ବିନିକା : ସୁବର୍ଣ୍ଣପୁର ଜିନା ବିନିକା ଅବକାରୀ ବିଭାଗର ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୪୧ଲିଟର ବେଆଇନ ଦେଶୀ ମଦ ଜବତ କରିବା ସହିତ ୩ଜଣକୁ ଗିରଫ କରାଯାଇଛି।
ପ୍ରାପ୍ତ ସୂଚନା ଅନୁଯାୟୀ, ବିନିକା ଅବକାରୀ ବିଭାଗ ଡୁଙ୍ଗୁରିପାଲି ଥାନା ଲଛିପୁର ପୁଲିସ ଫାଣ୍ଡି ଅନ୍ତର୍ଗତ ରାଏପାଲି ଗ୍ରାମରେ ଚଢ଼ାଉ କରି ୮ଲିଟର ମଦ ଜବତ କରିବା ସହିତ ସମ୍ପୃକ୍ତ ବ୍ୟକ୍ତି ଶ୍ରୀନିବାସ ମହାଲିଙ୍ଗକୁ ଗିରଫ କରିଛି। ସେହିପରି ବିନିକା ଥାନା ମହାଦେବପାଲି ଫାଣ୍ଡି ଅନ୍ତର୍ଗତ ସେଲେଡି ଗ୍ରାମରେ ଚଢ଼ାଉ କରି ୨୫ଲିଟର ମଦ ରଖିଥିବା ଗୋପି ଡାଙ୍ଗକୁ ଗିରଫ କରିଥିବା ବେଳେ ସେହି ପଞ୍ଚାୟତ ଅନ୍ତର୍ଗତ ଗରଗଡବାହାଲ ଗ୍ରାମର ସନାତନ ଲୁହାକୁ ଗିରଫ କରାଯାଇ ୮ଲିଟର ମଦ ଜବତ କରାଯାିଛି। ତେବେ ସମ୍ପୃକ୍ତ ବ୍ୟକ୍ତି ମାନଙ୍କ ନାମରେ ଅବକାରୀ ବିଭାଗ ମାମଲା ରୁଜୁ କରିବା ସହିତ ବିନିକା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ଅଦାଲତରେ ହାଜର କରିଥିଲା। ତେବେ ସମସ୍ତଙ୍କ ଜାମିନ ନାମାଞ୍ଜୁର ହେବାରୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି। ଏହି ଚଢ଼ାଉରେ ବିନିକା ଅବକାରୀ ବିଭାଗ ଉପନିରୀକ୍ଷକ ଲକ୍ଷ୍ମଣ ପଣ୍ଡାଙ୍କ ସମେତ ଇନ୍ସ୍ପେକ୍ଟର ପ୍ରଶାନ୍ତ କୁଅଁର, ଏଏସ୍ଆଇ ସବିତା ପଟ୍ଟନାୟକ, ଭେଙ୍କଟରମଣ ବେହେରା, ପିଣ୍ଟୁ ସାହୁ, ପୃଥ୍ୱିରାଜ କଅଁର, କିର୍ତ୍ତନ ନାଏକ, ବନମାଲି ରଣା, କେଶବ ଧରୁଆ, ମମତା ବାଗ, ଉରବୀ ମାଝୀଙ୍କ ସମେତ ଅନ୍ୟ ପ୍ରମୁଖ କର୍ମଚାରୀ ସାମିଲ ଥିଲେ।



