www.samajalive.in
Sunday, December 7, 2025
16.1 C
Bhubaneswar

ଆଜି ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ୱାର୍‌ସ : ୟୁକ୍ରେନ୍ ଅଭିମୁଖେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଯୁଦ୍ଧ ପରେ ପ୍ରଥମ ଗସ୍ତରେ ଯାଇ ରାଷ୍ଟ୍ରପତି ଜେଲେନସ୍କି ଙ୍କ ସହ  ଯୁଦ୍ଧ ଓ ଅନ୍ୟାନ୍ୟ ପ୍ରସଙ୍ଗରେ ଆଲୋଚନା କରିବେ। ୟୁକ୍ରେନ ଗସ୍ତ ପୂର୍ବରୁ ମୋଦୀ କହିଛନ୍ତି ଯେ ବର୍ତ୍ତମାନର ସମୟ ଯୁଦ୍ଧର ସମୟ ନୁହେଁ। ତେବେ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ୱାରସ୍‌ରେ ପୋଲାଣ୍ଡର ପ୍ରଧାନମନ୍ତ୍ରୀ ଡୋନାଲ୍ଡ ଟସ୍କଙ୍କ ସହିତ ଦ୍ବିପାକ୍ଷିକ କଥାବାର୍ତ୍ତା କରିଛନ୍ତି। ‌ମୋଦୀ ଫେଡେରାଲ ଚାନ୍ସଲରୀରେ ପହଞ୍ଚିବା ପରେ ଡୋନାଲ୍ଡ ଟସ୍କ ତାଙ୍କୁ ସ୍ୱାଗତ କରିଥିଲେ। ଦୁଇ ନେତା ସୀମିତ ଏବଂ ପ୍ରତିନିଧିସ୍ତରୀୟ ଆଲୋଚନା କରିଥିଲେ। ଭାରତ-ପୋଲାଣ୍ଡ ସମ୍ପର୍କର ଗୁରୁତ୍ୱକୁ ଦୃଷ୍ଟିରେ ରଖି ନେତାମାନେ ଏହି ସମ୍ପର୍କକୁ ‘ରଣନୈତିକ ଭାଗୀଦାରି’ ରେ ପରିଣତ କରିବାକୁ ନିଷ୍ପତ୍ତି ନେଇଥିଲେ। ବାଣିଜ୍ୟ ଓ ପୁଞ୍ଜିନିବେଶ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, ପ୍ରତିରକ୍ଷା ଓ ନିରାପତ୍ତା, ସାଂସ୍କୃତିକ ସହଯୋଗ ଏବଂ ଜନସାଧାରଣଙ୍କ ମଧ୍ୟରେ ସମ୍ପର୍କ ସମେତ ଦ୍ୱିପାକ୍ଷିକ ଭାଗୀଦାରିର ବିଭିନ୍ନ ଦିଗ ଉପରେ ସେମାନେ ବିସ୍ତୃତ ଆଲୋଚନା କରିଥିଲେ। ଖାଦ୍ୟ ପ୍ରକ୍ରିୟାକରଣ, ସହରାଞ୍ଚଳ ଭିତ୍ତିଭୂମି, ଜଳ, କଠିନ ବର୍ଜ୍ୟବସ୍ତୁ ପରିଚାଳନା, ବୈଦ୍ୟୁତିକ ଯାନ, ସବୁଜ ହାଇଡ୍ରୋଜେନ, ଅକ୍ଷୟ ଶକ୍ତି, ଏଆଇ, ଖଣି ଏବଂ ସ୍ୱଚ୍ଛ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଅର୍ଥନୈତିକ ଏବଂ ବ୍ୟାବସାୟିକ ସହଯୋଗ ପାଇଁ ଗୁରୁତ୍ୱପୂର୍ଣ୍ଣ ସୁଯୋଗ ରହିଛି ବୋଲି ଦୁଇ ନେତା ସହମତ ହୋଇଥିଲେ। ଦୁଇ ଦେଶର ଲୋକଙ୍କ ମଧ୍ୟରେ ସମ୍ପର୍କ ଏବଂ ସାଂସ୍କୃତିକ ସମ୍ପର୍କକୁ ଗଭୀର କରିବା ଉପରେ ନେତାମାନେ ଗୁରୁତ୍ୱାରୋପ କରିଥିଲେ। ଏହି ପରିପ୍ରେକ୍ଷୀରେ ସେମାନେ ଜାମନଗରର ମହାରାଜା ଏବଂ କୋହ୍ଲାପୁରର ରାଜ ପରିବାରର ଉଦାରତା ଆଧାରରେ ଦୁଇ ଦେଶ ମଧ୍ୟରେ ସ୍ଥାପିତ ଅନନ୍ୟ ବନ୍ଧନ ଉପରେ ଆଲୋକପାତ କରିଥିଲେ। ୟୁକ୍ରେନ୍ ଏବଂ ପଶ୍ଚିମ ଏସିଆରେ ସଂଘର୍ଷ ସମେତ ପାରସ୍ପରିକ ସ୍ୱାର୍ଥସମ୍ପନ୍ନ ଗୁରୁତ୍ୱପୂର୍ଣ୍ଣ ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ମଧ୍ୟ ନେତାମାନେ ଆଲୋଚନା କରିଥିଲେ। ମିଳିତ ଜାତିସଂଘ, ଅନ୍ୟାନ୍ୟ ଆନ୍ତର୍ଜାତିକ ଅନୁଷ୍ଠାନର ସଂସ୍କାର, ଜଳବାୟୁ ପରିବର୍ତ୍ତନ କାର୍ଯ୍ୟାନୁଷ୍ଠାନ ଏବଂ ଆତଙ୍କବାଦ ଦ୍ୱାରା ସୃଷ୍ଟି ହୋଇଥିବା ବିପଦ ଉପରେ ସେମାନେ ମତ ବିନିମୟ କରିଥିଲେ। ବୈଠକ ପରେ ଭାରତ-ପୋଲାଣ୍ଡ ରଣନୈତିକ ଭାଗୀଦାରିକୁ କାର୍ଯ୍ୟକାରୀ କରିବା ପାଇଁ ଏକ ମିଳିତ ବିବୃତି ଏବଂ ଏକ କାର୍ଯ୍ୟ ଯୋଜନା (୨୦୨୪-୨୦୨୮) ଜାରି କରାଯାଇଥିଲା। ପ୍ରଧାନମନ୍ତ୍ରୀ ଟସ୍କଙ୍କ ସହ ଦ୍ବିପାକ୍ଷିକ କଥାବାର୍ତ୍ତା ପରେ ମୋଦୀ ପୋଲାଣ୍ଡର ରାଷ୍ଟ୍ରପତି ଆ‌େଣ୍ଡ୍ରଜ ଡୁଡାଙ୍କୁ ସାକ୍ଷାତ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ବୁଧବାର ଠାରୁ ଦୁଇଦିନିଆ ପୋଲାଣ୍ଡ ଗସ୍ତ କରିଛନ୍ତି। ଗସ୍ତର ପ୍ରଥମ ଦିନରେ ମୋଦୀ ପୋଲାଣ୍ଡର ଭାରତୀୟ ବଂଶୋଦ୍ଭବଙ୍କୁ ସମ୍ବୋଧନ କରିଥିଲେ। ଦୀର୍ଘ ୪୫ବର୍ଷ ପରେ ଭାରତର ପ୍ରଧାନମନ୍ତ୍ରୀ ଭାବେ ମୋଦୀ ପୋଲାଣ୍ଡ ଗସ୍ତ କରିଛନ୍ତି। ପୋଲାଣ୍ଡ ଗସ୍ତ ଶେଷ କରି ମୋଦୀ ଗୁରୁବାର ରାତିରେ ୟୁକ୍ରେନ ଅଭିମୁଖେ ଗସ୍ତ କରିଛନ୍ତି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories