www.samajalive.in
Saturday, December 6, 2025
14.1 C
Bhubaneswar

ସର୍ବନିମ୍ନ ଜମାରାଶି ନିୟମ ଖିଲାପ: ଗ୍ରାହକ ଦେଇଛନ୍ତି ୫ହଜାର କୋଟି ଜରିମାନା

ନୂଆଦିଲ୍ଲୀ: ୨୧ଟି ପ୍ରମୁଖ ବ୍ୟାଙ୍କ ଦ୍ୱାରା କେବଳ ୨୦୧୭-୧୮ଆର୍ଥିକ ବର୍ଷରେ ଗ୍ରାହକଙ୍କ ନିକଟରୁ ୫ହଜାର କୋଟି ଟଙ୍କା ଜରିମାନା ଆକାରରେ ଆଦାୟ କରାଯାଇଛି। ଯେଉଁ ଗ୍ରାହକଙ୍କ ଖାତାରେ ସର୍ବନିମ୍ନ ଜମା ଅର୍ଥ ରାଶି ନ ଥିଲା ସେହି ଗ୍ରାହକଙ୍କ ନିକଟରୁ ଏହି ଅର୍ଥ ଆଦାୟ କରିଛି ବ୍ୟାଙ୍କ।
ଦେଶର ସବୁଠାରୁ ବଡ଼ ବ୍ୟାଙ୍କ ଏସ୍‍ବିଆଇ ଚଳିତ ଆର୍ଥିକ ବର୍ଷରେ ୬୫୪୭କୋଟି ଟଙ୍କା କ୍ଷତିର ସମ୍ମୁଖୀନ ହୋଇଥିବା ରେକର୍ଡ଼ କରାଯାଇଛି। ଦେଶର ମୋଟ୍‍ ୨୪ଟି ବ୍ୟାଙ୍କର ମୋଟ୍‍ କ୍ଷତି ପରିମାଣର ଅଧା ଅର୍ଥ ଗ୍ରାହକଙ୍କ ନିକଟରୁ ଉକ୍ତ ଜରିଆନା ଆକାରରେ ଆଦାୟ କରାଯାଇଛି। ସର୍ବନିମ୍ନ ଜମା ନଥିବା କାରଣରୁ ଏସ୍‍ବିଆଇ ତାର ଗ୍ରାହକଙ୍କଠାରୁ ଜରିମାନା ବାବଦରେ ୨୪୩୩.୮୭କୋଟି ଟଙ୍କା ଆଦାୟ କରିଛି।
ଏସବିଆଇ ପରେ ଏଚଡିଏଫସି ବ୍ୟାଙ୍କ ମଧ୍ୟ ଅନୁରୂପ କାରଣରୁ ଗ୍ରାହକଙ୍କ ନିକଟରୁ ୫୯୦.୮୪କୋଟି ଟଙ୍କା ଆଦାୟ କରିଥିବାବେଳେ ୨୦୧୬-୧୭ରେ ଏହି ବ୍ୟାଙ୍କ ଗ୍ରାହକଙ୍କ ନିକଟରୁ ୬୧୯.୩୯କୋଟି ଟଙ୍କା ଆଦାୟ କରିଛି। ଚଳିତ ଆର୍ଥିକ ବର୍ଷରେ ଆକ୍ସିସ ବ୍ୟାଙ୍କ ୫୩୦.୧୨କୋଟି ଟଙ୍କା ଆଦାୟ କରିଥିବାବେଳେ ଆଇସିଆଇସିଆଇ ବ୍ୟାଙ୍କ ୩୧୭.୬କୋଟି ଟଙ୍କା ଆଦାୟ କରିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories