www.samajalive.in
Monday, December 8, 2025
14.1 C
Bhubaneswar

ଆକାଉଣ୍ଟରୁ ଆବାସ ଘର ଟଙ୍କା ଗାଏବ୍

ଗୁଣପୁର : ଜଣେ ଗରିବ ଆଦିବାସୀ ମହିଳାଙ୍କ ଆକାଉଣ୍ଟରୁ ଆବାସ ଘର ଟଙ୍କା ଗାଏବ ହୋଇଯାଇଛି। ଏଭଳି ଘଟଣା ଘଟିଛି ଗୁଣପୁର ବ୍ଲକ୍ ଅନ୍ତର୍ଗତ ଚିନାସାରି ପଞ୍ଚାୟତ ପେରେଣ୍ଡା ଗ୍ରାମର ଜଣେ ଆଦିବାସୀ ପରିବାରରେ। ଗତ ଜୁନ ମାସରେ ଡାସାରି ଶବର ନାମକ ମହିଳାଙ୍କ ଆକାଉଣ୍ଟକୁ ଦୁଇ ଥରରେ ୧ ଲକ୍ଷ ୧୦ ହଜାର ଟଙ୍କା ଆବାସ ଗୃହ ବାବଦରେ ସରକାରୀ ଖାତାରୁ ମହିଳାଙ୍କ ଖାତାକୁ ଟଙ୍କା ଜମା ହୋଇଛି। ମହିଳା ଜଣକ ଖାତାରୁ ୭୩ ହଜାର ଟଙ୍କା ପୁର୍ବରୁ ଉଠାଇଥିଲେ, ବଳକା ଟଙ୍କା ଆକାଉଣ୍ଟରେ ଜମା ହୋଇରହିଥିଲା। ମହିଳା ଜଣକ କିଛି ମାସ ପରେ ଟଙ୍କା ଉଠାଇବା ପାଇଁ ବ୍ୟାଙ୍କକୁ ଯାଇଥିଲେ। ତାଙ୍କ ଆକାଉଣ୍ଟରେ ଟଙ୍କା ନଥିବା ଜାଣିବାକୁ ପାଇଥିଲେ।

ମହିଳା ଜଣକ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଏନେଇ ଅବଗତ କରିଥିଲେ। ଅଗଷ୍ଟ ମାସ ୨୦ ରୁ ୨୫ ତାରିଖ ମଧ୍ୟରେ ଚାରି ଥରରେ ଟଙ୍କା  ଉଠାଯାଇଥିବା ଜାଣିବାକୁ ପାଇଥିଲେ। ଚାରି ଥରରେ ୩୬ ହଜାର ୪୦୦ ଟଙ୍କା ଆକାଉଣ୍ଟରୁ ଗାଏବ କରିଦିଆଯାଇଛି। ମହିଳା ଜଣକ ଆର୍ଥିକ ସ୍ବଛଳ ନଥିବାରୁ  ଅସହାୟ ହୋଇ ବ୍ୟାଙ୍କ୍ କର୍ତ୍ତୃପକ୍ଷଙ୍କୁ ପଚରାଉଚରା କରିଥିଲେ। ତାଙ୍କ ଆକାଉଣ୍ଟରୁ ବାହାର ରାଜ୍ୟରେ ଟଙ୍କା ଉଠାଯାଇଥିବା ବ୍ୟାଙ୍କ୍ କର୍ତ୍ତୃପକ୍ଷ କହିଥିଲେ। ଆଧାର କାର୍ଡ ମାଧ୍ୟମରେ ଟଙ୍କା ଉଠାଯାଇଥିବା ବ୍ୟଙ୍କ୍ କର୍ତ୍ତୃପକ୍ଷଙ୍କୁ କହିଥିଲେ। ଏନେଇ ମହିଳା ପୁଟାସିଂ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ମହିଳା ଜଣକ ଫୋନ ବ୍ୟବହାର କରୁନାହାଁନ୍ତି ତାଙ୍କୁ କେମିତି ଓଟିପି ଆସିବ ଟଙ୍କା ଗାଏବ ହେଲା ବୋଲି କହୁଥିବାବେଳେ  ଆଧାରକାର୍ଡ ଅନୁଯାୟୀ କୈାଣସି ଜାଗାରେ ମଧ୍ୟ ସେ ଓଟିପ ଦେଇନାହାଁନ୍ତି ବୋଲି କହିଛନ୍ତି। ପୁଲିସ୍ ଘଟଣାର ତଦନ୍ତ କରୁଥିବା ଜଣାପଡିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories