୍ଷୟିତ୍ରୀ ମୋନାଲିସା ପ୍ରିୟଦର୍ଶିନୀ ନନ୍ଦ, ସମାଜସେବୀ ଅକ୍ଷୟ କୁମାର ସାମଲ ପ୍ରମୁଖ ଶିବିରରେ ଶିବିରାର୍ଥୀମାନଙ୍କୁ ଉତ୍ସାହ ଜନକ ଆଲୋଚନା ପ୍ରଦାନ କରିଥିଲେ। ସମ୍ପାଦକ କେଶବ ଚନ୍ଦ୍ର ବେହେରାଙ୍କର ପରିଚାଳନାରେ ସଞ୍ଚାଳିତ କାର୍ଯ୍ୟକ୍ରମରେ ରାକେଶ କୁମାର ବେହେରା, ଗୀତାଞ୍ଜଳି ନାୟକ, ଗୋବିନ୍ଦ ଚନ୍ଦ୍ର ଦାସ, ସନ୍ତୋଷ କୁମାର ନାୟକ ପ୍ରମୁଖ ସହଯୋଗ କରିଥିଲେ। ଯୁବ ଶକ୍ତିଙ୍କୁ ସତେଜ ଓ ପ୍ରଭାବିତ କରିବା ପାଇଁ ଯୋଗଗୁରୁ ଅର୍ଘ୍ୟରୂପା ସାମନ୍ତରାୟ ବହୁ ଯୋଗାସନ ପ୍ରଦର୍ଶନ କରି ଶରୀରକୁ ସୁସ୍ଥ ରଖିବା ପାଇଁ ଯୋଗର ଗୁରୁତ୍ୱ ଥିବା ଆଲୋକପାତ କରିଛନ୍ତି। କାର୍ଯ୍ୟକ୍ରମରେ ନେହେରୁ ଯୁବ ସଂଗଠନ ଯୁବ ନିର୍ଦ୍ଦେଶକ ଅଶୋକ ଦାସ ଉପସ୍ଥିତ ରହି ଦିଗ୍‍ଦର୍ଶନ ପ୍ରଦାନ କରିଥିବା ସମ୍ପାଦକ ସୂଚନା ଦେଇଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories