ମହାପର୍ବତ ସାହିତ୍ୟ ସଂସଦ ’ଶଙ୍ଖନାଦ’ର ବାର୍ଷିକ ସାରସ୍ୱତ ସମ୍ମିଳନୀ

ବାଙ୍କୀ: ପ୍ରତିବର୍ଷ ପରି ଚଳିତବର୍ଷ ରବିବାର ଦିନ ବାଙ୍କୀ-ଡମପଡା ବ୍ଲକ ଅନ୍ତର୍ଗତ ଢଁସର ଗ୍ରାମ ସ୍ଥିତ ମହାପର୍ବତ ସାହିତ୍ୟ ସଂସଦର ୧୬ତମ ରାଜ୍ୟସ୍ତରୀୟ କବି ଓ ଲେଖକ ସମ୍ମିଳନୀ ତଥା ସାରସ୍ୱତ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସମ୍ପାଦକ ବସନ୍ତ କୁମାର ସାହୁଙ୍କ ଆବହକ ତଥା ପରିଚାଳନାରେ ଏହି ରାଜ୍ୟସ୍ତରୀୟ କବି ଓ ଲେଖକ ସମାବେଶ ସ୍ଥାନୀୟ ବେଲାବଳୀ ଠାକୁରାଣୀ ପୀଠରେ ଅନୁଷ୍ଠିତ ହୋଇଛି। କବି ନାରାୟଣ ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସାରସ୍ୱତ କାର୍ଯ୍ୟକ୍ରମରେ ଅଧ୍ୟାପକ ମନୋଜ ମହାପାତ୍ର, ଶିକ୍ଷକ ଗୋବିନ୍ଦ ତ୍ରିପାଠୀ, ସାରସ୍ୱତ ସାଧକ ପବନୀ ଜେନା, ଅଭିନେତା ରବିନ୍ଦ୍ର ମଲ୍ଲିକ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଗ୍ରାମାଞ୍ଚଳରୁ ହିଁ କବି ମନର ଭାବବିହ୍ୱଳତା ପ୍ରସାରିତ ହୋଇ କ୍ରମେ ସାରସ୍ୱତ ସାଧନାର ପରିପ୍ରକାଶରେ ସାସ୍ୱତ ରୂପ ନେଇଥିବା ସାହିତ୍ୟ ହିଁ ସୃଷ୍ଟିର ପରିପକ୍ୱତା ଆଣିଥାଏ ବୋଲି ପ୍ରକାଶ କରିଥିଲେ। ଏହି ଅବସରରେ ଅନୁଷ୍ଠାନର ମୁଖପାତ୍ର ଶଙ୍ଖନାଦ ପତ୍ରିକାର ଶୁଭ ଉନ୍ମୋଚନ ଅତିଥିମାନଙ୍କ ଦ୍ୱାରା କରାଯାଇଥିଲା। ଉତ୍ସବ ଅବସରରେ କବି ମାନଙ୍କ ଦ୍ୱାରା ସ୍ୱରଚିତ କବିତା ପାଠ ସଂଯୋଜକ ମାନସ ରଂଜନ ପଟ୍ଟନାୟକଙ୍କ ସଂଯୋଜନା ଓ ପରିଚାଳନାରେ କରାଯାଇଥିଲା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ ସଂଗୀତ ପରିବେଷଣ ସ୍ଥାନୀୟ କଳାକାର ମାନେ ପ୍ରଦର୍ଶନ କରିଥିଲେ। କଳାକାର ସୁଦର୍ଶନ ସାହୁ, କବୟିତ୍ରୀ ସକୁନ୍ତଳା ମଲ୍ଲିକ, ବାନାମ୍ବର ସ୍ୱାଇଁ, ପ୍ରୀତିରଂଜନ ପଣ୍ଡା, ବିନୋଦ ରାଉତ, ଦିଗବିଜୟ ସ୍ୱାଇଁ ପ୍ରମୁଖ ବହୁ କବି ଓ କବୟିତ୍ରୀ ଏହି ସମାରୋହରେ ଯୋଗ ଦେଇଥିଲେ। ଅତିଥିମାନଙ୍କ ଦ୍ୱାରା ସାରସ୍ୱତ ସାଧକମାନଙ୍କୁ ମହାପର୍ବତ ସାହିତ୍ୟ ସଂସଦ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।

kalyan agarbati

Comments are closed.