www.samajalive.in
Sunday, December 7, 2025
23.1 C
Bhubaneswar

୩ଟି ବ୍ୟାଙ୍କର ଏକତ୍ରୀକରଣ

ନୂଆଦିଲ୍ଲୀ: ଗତ ବର୍ଷ ଯେତେବେଳେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ୫ଟି ଏସୋସିଏଟ ବ୍ୟାଙ୍କର ଏକତ୍ରୀକରଣ ହେଲା, ଏହାକୁ ନେଇ ସୋସିଆଲ ମିଡିଆରେ ନାନା ପ୍ରକାର ଗୁଜବ ପ୍ରଚାରିତ ହୋଇଥିଲା। ବ୍ୟାଙ୍କଗୁଡ଼ିକ ମଧ୍ୟରେ ଏକତ୍ରୀକରଣ ହେଉଥିବାରୁ ଗ୍ରାହକଙ୍କ ଟଙ୍କା ସୁରକ୍ଷିତ ନୁହେଁ,ତେଣୁ ଏହି ସମୟରେ ଗ୍ରାହକ ସେମାନଙ୍କ ଟଙ୍କା ଉଠାଇ ନେବାକୁ ପରାମର୍ଶ ଦିଆଯାଇ ଥିଲା।
ସୋମବାର କେନ୍ଦ୍ର ସରକାର ଦେଶର ପ୍ରମୁଖ ୩ଟି ବ୍ୟାଙ୍କକୁ ଏକତ୍ରୀକରଣ କରିବାକୁ ଘୋଷଣା କରିଛନ୍ତି। ବିଜୟା ବ୍ୟାଙ୍କ, ଦେନା ବ୍ୟାଙ୍କ ଓ ବ୍ୟାଙ୍କ ଅଫ ବରୋଦାର ଏକତ୍ରୀକରଣ ହେବ।ତେବେ କେବେ ହେବ ଏ ସମ୍ପର୍କରେ କେନ୍ଦ୍ର ସରକାର କୌଣସି ନିଷ୍ପତ୍ତି ନେଇ ନାହାନ୍ତି। ଏପରିକି ୩ଟି ବ୍ୟାଙ୍କ ଏକତ୍ରୀକରଣ ହେବା ପରେ ନୂଆ ବ୍ୟାଙ୍କର ନାମ କ’ଣ ହେବ ଏ ସମ୍ପର୍କରେ ମଧ୍ୟ କେନ୍ଦ୍ର ସରକାର କୌଣସି ନିଷ୍ପତ୍ତି ଗ୍ରହଣ କରିନାହାନ୍ତି। ଯେବେ ହେବ ସେତେବେଳେ ଗ୍ରାହକଙ୍କ ପାଇଁ କି ପରିବର୍ତ୍ତନ ହେବ ଏହା ଜାଣି ରଖିବାର ଆବଶ୍ୟକତା ରହିଛି।
ବ୍ୟାଙ୍କ ଡିପୋଜିଟ: ବ୍ୟାଙ୍କ ଏକତ୍ରୀକରଣ ଦ୍ୱାରା ବ୍ୟାଙ୍କ ଗୁଡ଼ିକରେ ଥିବା ଜମା ରାଶିରେ କୌଣସି ପ୍ରଭାବ ପରିଲକ୍ଷିତ ହୋଇ ନଥାଏ। କର୍ପୋରେଟରସ୍ତରରେ ବ୍ୟାଙ୍କର ଏକତ୍ରୀକରଣ କେବଳ ବ୍ୟାଙ୍କ ଗୁଡ଼ିକର ବ୍ୟାଲେନ୍ସ ସିଟ୍‍, ଗ୍ରାହକଙ୍କ ସୂଚୀର ଏକତ୍ରୀକରଣ ହୋଇଥାଏ। ଏହାର ପ୍ରଭାବ ଗ୍ରାହକଙ୍କ ଜମାରାଶି ଉପରେ ପଡ଼ି ନଥାଏ। ତେବେ ଏକତ୍ରୀକରଣ ହେବା ପରେ ଗ୍ରାହକଙ୍କୁ କିଛି କାଗଜପତ୍ରରେ ପରିବର୍ତ୍ତନ କରିବାର ଆବଶ୍ୟକତା ପଡ଼ିଥାଏ।
ଚେକ ବୁକ୍‍: ଏକତ୍ରୀକରଣ ପରେ ପୁରୁଣା ଚେକବୁକର ବ୍ୟବହାରକୁ ବ୍ୟାଙ୍କ ବନ୍ଦ କରିଥାଏ। ଏଥିପାଇଁ ଗ୍ରାହକଙ୍କୁ ପୁରୁଣା ଚେକ ଫେରାଇ ନୂଆ ଚେକ ନେବାକୁ ଗ୍ରାହକଙ୍କୁ ପର୍ଯ୍ୟାପ୍ତ ସମୟସୀମା ପ୍ରଦାନ କରାଯାଇ ଥାଏ। ସେହିପରି ଡେବିଟ କାର୍ଡ଼କୁ ମଧ୍ୟ ବଦଳାଇବାକୁ ଗ୍ରାହକଙ୍କୁ ପରାମର୍ଶ ଦିଆଯାଇ ଥାଏ। ଅବଶ୍ୟ ଏହି ପ୍ରକ୍ରିୟା ବ୍ୟାଙ୍କ ନିଜ ଆଡ଼ୁ କରିଥାଏ। ଗ୍ରାହକଙ୍କ ନିକଟରେ ନୂଆ ଡେବିଟ କାର୍ଡ଼ ପହଞ୍ôଚବା ପରେ ପୁରୁଣା କାର୍ଡ଼ କାର୍ଯ୍ୟ କରିବା ବନ୍ଦ କରିଦିଏ। ଏଥିପାଇଁ ଗ୍ରାହକଙ୍କୁ ନୂଆ କାର୍ଡ଼ ପାଇବା ପରେ ବ୍ୟାଙ୍କରେ ଯାଇ କାର୍ଡ଼ର ପାସୱାର୍ଡ଼ ଆଣିବାକୁ ପଡ଼େ। ନୂଆ କାର୍ଡ଼ ଥରେ ଏଟିଏମ ମେସିନରେ ଭର୍ତ୍ତି କରିବା କ୍ଷଣି ପୁରୁଣା କାର୍ଡ଼ କାର୍ଯ୍ୟ କରିବା ବନ୍ଦ ହୋଇଯାଏ। ସେହିପରି ଇଣ୍ଟରନେଟ ବ୍ୟାଙ୍କିଙ୍ଗ ଉପଭୋକ୍ତାଙ୍କୁ ନୂଆ ପୋର୍ଟାଲ ଦ୍ୱାରା ନେଣଦେଣ କରିବାକୁ ବ୍ୟାଙ୍କ କର୍ତ୍ତୁପକ୍ଷ ଚିଠି ପ୍ରଦାନ କରିଥାନ୍ତି। ଏଥିରେ ଗ୍ରାହକଙ୍କୁ ନୂଆ ପୋର୍ଟାଲର ଏଡ୍ରେସ ଓ ଲଗ ଇନ ଆଇଡି ବ୍ୟାଙ୍କ ପ୍ରଦାନ କରିଥାଏ। ତେଣୁ ବ୍ୟାଙ୍କର ଏକତ୍ରୀକରଣ ଦ୍ୱାରା ଗ୍ରାହକଙ୍କୁ ସେଭଳି ବଡ଼ ଧରଣର କୌଣସି ଅସୁବିଧାର ସମ୍ମୁଖୀନ ହେବାର ଆଶଙ୍କା ନଥାଏ। କେବଳ ଏକତ୍ରୀକରଣ ପ୍ରକ୍ରିୟା ପାଇଁ ଦିନେ କିମ୍ବା ୨ଦିନ ବ୍ୟାଙ୍କ ନେଣଦେଣ ନକରିବାକୁ ଗ୍ରାହକଙ୍କୁ ଅନୁରୋଧ କରାଯାଇ ଥାଏ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories