www.samajalive.in
Saturday, December 6, 2025
26.1 C
Bhubaneswar

ବାତିଲ ହେବ ହସିନାଙ୍କ କୂଟନୀତିକ ପାସପୋର୍ଟ

ଢାକା : ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ସମେତ ଆୱାମୀ ଲିଗ୍‌ର ଏକାଧିକ ପୂର୍ବତନ ମନ୍ତ୍ରୀ, ସାଂସଦଙ୍କ କୂଟନୀତିକ ପାସପୋର୍ଟ ବାତିଲ କରିବାକୁ ବାଂଲାଦେଶର ଅନ୍ତରୀଣ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏଥିସହିତ ହସିନାଙ୍କ ଶାସନକାଳରେ ନିଯୁକ୍ତିି ପାଇଥିବା କେତେକ କୂଟନୀତିଜ୍ଞଙ୍କ ପାସପୋର୍ଟକୁୁ ମଧ୍ୟ ବାତିଲ କରାଯିବ ବୋଲି ଅନ୍ତରୀଣ ସରକାରଙ୍କ ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ ସୂଚନା ଦେଇଛନ୍ତି। ବାଂଲାଦେଶରେ ଘଟିଥିବା ସଂରକ୍ଷଣ ବିରୋଧୀ ଆନ୍ଦୋଳନ ପରିପ୍ରେକ୍ଷୀରେ ହସିନା ଦେଶଛାଡି ପଳାଇଥିବାବେଳେ କେତେକ ପୂର୍ବତନ ମନ୍ତ୍ରୀ ଓ ସାଂସଦ ବର୍ତ୍ତମାନ ହସିନାଙ୍କ ପଦାଙ୍କ ଅନୁସରଣ କରିବାକୁ ଯୋଜନା କରୁଥିବା ଜଣାପଡିଛି। ତେଣୁ ସେମାନେ ଯେପରି ବିଦେଶ ପଳାୟନ ନ କରନ୍ତି, ସେଥିପାଇଁ ସେମାନଙ୍କର ପାସପୋର୍ଟ ବାତିଲ କରିବାକୁ ସରକାର ଯୋଜନା କରୁଥିବା କୁହାଯାଇଛି। ବାଂଲାଦେଶରେ କୂଟନୀତିକ ପାସପୋର୍ଟଧାରୀଙ୍କୁ ଲାଲ ରଙ୍ଗର ପାସପୋର୍ଟ ଯୋଗାଇ ଦିଆଯାଇଥାଏ। ଏଥିପାଇଁ ଏଭଳି ପାସପୋର୍ଟକୁ ‘ରେଡ୍‌ ପାସପୋର୍ଟ’ ଆଖ୍ୟା ଦିଆଯାଇଛି। ବର୍ତ୍ତମାନ ଏହି ବ୍ୟକ୍ତିତ୍ବମାନେ କ୍ଷମତାରେ ନଥିବାରୁ ଏଭଳି ପାସପୋର୍ଟର ଅଧିକାରୀ ହେବାକୁ ଅଯୋଗ୍ୟ ବୋଲି କୁହାଯାଇଛି।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories