www.samajalive.in
Saturday, December 6, 2025
15.1 C
Bhubaneswar

ଗୁଳିକାଣ୍ଡ ସମୟରେ ମସଜିଦରେ ଥିଲେ ବାଂଲାଦେଶ ଖେଳାଳି, ଅଳ୍ପକେ ବର୍ତ୍ତିଲେ

ନ୍ୟୁଜିଲାଣ୍ଡ: ନ୍ୟୁଜିଲାଣ୍ଡର କ୍ରାଏଷ୍ଟଚର୍ଚ୍ଚସ୍ଥିତ ମସଜିଦରେ ଗୁଳିକାଣ୍ଡ ସମୟରେ ବାଂଲାଦେଶ କ୍ରିକେଟ ଟିମ୍‌ ସେଠାରେ ଉପସ୍ଥିତ ଥିଲେ। କିନ୍ତୁ ସୌଭାଗ୍ୟବଶତଃ ସମସ୍ତେ ସୁରକ୍ଷିତ ଭାବେ ବାହାରକୁ ଚାଲିଆସିବାରେ ସଫଳ ହୋଇଥିବା ଟିମର ଖେଳାଳି  ମହମ୍ମଦ ଇସଲାମ ଟୁଇଟ କରି ସୂଚନା ଦେଇଛନ୍ତି।

ନ୍ୟୁଜିଲାଣ୍ଡ ସହ ଟେଷ୍ଟ ସିରିଜ ଚାଲିଥିବାରୁ ବାଂଲାଦେଶ ଟିମ୍‌ ଏବେ ନ୍ୟୁଜିଲାଣ୍ଡ ଗସ୍ତରେ ଅଛି। ୩ୟ ଟେଷ୍ଟ ମ୍ୟାଚ ପାଇଁ ଖେଳାଳିମାନେ କ୍ରାଏଷ୍ଟଚର୍ଚ୍ଚସ୍ଥିତ ଏକ ହୋଟେଲରେ ରହୁଛନ୍ତି। ସେହି ହୋଟେଲ ନିକଟରେ ଥିବା ମସଜିଦକୁ ଖେଳାଳିମାନେ ବୁଲିବାକୁ ଯାଇଥିଲେ। ଇସଲାମ ଟୁଇଟ କରି କହିଛନ୍ତି ଯେ, ହେଗଲ ପାର୍କ ନିକଟରେ ଥିବା ମସଜିଦରେ ଖେଳାଳିମାନେ ଥିବାବେଳେ ବନ୍ଧୁକଧାରୀଙ୍କ ଗୁଳିମାଡ଼ ସମ୍ପର୍କରେ ଜାଣିବାକୁ ପାଇଥିଲୁ। ଏହା ପରେ ସମସ୍ତେ ଅନ୍ୟ ଲୋକଙ୍କ ସହ ମସଜିଦରୁ ବାହାରକୁ ଚାଲିଆସିଥିଲୁ। ପରେ ହେଗଲ ପାର୍କ ଦେଇ ଓଭାଲ ଆଡକୁ ଚାଲିଯାଇଥିଲୁ। ସେହିପରି ସେମାନେ ସମସ୍ତେ ସୁରକ୍ଷିତ ଥିବା ତମିମ୍‌ ଇକବାଲ ଟୁଇଟ୍‌ କରିଛନ୍ତି। ତେବେ ଏହି ଗୁଳିକାଣ୍ଡରେ ଖେଳାଳିମାନେ ଭୟଭୀତ ହୋଇପଡ଼ିଥିଲେ। କିନ୍ତୁ ଏବେ ସମସ୍ତେ ଠିକ୍‌ ଥିବା ଟିମର ଜଣେ କୋଚ୍‌ ମାରିଓ ଭିଲାଭାରାୟେନ ସ୍ଥାନୀୟ ଗଣମାଧ୍ୟମ ନ୍ୟୁଜିଲାଣ୍ଡ ହେରାଲ୍ଡକୁ ସୂଚନା ଦେଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories